ବାଇକ୍‌କୁ ଧକ୍କା ଦେଲା ମିକ୍ସଚର ମେସିନ୍ ଟ୍ରକ୍ ; ଆରୋହୀଙ୍କ ମୃତ୍ୟୁ, ଦୁଇ ଗୁରୁତର

ବଡବିଲ ୧୦।୪: ବଡ଼ବିଲ ଥାନା ଏନ୍ ଏଚ୍ ୫୨୦ ଝାଡ଼ଗାଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଙ୍କ୍ରିଟ ମିକ୍ସଚର ମେସିନ୍ ଟ୍ରକ୍ ସହ ଏକ ବାଇକ୍ ଧକ୍କା ହେବା ଫଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି । ମୃତକ, ଭଦ୍ରାସାହି ଟଣ୍ଟୋ ଅଞ୍ଚଳର ମଣ୍ଟୁ କେରକେଟା । ଗୁରୁତର ଆହତ ରାମୁ ମୁଣ୍ଡା ଏବଂ କରନ୍ ସିଂ ମୁଣ୍ଡାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଉଭୟଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।You Can Read:ରାଜଧାନୀରେ ହାଣିଲେ ସୁନା ଗହଣା ଲୁଟିଲେ : ଗିରଫ ହେଲେ ୬ ଲୁଟେରା

ବାଇକ୍‌କୁ ଧକ୍କା ଦେଲା ମିକ୍ସଚର ମେସିନ୍ ଟ୍ରକ୍ ; ଆରୋହୀଙ୍କ ମୃତ୍ୟୁ, ଦୁଇ ଗୁରୁତର

ବଡବିଲ ୧୦ବଡ଼ବିଲ ଥାନା ଏନ୍ ଏଚ୍ ୫୨୦ ଝାଡ଼ଗାଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଙ୍କ୍ରିଟ ମିକ୍ସଚର ମେସିନ୍ ଟ୍ରକ୍ ସହ ଏକ ବାଇକ୍ ଧକ୍କା ହେବା ଫଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି । ମୃତକ, ଭଦ୍ରାସାହି ଟଣ୍ଟୋ ଅଞ୍ଚଳର ମଣ୍ଟୁ କେରକେଟା । ଗୁରୁତର ଆହତ ରାମୁ ମୁଣ୍ଡା ଏବଂ କରନ୍ ସିଂ ମୁଣ୍ଡାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଉଭୟଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You Can Read:

ରାଜଧାନୀରେ ହାଣିଲେ ସୁନା ଗହଣା ଲୁଟିଲେ : ଗିରଫ ହେଲେ ୬ ଲୁଟେରା