ଘୁମୁସର ବନଖଣ୍ଡରେ ୯୭ ହାତୀ: ଗାଁରେ ପଶିଗଲେ ୨ ଦନ୍ତା

ଭଞ୍ଜନଗର,୮ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡ ବିଗତ କିଛିବର୍ଷ ହେବ ହାତୀମାନଙ୍କ ସୁରକ୍ଷିତ ବାସସ୍ଥଳୀ ପାଲଟିଯାଇଛି। ପଡ଼ୋଶୀ ବନଖଣ୍ଡ ଅପେକ୍ଷା ଏହି ଦୁଇ ବନଖଣ୍ଡରେ ହାତୀମାନଙ୍କ ରହଣି ପାଇଁ ଉପଯୁକ୍ତ ବାସସ୍ଥଳୀ ଏବଂ ଖାଦ୍ୟ ମିଳୁଥିବା ଯୋଗୁ ହାତୀପଲ ଅନ୍ୟ ବନଖଣ୍ଡକୁ ପ୍ରାୟ ଯାଉନାହାନ୍ତି। ଯଦି କେତେବେଳେ ଯାଆନ୍ତି ତେବେ ଦିନେ ଦୁଇଦିନ ଭିତରେ ଫେରି ଆସୁଥିବା ଜଣାପଡ଼ିଛି । କିନ୍ତୁ ହାତୀପଲ ଏହି ଦୁଇ ବନଖଣ୍ଡରେ […] The post ଘୁମୁସର ବନଖଣ୍ଡରେ ୯୭ ହାତୀ: ଗାଁରେ ପଶିଗଲେ ୨ ଦନ୍ତା appeared first on Dharitri Odia News.

ଘୁମୁସର ବନଖଣ୍ଡରେ ୯୭ ହାତୀ: ଗାଁରେ ପଶିଗଲେ ୨ ଦନ୍ତା

ଭଞ୍ଜନଗର,୮ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡ ବିଗତ କିଛିବର୍ଷ ହେବ ହାତୀମାନଙ୍କ ସୁରକ୍ଷିତ ବାସସ୍ଥଳୀ ପାଲଟିଯାଇଛି। ପଡ଼ୋଶୀ ବନଖଣ୍ଡ ଅପେକ୍ଷା ଏହି ଦୁଇ ବନଖଣ୍ଡରେ ହାତୀମାନଙ୍କ ରହଣି ପାଇଁ ଉପଯୁକ୍ତ ବାସସ୍ଥଳୀ ଏବଂ ଖାଦ୍ୟ ମିଳୁଥିବା ଯୋଗୁ ହାତୀପଲ ଅନ୍ୟ ବନଖଣ୍ଡକୁ ପ୍ରାୟ ଯାଉନାହାନ୍ତି। ଯଦି କେତେବେଳେ ଯାଆନ୍ତି ତେବେ ଦିନେ ଦୁଇଦିନ ଭିତରେ ଫେରି ଆସୁଥିବା ଜଣାପଡ଼ିଛି । କିନ୍ତୁ ହାତୀପଲ ଏହି ଦୁଇ ବନଖଣ୍ଡରେ ରହିବା ସମୟରେ ଲୋକଙ୍କ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। କେଉଁଠି ଘର ଭାଙ୍ଗୁଛନ୍ତି ତ ଆଉ କେଉଁଠି ଫସଲ କ୍ଷତି କରୁଛନ୍ତି। ଏହିଭଳି ପରିସ୍ଥିତିରେ ମଙ୍ଗଳବାର ରାତିରେ ଦୁଇଟି ଦନ୍ତାହାତୀ କୁଲାଡ଼ ଗାଁ ଭିତରେ ପଶିଯାଇଥିଲେ। ଯାହାକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଏହାପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଦ୍ୱୟଙ୍କୁ ଘଉଡ଼ାଇଥିଲେ।

ଗୁରୁବାର ସୁଦ୍ଧା ଉତ୍ତର ଘୁମୁସର ବନଖଣ୍ଡରେ ୯୧ଟି ହାତୀ ଥିବାବେଳେ ଦକ୍ଷିଣ ଘୁମୁସର ବନଖଣ୍ଡରେ ୬ଟି ହାତୀ ଥିବା ଜଣାପଡ଼ିଛି। ହାତୀ ଏବଂ ମଣିଷ ଉଭୟ କିଭଳି ସୁରକ୍ଷିତ ରହିପାରିବ ସେଥିପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି।

The post ଘୁମୁସର ବନଖଣ୍ଡରେ ୯୭ ହାତୀ: ଗାଁରେ ପଶିଗଲେ ୨ ଦନ୍ତା appeared first on Dharitri Odia News.