ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ ୩ ଦୁର୍ବୃତ୍ତ ପାଚେରି ଡେଇଁ ପଶିବା ସହ ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଛୁରିରେ ବାରମ୍ବାର ଭୁସି ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁଯାୟୀ, ବଡ଼ବିଲ ପିଏଚ୍‌ଡି ରୋଡ୍‌ ଅଞ୍ଚଳର ଭଞ୍ଜ କଲୋନୀରେ ଅନୁପ ବିଶ୍ୱକର୍ମା ସପରିବାର ରୁହନ୍ତି। ଅନୁପଙ୍କ ପରିବାର ଗାଁକୁ ଯାଇଥିବାବେଳେ […] The post ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର appeared first on Dharitri Odia News.

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ ୩ ଦୁର୍ବୃତ୍ତ ପାଚେରି ଡେଇଁ ପଶିବା ସହ ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଛୁରିରେ ବାରମ୍ବାର ଭୁସି ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନାନୁଯାୟୀ, ବଡ଼ବିଲ ପିଏଚ୍‌ଡି ରୋଡ୍‌ ଅଞ୍ଚଳର ଭଞ୍ଜ କଲୋନୀରେ ଅନୁପ ବିଶ୍ୱକର୍ମା ସପରିବାର ରୁହନ୍ତି। ଅନୁପଙ୍କ ପରିବାର ଗାଁକୁ ଯାଇଥିବାବେଳେ ସେ ଏକୁଟିଆ ଘରେ ଥିଲେ। ଅନୁପଙ୍କ କହିବା ମୁତାବକ ବୁଧବାର ପୂର୍ବାହ୍ନରେ ସେ ଘରେ ଏକାକୀ ଥିବାବେଳେ ତାଙ୍କ ଘର ପଛପଟ ପାଚେରି ଡେଇଁ ହଠାତ୍‌ ୩ ଦୁର୍ବୃତ୍ତ ଘର ଭିତରକୁ ପଶି ତାଙ୍କୁ କାବୁ କରିନେବା ସହ ମୁହଁରେ ବନ୍ଧୁକ ଭର୍ତ୍ତି କରି ଘରେ ଯାହା ଟଙ୍କା ଅଛି ଦେଇଦେବାକୁ କହିଥିଲେ। ତେବେ ଏହାର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନଙ୍କ ସହ ଅନୁପଙ୍କର ଧସ୍ତାଧସ୍ତି ହୋଇଥିଲା। ଦୁର୍ବୃତ୍ତମାନେ ଅନୁପଙ୍କ ପେଟକୁ ଛୁରିରେ ବାରମ୍ବାର ଭୁସିବା ସହ ଗୋଡକୁ ମଧ୍ୟ ଛୁରାମାଡ଼ କରିଥିଲେ। କୌଣସିମତେ ଅନୁପ ସାହସ ବାନ୍ଧି ଦୁର୍ବୃତ୍ତମାନଙ୍କ କବଳରୁ ନିଜକୁ ମୁକୁଳାଇବା ସହ ଦୁର୍ବୃତ୍ତମାନଙ୍କଠାରୁ ଏକ ଛୁରି ଛଡ଼ାଇନେଇ ଘର ବାହାରକୁ ଧାଇଁ ଆସି ପାଟି କରିବାରୁ ଦୁର୍ବୃତ୍ତମାନେ ଚାଲିଯାଇଥିଲେ। ତେବେ ସ୍ଥାନୀୟ ଲୋକେ ତୁରନ୍ତ ଅନୁପଙ୍କୁ ବଡ଼ବିଲସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଥିଲେ। ଆଶୁ ଚିକିତ୍ସା ପରେ ଅନୁପଙ୍କୁ ଅଧିକ ଚିକିତ୍ସା ନିମନ୍ତେ କେନ୍ଦୁଝର ଜିଲା ମୁଖ୍ୟାଳୟକୁ ପଠାଯାଇଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ଦୁର୍ବୃତ୍ତମାନଙ୍କୁ ଧରିବା ନିମନ୍ତେ ଉଦ୍ୟମ ଜାରି ରଖିଥିବା ଜଣାପଡ଼ିଛି।

The post ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର appeared first on Dharitri Odia News.