ଶସ୍ତା ହେଲା ସୁନା; ଭୁବନେଶ୍ୱରରେ ଖସିଲା ଏତିକି ଟଙ୍କା

ନୂଆଦିଲ୍ଲୀ,୭ା୧୧: ଆମେରିକା ନିର୍ବାଚନ ଫଳାଫଳ ଆସିବା ପରେ ଗୁରୁବାର ସୁନା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱର ବଜାରରେ ସୁନା ମୂଲ୍ୟରେ ୧୫୦୦ ଟଙ୍କା ହ୍ରାସ ପାଇଛି। ପୂର୍ବରୁ ଭୁବନେଶ୍ବରରେ ୨୨ କ୍ୟାରେଟ ଦର ୭୩, ୮୦୦ ଥିଲା ବେଳେ ଗୁରୁବାର ୧୦ ଗ୍ରାମ୍‌କୁ ଦର ୭୨, ୩୦୦ ଟଙ୍କା ହୋଇଛି। ଆମେରିକା ନିର୍ବାଚନ ଫଳାଫଳ ଆସିବା ପରେ ଗତ ଦୁଇ ଦିନରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୨,୧୦୦ ଟଙ୍କା ଏବଂ […] The post ଶସ୍ତା ହେଲା ସୁନା; ଭୁବନେଶ୍ୱରରେ ଖସିଲା ଏତିକି ଟଙ୍କା appeared first on Dharitri Odia News.

ଶସ୍ତା ହେଲା ସୁନା; ଭୁବନେଶ୍ୱରରେ ଖସିଲା ଏତିକି ଟଙ୍କା

ନୂଆଦିଲ୍ଲୀ,୭ା୧୧: ଆମେରିକା ନିର୍ବାଚନ ଫଳାଫଳ ଆସିବା ପରେ ଗୁରୁବାର ସୁନା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱର ବଜାରରେ ସୁନା ମୂଲ୍ୟରେ ୧୫୦୦ ଟଙ୍କା ହ୍ରାସ ପାଇଛି। ପୂର୍ବରୁ ଭୁବନେଶ୍ବରରେ ୨୨ କ୍ୟାରେଟ ଦର ୭୩, ୮୦୦ ଥିଲା ବେଳେ ଗୁରୁବାର ୧୦ ଗ୍ରାମ୍‌କୁ ଦର ୭୨, ୩୦୦ ଟଙ୍କା ହୋଇଛି।

ଆମେରିକା ନିର୍ବାଚନ ଫଳାଫଳ ଆସିବା ପରେ ଗତ ଦୁଇ ଦିନରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୨,୧୦୦ ଟଙ୍କା ଏବଂ ରୂପ ମୂଲ୍ୟରେ ପ୍ରତି କେଜି ୪.୦୫୦ ଟଙ୍କା ହ୍ରାସ ପାଇଛି। ଭାରତୀୟ ଜୁଏଲେରୀ ସଂଘ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗୁରୁବାର ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମକୁ ୭୬,୫୭୦ ଟଙ୍କା, ୨୨ କ୍ୟାରେଟକୁ ୭୪,୭୨୦ ଟଙ୍କା, ୨୦ କ୍ୟାରେଟକୁ ୬୮,୧୩୦ ଟଙ୍କା ଏବଂ ୧୮ କ୍ୟାରେଟକୁ ୬୨, ୨୦୧ ଟଙ୍କା ରହିଛି।

ଟ୍ରମ୍ପ ବିଜୟୀ ହେବା ପରେ ଆମେରୀୟ ଡଲାର ଅଧିକ ଶକ୍ତିଶାଳୀ ହୋଇଛି। ଫଳରେ ସୁନା ମୂଲ୍ୟ ହ୍ରାସ ପାଇଛି। ଏଭଳି ସ୍ଥିତିରେ ଆମେରିକାର ଫେଡେରେଲ ରିଜର୍ଭ ନୀତି ଉପରେ ସମସ୍ତଙ୍କର ଦୃଷ୍ଟି ରହିବ। ଆମେରିକା ନିର୍ବାଚନ ସମୟରେ ସୁନା ମୂଲ୍ୟ ୭୮,୫୦୦ ରୁ ୭୭,୫୦୦ ତାଙ୍କ ମଧ୍ୟରେ ଅସ୍ଥିର ରହିଥିଲା। ଶେଷରେ ଦଳର ଶକ୍ତିଶାଳୀ ହୋଇ ସୁନାର ମୂଲ୍ୟକୁ ହ୍ରାସ କରିଛି।

The post ଶସ୍ତା ହେଲା ସୁନା; ଭୁବନେଶ୍ୱରରେ ଖସିଲା ଏତିକି ଟଙ୍କା appeared first on Dharitri Odia News.