ଘରେ ଶୋଇଥିବା ବେଳେ ଯୁବକଙ୍କୁ ଏସିଡ ମାଡ
ଭଦ୍ରକ: ଘରେ ଶୋଇଥିବା ବେଳେ ଏସିଡ ମାଡ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ରାମଚନ୍ଦ୍ରପୁର ଗାଁରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି। ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ଉପରକୁ ଏସିଡ୍ ମାଡ ହୋଇଛି। ଯୁବକଙ୍କ ମୁହଁ ଆଖି ଓ ମୁଣ୍ଡ ପୋଡି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ବାସୁଦେବପୁର ଡ଼ାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଅଧିକ ଚିକିତ୍ସା ପାଇଁ ଭଦ୍ରକ ପରେ କଟକ ବଡ ମେଡିକାଲକୁ ପଠାଇ ଦିଆଯାଇଛି। […]

ଭଦ୍ରକ: ଘରେ ଶୋଇଥିବା ବେଳେ ଏସିଡ ମାଡ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ରାମଚନ୍ଦ୍ରପୁର ଗାଁରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି। ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ଉପରକୁ ଏସିଡ୍ ମାଡ ହୋଇଛି। ଯୁବକଙ୍କ ମୁହଁ ଆଖି ଓ ମୁଣ୍ଡ ପୋଡି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ବାସୁଦେବପୁର ଡ଼ାକ୍ତର ଖାନାରେ ଭର୍ତ୍ତି କରାଯାଇଛି।
ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଅଧିକ ଚିକିତ୍ସା ପାଇଁ ଭଦ୍ରକ ପରେ କଟକ ବଡ ମେଡିକାଲକୁ ପଠାଇ ଦିଆଯାଇଛି। ଯୁବକଙ୍କ ନାମ ଜଗବନ୍ଧୁ ପଳାଇ। ସୂଚନା ଅନୁସାରେ ଜଗବନ୍ଧୁ ଜଣେ ଟେଣ୍ଟ ବ୍ୟବସାୟୀ। ଗାଁରେ ଅଷ୍ଟମ ପ୍ରହାରୀ ପ୍ରସାଦ ଖାଇ ଘରେ ଶୋଇ ଥିଲେ। ଏହି ସମୟରେ ଦୁର୍ବୃତ୍ତ ତାଙ୍କ ମୁହଁରେ ଏସିଡ ମାଡ କରିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନା ଅଣାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଅଧିକ ଚିଜିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।