ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ୨୦ ଗାଡ଼ି ପଛକୁ ପଛ ଧକ୍କା
ମୁମ୍ବାଇ: ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ଆଜି ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ କଣ୍ଟେନର ଟ୍ରକ୍ ବ୍ରେକ୍ ଫେଲ୍ ହୋଇ ଏକ ଗାଡ଼ିକୁ ଧକ୍କା ଦେବା ପରେ ପ୍ରାୟ ୨୦ଟି ଗାଡ଼ି ପଛକୁ ପଛ ଧକ୍କା ହୋଇଥିଲା। ଦୁଇଟି ଗାଡ଼ି ଚୁର୍ମାର ହୋଇଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଆହତମାନଙ୍କୁ ନବୀ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ […]

ମୁମ୍ବାଇ: ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ଆଜି ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ କଣ୍ଟେନର ଟ୍ରକ୍ ବ୍ରେକ୍ ଫେଲ୍ ହୋଇ ଏକ ଗାଡ଼ିକୁ ଧକ୍କା ଦେବା ପରେ ପ୍ରାୟ ୨୦ଟି ଗାଡ଼ି ପଛକୁ ପଛ ଧକ୍କା ହୋଇଥିଲା। ଦୁଇଟି ଗାଡ଼ି ଚୁର୍ମାର ହୋଇଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଆହତମାନଙ୍କୁ ନବୀ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କଣ୍ଟେନର ଟ୍ରକ୍ ଡ୍ରାଇଭରଙ୍କୁ ପୁଲିସ ଅଟକ ରଖିଛି। ଏହି ଦୁର୍ଘଟଣା ପରେ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ପ୍ରବଳ ଭିଡ଼ ଯୋଗୁଁ ପ୍ରାୟ ୫ କିମି ବ୍ୟାପୀ ଯାନବାହନ ଅଟକି ରହିଥିଲା। ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ହଟାଇବା ପାଇଁ ଯୁଦ୍ଧସ୍ତରରେ ପଦକ୍ଷେପ ନିଆଯାଇଥିଲା ଏବଂ ଘଟଣାସ୍ଥଳରେ ତୁରନ୍ତ ଜରୁରୀକାଳୀନ ଟିମ୍ ମୁତୟନ କରାଯାଇଥିଲା। ଏକ୍ସପ୍ରେସ୍ୱେ ଦେଇ ଯାନବାହନ ଚଳାଚଳ ଠପ୍ ହୋଇଯିବାରୁ କର୍ତ୍ତୃପକ୍ଷ ବିକଳ୍ପ ମାର୍ଗ ଦେଇ ଯାନବାହନ ଚଳାଚଳ ଆରମ୍ଭ କରିଥିଲେ।