ଘର ମାଲିକାନା ହାତେଇବା ପାଇଁ ଭାଇକୁ ହାଣିଲା ଭାଇ
ଭୁବନେଶ୍ବର: ଘର ମାଲିକାନା ହାତେଇବା ପାଇଁ ଭାଇକୁ ହାଣିଲା ଭାଇ। ସାନ ଭାଇର ହାତ ହାଣି ଦେଇଛି ବଡ ଭାଇ।... The post ଘର ମାଲିକାନା ହାତେଇବା ପାଇଁ ଭାଇକୁ ହାଣିଲା ଭାଇ appeared first on .
ଭୁବନେଶ୍ବର: ଘର ମାଲିକାନା ହାତେଇବା ପାଇଁ ଭାଇକୁ ହାଣିଲା ଭାଇ। ସାନ ଭାଇର ହାତ ହାଣି ଦେଇଛି ବଡ ଭାଇ। ଏହି ଅଭିଯୋଗ ଆସିଛି ଭୁବନେଶ୍ଵର ଭରତପୁର ଅଞ୍ଚଳରେ। ଗତକାଲି ସଂଧ୍ୟାରେ ଅଶୋକ ମହାରଣାଙ୍କୁ ଗୋଡେଇ ଗୋଡେଇ ହାଣିଛି ତାଙ୍କ ଭାଇ ସୂର୍ଯ୍ୟ ମହାରଣା। ବଞ୍ଚେଇବାକୁ ଆସିଥିବା ପଡ଼ୋଶୀଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ। ଭରତପୁରରେ ଥିବା ଏକ ଘରକୁ ହାତେଇବାକୁ ନେଇ ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖିବାକୁ ମିଳୁଥିଲା।
ଗତ ସନ୍ଧ୍ୟାରେ ଏହା ଉଗ୍ରରୂପ ନେଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ଧରି ଥାନାକୁ ଆଣିବା ବେଳେ ଉତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କୁ ମାଡ ମାରିବା ସହିତ ପୋଲିସ ଭ୍ୟାନ ଭାଙ୍ଗି ଦେଇଥିବାର ଅଭିଯୋଗ ହୋଇଛି। ଲୋକଙ୍କ ଆକ୍ରମଣରେ ଥାନାଧିକାରୀ ଓ କିଛି ପୋଲିସ କର୍ମଚାରୀ ଆହତ ହୋଇଥିବାର ସୂଚନା ମିଳିଛି। …
The post ଘର ମାଲିକାନା ହାତେଇବା ପାଇଁ ଭାଇକୁ ହାଣିଲା ଭାଇ appeared first on .