ଘୂର୍ଣ୍ଣିଝଡ଼ରେ ୫ ମୃତ, ଶତାଧିକ ଆହତ

କୋଲକାତା,୧ା୪: ପଶ୍ଚିମବଙ୍ଗର ଉତ୍ତର ଭାଗରେ ଥିବା ଜଲପାଇଗୁଡ଼ି ଜିଲାର କିଛି ଅଂଶରେ ଘୂର୍ଣ୍ଣିଝଡ଼ ହେବାରୁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ଏହି ସମୟରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏକ ଅରେଞ୍ଜ ଓ୍ବାର୍ନିଂ ଜାରି କରି ଆସନ୍ତା ୫ ଦିନ ମଧ୍ୟରେ ଉତ୍ତର-ପୂର୍ବର ଅନେକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି। ପଶ୍ଚିମବଙ୍ଗର ଅଲିପୁରଦ୍ୱାର, କୁଚବିାହାର ଏବଂ ଜଲପାଇଗୁଡ଼ି ଜିଲାର କିଛି ଅଞ୍ଚଳରେ ବଜ୍ରପାତ ସହ […] The post ଘୂର୍ଣ୍ଣିଝଡ଼ରେ ୫ ମୃତ, ଶତାଧିକ ଆହତ appeared first on Dharitri Odia News.

ଘୂର୍ଣ୍ଣିଝଡ଼ରେ ୫ ମୃତ, ଶତାଧିକ ଆହତ

କୋଲକାତା,୧ା୪: ପଶ୍ଚିମବଙ୍ଗର ଉତ୍ତର ଭାଗରେ ଥିବା ଜଲପାଇଗୁଡ଼ି ଜିଲାର କିଛି ଅଂଶରେ ଘୂର୍ଣ୍ଣିଝଡ଼ ହେବାରୁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ଏହି ସମୟରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏକ ଅରେଞ୍ଜ ଓ୍ବାର୍ନିଂ ଜାରି କରି ଆସନ୍ତା ୫ ଦିନ ମଧ୍ୟରେ ଉତ୍ତର-ପୂର୍ବର ଅନେକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି।

ପଶ୍ଚିମବଙ୍ଗର ଅଲିପୁରଦ୍ୱାର, କୁଚବିାହାର ଏବଂ ଜଲପାଇଗୁଡ଼ି ଜିଲାର କିଛି ଅଞ୍ଚଳରେ ବଜ୍ରପାତ ସହ ହାଲୁକା ଏବଂ ମଧ୍ୟମ ବର୍ଷା ହେବାର ପାଣିପାଗ ବିଭାଗ ଚେତାବନୀ ଦେଇଛି। ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ଅଲିପୁର ପାଣିପାଗ ବିଭାଗ ଚେତାବନୀ ଦେଇଛି।

The post ଘୂର୍ଣ୍ଣିଝଡ଼ରେ ୫ ମୃତ, ଶତାଧିକ ଆହତ appeared first on Dharitri Odia News.