‘ଗ୍ରାମାଞ୍ଚଳ ବିକାଶରେ ପଞ୍ଚାୟତର ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭଞ୍ଜନଗର,୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗୁଣ୍ଡିରିବାଡ଼ି ପଞ୍ଚାୟତ ଘର ଶିଳାନ୍ୟାସ ହୋଇଛି। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ବିଧାୟକ ନାୟକ କହିଥିଲେ ଯେ, ଗ୍ରାମାଞ୍ଚଳର ବିକାଶରେ ପଞ୍ଚାୟତର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ରାଜ୍ୟର ଡବଲ ଇଞ୍ଜିନ ସରକାର ପଞ୍ଚାୟତଗୁଡ଼ିକୁ ଅଧିକ କ୍ଷମତା ଦେବାସହ ଅନୁଦାନ ମଧ୍ୟ ପର୍ଯ୍ୟାପ୍ତ ଦେଉଛନ୍ତି। ଭଞ୍ଜନଗର ବ୍ଲକର ବିଭିନ୍ନ ଗ୍ରାମର ଉନ୍ନତିକରଣ ପାଇଁ ଅର୍ଥର ଅଭାବ […] The post ‘ଗ୍ରାମାଞ୍ଚଳ ବିକାଶରେ ପଞ୍ଚାୟତର ଭୂମିକା ଗୁରୁତ୍ୱପୂର୍ଣ୍ଣ’ appeared first on Dharitri Odia News.

‘ଗ୍ରାମାଞ୍ଚଳ ବିକାଶରେ ପଞ୍ଚାୟତର ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭଞ୍ଜନଗର,୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗୁଣ୍ଡିରିବାଡ଼ି ପଞ୍ଚାୟତ ଘର ଶିଳାନ୍ୟାସ ହୋଇଛି। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ବିଧାୟକ ନାୟକ କହିଥିଲେ ଯେ, ଗ୍ରାମାଞ୍ଚଳର ବିକାଶରେ ପଞ୍ଚାୟତର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ରାଜ୍ୟର ଡବଲ ଇଞ୍ଜିନ ସରକାର ପଞ୍ଚାୟତଗୁଡ଼ିକୁ ଅଧିକ କ୍ଷମତା ଦେବାସହ ଅନୁଦାନ ମଧ୍ୟ ପର୍ଯ୍ୟାପ୍ତ ଦେଉଛନ୍ତି। ଭଞ୍ଜନଗର ବ୍ଲକର ବିଭିନ୍ନ ଗ୍ରାମର ଉନ୍ନତିକରଣ ପାଇଁ ଅର୍ଥର ଅଭାବ ନାହିଁ ବୋଲି ବିଧାୟକ କହିଥିଲେ। ଏଥିସହ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ସେନେଇ କହିଥିଲେ।

ସୂଚନାଯୋଗ୍ୟ, ୮ ବର୍ଷ ପୂର୍ବେ ଗୁଣ୍ଡିରିବାଡ଼ି ପଞ୍ଚାୟତ ଗଠନ ହୋଇଥିଲା। ଏହାପରେ ଗ୍ରାମ କୋଠ ଘରେ ପଞ୍ଚାୟତ କାର୍ଯ୍ୟାଳୟ ଆଜକୁ ୮ ବର୍ଷ ହେବ ଚାଲିଥିଲା। ଉପଯୁକ୍ତ ସରକାରୀ ଜମି ଅଭାବରୁ ନୂତନ କୋଠା ନିର୍ମାଣ ହୋଇପାରିନଥିଲା । ବିଧାୟକ ନାୟକ ଏଥିରେ ହସ୍ତକ୍ଷେପ କରି କିଛି ବଦାନ୍ୟ ବ୍ୟକ୍ତିଙ୍କଠାରୁ ପଞ୍ଚାୟତ କୋଠା ପାଇଁ ଜମି ବ୍ୟବସ୍ଥା କରିଥିଲେ। ସରକାରୀ ଜମି ଏବଂ ବଦାନ୍ୟ ବ୍ୟକ୍ତିଙ୍କ ଦାନଜମି ମିଶି ପଞ୍ଚାୟତ କୋଠା ହେବ।
ଆଜି ତାହାର ଶିଳାନ୍ୟାସ ହୋଇଛି। ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ନରି ସଭା ନାୟକ, ବଦାନ୍ୟ ବ୍ୟକ୍ତି ଦିଲ୍ଲୀପ ପ୍ରଧାନ, ଜିଲା ପରିଷଦ ଏମ୍‌ପି ପ୍ରତିନିଧି ଶିବ ଶଙ୍କର ପ୍ରଧାନ, ସରପଞ୍ଚ ପ୍ରତିନିଧି ସୁବାସ ଚନ୍ଦ୍ର ବରାଡ, ସରପଞ୍ଚ ଚିରଞ୍ଜିବୀ ପ୍ରଧାନ, ପୂର୍ବତନ ସରପଞ୍ଚ ମାଟିଆ ନାଇକ ପ୍ରମୁଖ ଉପସ୍ଥିତ ଥିଲେ।

The post ‘ଗ୍ରାମାଞ୍ଚଳ ବିକାଶରେ ପଞ୍ଚାୟତର ଭୂମିକା ଗୁରୁତ୍ୱପୂର୍ଣ୍ଣ’ appeared first on Dharitri Odia News.