ଘରକୁ ଚିକେନ୍‌ ଆଣିବାରୁ ଭାଇକୁ ହତ୍ୟା କଲେ ଭାଇ, ମା’ ଓ ଭାଇ ଗିରଫ

ଭୋପାଳ: ଆମିଷ ଖାଇବାକୁ କେନ୍ଦ୍ର କରି ନିଜ ଭାଇକୁ ହତ୍ୟା କରିବା ଭଳି ଏକ ଚକିତ କରିବା ଘଟଣା ମଧ୍ୟମପ୍ରଦେଶର ଭୋପାଳରେ ଘଟିଛି। ଏହି ଘଟଣାଟି ବୈରାଗଡ଼ର ଇନ୍ଦିରାନଗର ଠାରେ ଘଟିଛି। ଅନସୁଲ ଯାଦବ (୨୨) ଘରକୁ ଚିକେନ୍‌ ଆଣି ଖାଇବାକୁ ଜିଦ୍‌ ଧରିଲା। କିନ୍ତୁ ଏହାକୁ ତାଙ୍କର ବଡ଼ଭାଇ କୁଳଦୀପ ଓ ସାନଭାଇ ଅମନ ବିରୋଧ କରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏହି ଝଗଡ଼ା ମଧ୍ୟରେ ଦୁଇଭାଇ ମିଶି ଅନସୁଲକୁ ତଣ୍ଟିଚିପି […]

ଘରକୁ ଚିକେନ୍‌ ଆଣିବାରୁ ଭାଇକୁ ହତ୍ୟା କଲେ ଭାଇ, ମା’ ଓ ଭାଇ ଗିରଫ

ଭୋପାଳ: ଆମିଷ ଖାଇବାକୁ କେନ୍ଦ୍ର କରି ନିଜ ଭାଇକୁ ହତ୍ୟା କରିବା ଭଳି ଏକ ଚକିତ କରିବା ଘଟଣା ମଧ୍ୟମପ୍ରଦେଶର ଭୋପାଳରେ ଘଟିଛି। ଏହି ଘଟଣାଟି ବୈରାଗଡ଼ର ଇନ୍ଦିରାନଗର ଠାରେ ଘଟିଛି। ଅନସୁଲ ଯାଦବ (୨୨) ଘରକୁ ଚିକେନ୍‌ ଆଣି ଖାଇବାକୁ ଜିଦ୍‌ ଧରିଲା। କିନ୍ତୁ ଏହାକୁ ତାଙ୍କର ବଡ଼ଭାଇ କୁଳଦୀପ ଓ ସାନଭାଇ ଅମନ ବିରୋଧ କରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏହି ଝଗଡ଼ା ମଧ୍ୟରେ ଦୁଇଭାଇ ମିଶି ଅନସୁଲକୁ ତଣ୍ଟିଚିପି ହତ୍ୟା କରିଥିଲେ। ସେମାନଙ୍କ ମା’ ଅନିତା ମଧ୍ୟ ଦୁଇ ଭାଇଙ୍କୁ ସମର୍ଥନ କରିଥିଲେ। ହତ୍ୟାରେ ବ୍ୟବହୃତ ଦଉଡ଼ିକୁ ଲୁଚାଇ ଦେଇଥିଲା। ମୃତ ଅନସୁଲକୁ ହସ୍‌ପିଟାଲ୍‌ ନେଇ ହଠାତ୍‌ ଅଚେତ ହୋଇପଡ଼ିଛନ୍ତି ବୋଲି କହିଥିଲେ। ତେବେ ଚିକିତ୍ସା କରୁଥିବା ଡାକ୍ତର ଅନସୁଲଙ୍କ ବେକରେ ଦଉଡ଼ି ଚିହ୍ନ ଦେଖି ପୁଲିସକୁ ସୂଚିତ କରିଥିଲେ। ପଚରାଉଚରା କରିବା ସମୟରେ ଅନିତା ଭୁଲ ତଥ୍ୟ ଦେଇ ଅଭିଯୁକ୍ତ ଦୁଇପୁଅକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ତେବେ କ୍ରମାଗତ ପଚରଉଚରା ଓ ଅନୁସନ୍ଧାନରେ ଅନସୁଲର ହତ୍ୟା ରହସ୍ୟ ପଦାକୁ ଆସିଥିଲା। ବୈରାଗଡ଼ ପୁଲିସର ଭାରପ୍ରାପ୍ତ ଅଧିକାରୀ କମଲଜିତ୍‌ ରନ୍ଧାୱା କହିଛନ୍ତି, ବିବାଦ ସମୟରେ ତିନିହେଁ ନିଶାଗ୍ରସ୍ତ ଥିଲେ। ଏନେଇ ବିଏନ୍‌ଏସ୍‌ର ଧାରାରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଦୁଇଭାଇ ଓ ମା’ ଅନିତାଙ୍କୁ ଗିରଫ କରାଯାଇଛି।