ଚକା ନଥିବା କାର

ଅନେକ ସମୟରେ ଏଭଳି ଉଦ୍ଭାବନ ସାମନାକୁ ଆସିଥାଏ, ଯାହା ବେଶ୍‌ ଆଶ୍ଚର୍ଯ୍ୟଜନକ ହୋଇଥାଏ । ସେହିଭଳି ଏକ ଉଦ୍ଭାବନ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହୁଛି । ଏକ କାର ବର୍ତ୍ତମାନ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି କାରଟିର ନାଁ ରହିଛି ବନାନା ପିଲ୍‌ ବା କଦଳୀ ଚୋପା କାର । କାରଟି ଦେଖିବାକୁ ଖୁବ ଅଜବ ହୋଇଛି କାରଣ ଏହାର ଚକା ନାହିଁ । ଏହି କାରଟିକୁ ୧୯୯୦ର […]

ଚକା ନଥିବା କାର

ଅନେକ ସମୟରେ ଏଭଳି ଉଦ୍ଭାବନ ସାମନାକୁ ଆସିଥାଏ, ଯାହା ବେଶ୍‌ ଆଶ୍ଚର୍ଯ୍ୟଜନକ ହୋଇଥାଏ । ସେହିଭଳି ଏକ ଉଦ୍ଭାବନ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହୁଛି । ଏକ କାର ବର୍ତ୍ତମାନ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି କାରଟିର ନାଁ ରହିଛି ବନାନା ପିଲ୍‌ ବା କଦଳୀ ଚୋପା କାର । କାରଟି ଦେଖିବାକୁ ଖୁବ ଅଜବ ହୋଇଛି କାରଣ ଏହାର ଚକା ନାହିଁ । ଏହି କାରଟିକୁ ୧୯୯୦ର ହୋଣ୍ଡା ସିଭିକ୍‌ ଗାଡିକୁ ପରିବର୍ତ୍ତନ କରି ଏହି ଡିଜାଇନ୍‌ ପ୍ରସ୍ତୁତ କରାଯାଇଥିବା ଚର୍ଚ୍ଚା ହେଉଛି । କାର ଡିଜାଇନର ଲାନ୍‌ ଡଙ୍ଗ ଏହି କାରଟିକୁ ଡିଜାଇନ କରିଥିବା ଜଣା ପଡିଛି । ତେବେ ଏହି କାରଟି ଏତେ ଛୋଟ ହୋଇଛି ଯେ ୟୁଜର୍ସମାନେ ଦ୍ୱନ୍ଦରେ ଅଛନ୍ତି ଏହି କାରରେ ଲୋକ ବସିବେ କିଭଳି ।