ଚଷମା ଆବଶ୍ୟକତା ଦୂର କରିବ ନୂଆ ଆଇଡ୍ରପ୍
ନୂଆଦିଲ୍ଲୀ,୪ା୯: ଚଷମା ଆବଶ୍ୟକତାକୁ ଦୂର କରିବ ନୂଆ ଆଇଡ୍ରପ୍। ଭାରତର ଔଷଧ ନିୟାମକ ସଂସ୍ଥା ଡିସିଜିଆଇ ଉକ୍ତ ଆଇଡ୍ରପ୍କୁ ଅନୁମୋଦନ କରିଛି। ଅକ୍ଟୋବରରୁ ଏହା ୩୫୦ ଟଙ୍କାରେ ଉପଲବ୍ଧ ହେବାକୁ ଯାଉଛି। ମୁମ୍ବାଇର ଏଣ୍ଟୋଡ୍ ଫାର୍ମାସ୍ୟୁଟିକାଲ୍ସ ପ୍ରସ୍ତୁତ କରିଥିବା ପ୍ରେସ୍ଭୁ ଆଇଡ୍ରପ୍ସ ଚାଳିଶାଜନିତ ଦୃଷ୍ଟିଦୋଷ (ପ୍ରେସ୍ବିଓପିଆ) ଚିକିତ୍ସା ପାଇଁ ବ୍ୟବହାର କରାଯିବ। ବିଶ୍ୱବ୍ୟାପୀ ୧୦୯ରୁ ୧୮୦ କୋଟି ଲୋକ ଏହି ସମସ୍ୟାର ସମ୍ମୁଖୀନ। ସାଧାରଣତଃ ୪୫ ବର୍ଷ ପରେ ଏହି ସମସ୍ୟା ଆରମ୍ଭ ହୋଇ ପାଖାପାଖି ୭୦ […] The post ଚଷମା ଆବଶ୍ୟକତା ଦୂର କରିବ ନୂଆ ଆଇଡ୍ରପ୍ appeared first on Dharitri Odia News.
ନୂଆଦିଲ୍ଲୀ,୪ା୯: ଚଷମା ଆବଶ୍ୟକତାକୁ ଦୂର କରିବ ନୂଆ ଆଇଡ୍ରପ୍। ଭାରତର ଔଷଧ ନିୟାମକ ସଂସ୍ଥା ଡିସିଜିଆଇ ଉକ୍ତ ଆଇଡ୍ରପ୍କୁ ଅନୁମୋଦନ କରିଛି। ଅକ୍ଟୋବରରୁ ଏହା ୩୫୦ ଟଙ୍କାରେ ଉପଲବ୍ଧ ହେବାକୁ ଯାଉଛି। ମୁମ୍ବାଇର ଏଣ୍ଟୋଡ୍ ଫାର୍ମାସ୍ୟୁଟିକାଲ୍ସ ପ୍ରସ୍ତୁତ କରିଥିବା ପ୍ରେସ୍ଭୁ ଆଇଡ୍ରପ୍ସ ଚାଳିଶାଜନିତ ଦୃଷ୍ଟିଦୋଷ (ପ୍ରେସ୍ବିଓପିଆ) ଚିକିତ୍ସା ପାଇଁ ବ୍ୟବହାର କରାଯିବ। ବିଶ୍ୱବ୍ୟାପୀ ୧୦୯ରୁ ୧୮୦ କୋଟି ଲୋକ ଏହି ସମସ୍ୟାର ସମ୍ମୁଖୀନ। ସାଧାରଣତଃ ୪୫ ବର୍ଷ ପରେ ଏହି ସମସ୍ୟା ଆରମ୍ଭ ହୋଇ ପାଖାପାଖି ୭୦ ବର୍ଷ ପର୍ଯ୍ୟନ୍ତ ରହିଥାଏ। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂସ୍ଥା (ସିଡିଏସ୍ସିଓ) ସବ୍ଜେକ୍ଟ ଏକ୍ସପର୍ଟ କମିଟି (ଏସ୍ଇସି)ର ସୁପାରିସ କ୍ରମେ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିଜିସିଆଇ)ଠାରୁ ଏଣ୍ଟୋଡ୍ ଫାର୍ମାସ୍ୟୁଟିକାଲ୍ସ ଚୂଡ଼ାନ୍ତ ଅନୁମୋଦନ ହାସଲ କରିଛି। ଚଷମା ଆବଶ୍ୟକତା ଦୂର କରିବାରେ ଭାରତରେ ଏହା ପ୍ରଥମ ଆଇଡ୍ରପ୍ ହେବାକୁ ଯାଉଛି। ଆଇଡ୍ରପ୍ର ଅତ୍ୟାଧୁନିକ ଟେକ୍ନୋଲୋଜି ଯୋଗୁ ଏହାକୁ ଦୀର୍ଘବର୍ଷ ଯାଏ ସୁରକ୍ଷିତ ଏବଂ ଫଳପ୍ରଦ ଭାବେ ବ୍ୟବହାର କରାଯାଇପାରିବ।
The post ଚଷମା ଆବଶ୍ୟକତା ଦୂର କରିବ ନୂଆ ଆଇଡ୍ରପ୍ appeared first on Dharitri Odia News.