ଗ୍ୟାରେଣ୍ଟି ଦେଲେ ମୋଦି: ମୋର ତୃତୀୟ କାର୍ଯ୍ୟକାଳରେ ଏହି ସ୍ବପ୍ନ ହେବ ପୂରଣ
ଆବୁଧାବି,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିକାଲି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଅଛନ୍ତି। ସେ ୟୁଏଇ ରାଜଧାନୀ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବା ପାଇଁ ‘ଅହଲାନ ମୋଦି’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଠାରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ଏବଂ ୟୁଏଇ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଭାରତୀୟ ସମ୍ପ୍ରଦାୟକୁ ନିଜ ପରିବାର […] The post ଗ୍ୟାରେଣ୍ଟି ଦେଲେ ମୋଦି: ମୋର ତୃତୀୟ କାର୍ଯ୍ୟକାଳରେ ଏହି ସ୍ବପ୍ନ ହେବ ପୂରଣ appeared first on Dharitri Odia News.
ଆବୁଧାବି,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିକାଲି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଅଛନ୍ତି। ସେ ୟୁଏଇ ରାଜଧାନୀ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବା ପାଇଁ ‘ଅହଲାନ ମୋଦି’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଠାରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ଏବଂ ୟୁଏଇ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଭାରତୀୟ ସମ୍ପ୍ରଦାୟକୁ ନିଜ ପରିବାର ବୋଲି କହିଥିଲେ। ଏଠାରେ ସେ ପୁଣି ଥରେ ଭାରତର ଅର୍ଥନୀତି ବିଷୟରେ ଗ୍ୟାରେଣ୍ଟି ଦେଇଛନ୍ତି।
ଭାରତ କେବେ ତିନି ନମ୍ବର ଅର୍ଥନୀତିରେ ପରିଣତ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦିକହିଛନ୍ତି?
ଏହି ମେଗା ସୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଭାରତର ଉଜ୍ଜ୍ୱଳ ଭବିଷ୍ୟତକୁ ନିଶ୍ଚିତ କରିବାକୁ ପ୍ରତିଶୃତି ଦେଇଛନ୍ତି ଏବଂ ଦାବି କରିଛନ୍ତି ଯେ, ତାଙ୍କ ସରକାରର ତୃତୀୟ କାର୍ଯ୍ୟକାଳରେ ଭାରତୀୟ ଅର୍ଥନୀତି ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ। ସେ କହିଛନ୍ତି, ପ୍ରତ୍ୟେକ ଭାରତୀୟଙ୍କ ସାମର୍ଥ୍ୟ ଉପରେ ମୋର ବିଶ୍ୱାସ ଥିବାରୁ ମୁଁ ନିଶ୍ଚିତ ଯେ ମୋର ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବ ଏବଂ ମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ ହେଉଛି ଗ୍ୟାରେଣ୍ଟି ପୂରଣ କରିବା ପାଇଁ ଏକ ଗ୍ୟାରେଣ୍ଟି।
The post ଗ୍ୟାରେଣ୍ଟି ଦେଲେ ମୋଦି: ମୋର ତୃତୀୟ କାର୍ଯ୍ୟକାଳରେ ଏହି ସ୍ବପ୍ନ ହେବ ପୂରଣ appeared first on Dharitri Odia News.