ଚନ୍ଦ୍ରରେ ୧୬୦ କି.ମି. ଓସାର ଗର୍ତ୍ତ ଠାବକଲା ପ୍ରଜ୍ଞାନ ରୋଭର
ନୂଆଦିଲ୍ଲୀ,୨୩।୯ : ଚନ୍ଦ୍ରୟାନ-୩ ମିଶନର ପ୍ରଜ୍ଞାନ ରୋଭର ଚନ୍ଦ୍ରପୃଷ୍ଠରେ ୧୬୦ କି.ମି. ଓସାରର ଏକ ପୁରାତନ ଗର୍ତ୍ତ ଠାବ କରିଛି। ଚନ୍ଦ୍ର ଦକ୍ଷିଣ ମେରୁ ଐତ୍କେନ ବେସିନ୍ଠାରୁ ପ୍ରାୟ ୩୫୦ କି.ମି. ଦୂରରେ ଏହି ଗର୍ତ୍ତ ରହିଛି। ଉକ୍ତ ଗର୍ତ୍ତ ଚନ୍ଦ୍ରର ଭୂତାତ୍ତ୍ୱିକ ରହସ୍ୟ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇପାରିବ ବୋଲି କୁହାଯାଉଛି। ୨୦୨୩ ଅଗଷ୍ଟ ୨୩ରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ୍ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଥିଲା। ଏହା ପରେ ଉକ୍ତ ମିଶନ […] The post ଚନ୍ଦ୍ରରେ ୧୬୦ କି.ମି. ଓସାର ଗର୍ତ୍ତ ଠାବକଲା ପ୍ରଜ୍ଞାନ ରୋଭର appeared first on Dharitri Odia News.
ନୂଆଦିଲ୍ଲୀ,୨୩।୯ : ଚନ୍ଦ୍ରୟାନ-୩ ମିଶନର ପ୍ରଜ୍ଞାନ ରୋଭର ଚନ୍ଦ୍ରପୃଷ୍ଠରେ ୧୬୦ କି.ମି. ଓସାରର ଏକ ପୁରାତନ ଗର୍ତ୍ତ ଠାବ କରିଛି। ଚନ୍ଦ୍ର ଦକ୍ଷିଣ ମେରୁ ଐତ୍କେନ ବେସିନ୍ଠାରୁ ପ୍ରାୟ ୩୫୦ କି.ମି. ଦୂରରେ ଏହି ଗର୍ତ୍ତ ରହିଛି। ଉକ୍ତ ଗର୍ତ୍ତ ଚନ୍ଦ୍ରର ଭୂତାତ୍ତ୍ୱିକ ରହସ୍ୟ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇପାରିବ ବୋଲି କୁହାଯାଉଛି। ୨୦୨୩ ଅଗଷ୍ଟ ୨୩ରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ୍ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଥିଲା। ଏହା ପରେ ଉକ୍ତ ମିଶନ ସେଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ଜାରି ରଖିଛି। ରୋଭର ଠାବ କରିଥିବା ଗର୍ତ୍ତ ଅବତରଣ ସ୍ଥାନ ନିକଟରେ ପୋତିହୋଇ ରହିଛି। ଅହମଦାବାଦର ଫିଜିକାଲ ରିସର୍ଚ୍ଚ ଲାବରେଟୋରୀର ବୈଜ୍ଞାନିକମାନେ ସାଇନ୍ସ ଡାଇରେକ୍ଟ ପତ୍ରିକାର ସଦ୍ୟ ସଂସ୍କରଣରେ ଉକ୍ତ ଆବିଷ୍କାର ପ୍ରକାଶ କରିଛନ୍ତି।
The post ଚନ୍ଦ୍ରରେ ୧୬୦ କି.ମି. ଓସାର ଗର୍ତ୍ତ ଠାବକଲା ପ୍ରଜ୍ଞାନ ରୋଭର appeared first on Dharitri Odia News.