ଗ୍ଲୋବାଲ୍‌ ଫାଇନାନ୍ସିଆଲ ଇଣ୍ଟିଗ୍ରିଟି ରିପୋର୍ଟ, ଭାରତରେ ବଢୁଛି ଧନୀ-ଗରିବ ବ୍ୟବଧାନ

ଭୁବନେଶ୍ବର:  ବଢ଼ୁଛି ଦେଶ। ବଢ଼ୁଛି ଅର୍ଥନୀତିର ଆକାର। ହେଲେ ବଢୁନି ଲୋକଙ୍କ ମୁଣ୍ଡ ପିଛା ଆୟ। ସରକାରଙ୍କ କହିବା ହେଉଛି ବିକାଶ ପଥରେ ଦୌଡୁଛି ଦେଶ। ଅପରପକ୍ଷେ ଦେଶରେ ଲୋକଙ୍କ ଅର୍ଥନୀତିର ଅସଲ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଭାରତରେ ଧନୀ ଓ ଗରିବଙ୍କ ମଧ୍ୟରେ ଆୟ ଅସମାନତା ଖୁବ୍‌ ଅଧିକ ରହିଛି। ୨୦୧୪ଠାରୁ ଏହି ବ୍ୟବଧାନ ଏତେ ଜୋରରେ ବଢ଼ିଛି ଯେ ଏହା ଆକାଶପାତାଳ ଭଳି ଫରକ ହୋଇଯାଇଛି। କାରଣ ୧.୪୦ କୋଟି ଲୋକଙ୍କ ପାଖରେ ଦେଶର […]

ଗ୍ଲୋବାଲ୍‌ ଫାଇନାନ୍ସିଆଲ ଇଣ୍ଟିଗ୍ରିଟି ରିପୋର୍ଟ, ଭାରତରେ ବଢୁଛି ଧନୀ-ଗରିବ ବ୍ୟବଧାନ
rich-poor

ଭୁବନେଶ୍ବର:  ବଢ଼ୁଛି ଦେଶ। ବଢ଼ୁଛି ଅର୍ଥନୀତିର ଆକାର। ହେଲେ ବଢୁନି ଲୋକଙ୍କ ମୁଣ୍ଡ ପିଛା ଆୟ। ସରକାରଙ୍କ କହିବା ହେଉଛି ବିକାଶ ପଥରେ ଦୌଡୁଛି ଦେଶ। ଅପରପକ୍ଷେ ଦେଶରେ ଲୋକଙ୍କ ଅର୍ଥନୀତିର ଅସଲ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଭାରତରେ ଧନୀ ଓ ଗରିବଙ୍କ ମଧ୍ୟରେ ଆୟ ଅସମାନତା ଖୁବ୍‌ ଅଧିକ ରହିଛି। ୨୦୧୪ଠାରୁ ଏହି ବ୍ୟବଧାନ ଏତେ ଜୋରରେ ବଢ଼ିଛି ଯେ ଏହା ଆକାଶପାତାଳ ଭଳି ଫରକ ହୋଇଯାଇଛି। କାରଣ ୧.୪୦ କୋଟି ଲୋକଙ୍କ ପାଖରେ ଦେଶର ୯୦% ସମ୍ପତ୍ତି ରହିଛି। ଅବଶିଷ୍ଟ ୯୮ କୋଟି ଲୋକଙ୍କ ପାଖରେ ମାତ୍ର ୧୦% ସମ୍ପତ୍ତି ରହିଥିବା ଆମେରିକାର ଗ୍ଲୋବାଲ ଫାଇନାନସିଆଲ ଇଣ୍ଟିଗ୍ରିଟି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି।

ଭାରତ ସମ୍ପର୍କରେ ରିପୋର୍ଟରେ କରାଯାଇଥିବା ଅନୁଶୀଳନ ଅନୁଯାୟୀ, ଭାରତରେ ଧନୀ ଓ ଗରିବ ଲୋକଙ୍କ ମଧ୍ୟରେ ଆୟ ଅସମାନତା ଢ଼େର ପୂର୍ବରୁ ରହିଆସିଛି। ହେଲେ ଏହି ୧୦ ବର୍ଷ ମଧ୍ୟରେ ଏହି ବ୍ୟବଧାନ ଢ଼େର ବଢ଼ିଯାଇଛି। କରୋନା ଭଳି ମହାମାରୀ ସମୟଠାରୁ ଦେଶରେ ବିଶେଷକରି ଗରିବ ଆଉ ମଧ୍ୟବିତ୍ତଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ଉଚ୍ଚ ଦରଦାମ୍‌ ତାତିରେ ଲୋକଙ୍କ ପାଇଁ ଦୈନନ୍ଦୀନ ପରିବାର ଚଳାଇବା ବେଶ କଷ୍ଟକର ହୋଇପଡିଛି। ହେଲେ କରୋନା ସମୟରେ ଧନୀମାନଙ୍କ ଆୟ ବହୁ ଗୁଣ ବୃଦ୍ଧି ଘଟିଛି। ଏ ସମ୍ପର୍କରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ଆଁ କଲାଣି ଧନୀ ଗରିବ ତାରତମ୍ୟ। ୧୪୦ କୋଟି ବିଶିଷ୍ଟ ଜନସଂଖ୍ୟାର ମାତ୍ର ୧ ପ୍ରତିଶତ ଲୋକଙ୍କ ହାତରେ ଠୁଳ ହୋଇ ଚାଲିଛି ସମ୍ପତ୍ତି। ବେରୋଜଗାରୀ, ଦରଦାମ ବୃଦ୍ଧି ବେଡ଼ି ଉପରେ କୋରଡ଼ା ମାଡ଼ ଦେଉଛି। କ୍ରୋନି କ୍ୟାପିଟାଲିଜିମ୍ ଓ କିଛି ମୁଷ୍ଟିମେୟ ବିଲିୟନାରୀଙ୍କ ଯୋଗୁଁ ଧନୀ ଅଧିକ ଧନୀ ହୋଇଚାଲିଛନ୍ତି। ଆଗରୁ ମଧ୍ୟ ଧନୀ ଓ ଗରିବ ଭିତରେ ବ୍ୟବଧାନ ଥିଲା, କିନ୍ତୁ ୨୦୧୪ ପରଠୁ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଏବର କେନ୍ଦ୍ର ସରକାର ବାସ୍ତବତା ଯାହା ଥିଲେ ବି ଜିଏସ୍‌ଟି ଓ ଜିଡିପିକୁ ଦେଖାଇ ପ୍ରଚାରରେ ମାତିଛନ୍ତି।

ସାଂଘାତିକ ସ୍ଥିତିରେ ପହଞ୍ଚିଲାଣି ଦେଶର ଋଣଭାର। ଏବେ ଭାରତର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାର ୬୮୯.୪୬ ବିଲିୟନ୍ ଆମେରିକୀୟ ଡଲାର, କିନ୍ତୁ ଯେତିକ ଋଣ ହେଲାଣି ମୋଟ ବୈଦେଶିକ ମୁଦ୍ରାର ଏହା ୯୫ ପ୍ରତିଶତ ହେବ। ଏପରି ଚାଲିଲେ ଭାରତ ୨୦୪୭ ବେଳକୁ ବିକଶିତ ନୁହେଁ ବିକ୍ଷିପ୍ତ ଭାବେ ବିଶ୍ବରେ ପରିଚୟ ପାଇବ।