ଚାଇନାର ୧୩ ବର୍ଷିୟ ଭାରତନାଟ୍ୟମ ନୃତ୍ୟାଙ୍ଗନା ରଚିଲେ ଇତିହାସ
ବେଜିଂ,୧୩।୮: ସ୍କୁଲ ଛାତ୍ରୀ ଲେ ମୁଜି ଚାଇନାରେ ଭାରତନାଟ୍ୟମ ‘ଅରଙ୍ଗେତ୍ରମ’ ପ୍ରଦର୍ଶନ କରି ଇତିହାସ ସୃଷ୍ଟି କରିଛନ୍ତି। ପଡୋଶୀ ଦେଶରେ ଲୋକପ୍ରିୟତା ହାସଲ କରୁଥିବା ପ୍ରାଚୀନ ଭାରତୀୟ ନୃତ୍ୟ ଫର୍ମର ଯାତ୍ରାରେ ଏହା ଏକ ମାଇଲଖୁଣ୍ଟ ଭାବରେ ଦେଖାଯାଉଛି। ଲେ (୧୩ ବର୍ଷ) ରବିବାର ପ୍ରସିଦ୍ଧ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଲୀଲା ସାମସନ, ଭାରତୀୟ କୂଟନୀତିଜ୍ଞ ଏବଂ ବହୁ ସଂଖ୍ୟାରେ ଚାଇନା ପ୍ରଶଂସକଙ୍କ ସାମ୍ନାରେ ତାଙ୍କ ନୃତ୍ୟ ପରିବେଷଣ କରିଥିଲେ। ଭାରତୀୟ ଶାସ୍ତ୍ରୀୟ କଳା ଓ ନୃତ୍ୟ ଶୈଳୀକୁ […] The post ଚାଇନାର ୧୩ ବର୍ଷିୟ ଭାରତନାଟ୍ୟମ ନୃତ୍ୟାଙ୍ଗନା ରଚିଲେ ଇତିହାସ appeared first on Dharitri Odia News.
ବେଜିଂ,୧୩।୮: ସ୍କୁଲ ଛାତ୍ରୀ ଲେ ମୁଜି ଚାଇନାରେ ଭାରତନାଟ୍ୟମ ‘ଅରଙ୍ଗେତ୍ରମ’ ପ୍ରଦର୍ଶନ କରି ଇତିହାସ ସୃଷ୍ଟି କରିଛନ୍ତି। ପଡୋଶୀ ଦେଶରେ ଲୋକପ୍ରିୟତା ହାସଲ କରୁଥିବା ପ୍ରାଚୀନ ଭାରତୀୟ ନୃତ୍ୟ ଫର୍ମର ଯାତ୍ରାରେ ଏହା ଏକ ମାଇଲଖୁଣ୍ଟ ଭାବରେ ଦେଖାଯାଉଛି।
ଲେ (୧୩ ବର୍ଷ) ରବିବାର ପ୍ରସିଦ୍ଧ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଲୀଲା ସାମସନ, ଭାରତୀୟ କୂଟନୀତିଜ୍ଞ ଏବଂ ବହୁ ସଂଖ୍ୟାରେ ଚାଇନା ପ୍ରଶଂସକଙ୍କ ସାମ୍ନାରେ ତାଙ୍କ ନୃତ୍ୟ ପରିବେଷଣ କରିଥିଲେ।
ଭାରତୀୟ ଶାସ୍ତ୍ରୀୟ କଳା ଓ ନୃତ୍ୟ ଶୈଳୀକୁ ଶିଖିବା ଓ ଏହାର ପ୍ରଦର୍ଶନ ପାଇଁ ଦଶକ ଦଶକ ଧରି ନିଜର ଜୀବନ ସମର୍ପିତ କରିଥିବା ଉତ୍ସାହି ଚାଇନା ପ୍ରଶଂସକଙ୍କ ପାଇଁ ମଞ୍ଚ ଉପରେ ତାଙ୍କର ପଦାର୍ପଣ ଏକ ଐତିହାସିକ କ୍ଷଣ ଓ ଏକ ମାଇଲ ଖୁଣ୍ଟ ଥିଲା, କାରଣ ଚାଇନାରେ ପ୍ରଥମଥର‘ଅରଙ୍ଗେତ୍ରମ’ ଭାରତନାଟ୍ୟମର ଦିକ୍ଷାନ୍ତ ସମାରୋହ ଥିଲା। ଦକ୍ଷିଣ ଭାରତର ପ୍ରାଚୀନ ନୃତ୍ୟ, ଅରଙ୍ଗେତ୍ରମ (ଯାହା ତାମିଲରେ କୁହାଯାଏ)ର କଳାକାର, ଦର୍ଶକଙ୍କ ବ୍ୟତିତ ଶିକ୍ଷକ ଓ ବିଶେଷଜ୍ଞଙ୍କ ସାମ୍ନାରେ ମଞ୍ଚ ଉପରେ ତାଙ୍କର ପ୍ରଥମ ପ୍ରସ୍ତୁତି ଭେଟି ଦେଇଥିଲେ।
‘ଅରଙ୍ଗେତ୍ରମ’ ପରେ ହିଁ ଛାତ୍ରମାନେ ନିଜକୁ ପ୍ରଦର୍ଶନ କରିବାକୁ କିମ୍ବା ମହତ୍ୱାକାଂକ୍ଷି ନୃତ୍ୟଶିଳ୍ପୀମାନଙ୍କୁ ତାଲିମ ଦେବାକୁ ଅନୁମତି ଦିଆଯାଇଥାଏ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଭାରତୀୟ ଦୂତାବାସର ସାଂସ୍କୃତିକ ବ୍ୟାପାର ଦାୟିତ୍ୱରେ ଥିବା ପ୍ରଥମ ସଚିବ ଟି.ଏସ. ବିବେକାନନ୍ଦ କହିଛନ୍ତି ଯେ ଏହା ହେଉଛି ପ୍ରଥମ ଅରଙ୍ଗେତ୍ରମ ଯାହା ସମ୍ପୂର୍ଣ୍ଣ ରୂପେ ତାଲିମପ୍ରାପ୍ତ ଏବଂ ଚାଇନାରେ ଉପସ୍ଥାପିତ ହୋଇଛି।
The post ଚାଇନାର ୧୩ ବର୍ଷିୟ ଭାରତନାଟ୍ୟମ ନୃତ୍ୟାଙ୍ଗନା ରଚିଲେ ଇତିହାସ appeared first on Dharitri Odia News.