ଚାକିରି ସ୍ବିଚ୍‌ କଲେ ସାଲାରୀ ଆକାଉଣ୍ଟ କ’ଣ ହୁଏ? ଜାଣି ନିଅନ୍ତୁ…

ସମସ୍ତେ ଭଲ ସୁଯୋଗ ପାଇଲେ ବା ଅଧିକ ଦରମା ପାଇଲେ ଚାକିରି ପରିବର୍ତ୍ତନ କରିଥା’ନ୍ତି । ତେବେ ଏଭଳି କ୍ଷେତ୍ରରେ ସାଲାରୀ ଆକାଉଣ୍ଟ କ’ଣ ହୁଏ ? ଏହାକୁ ନେଇ ଅନେକ ଚିନ୍ତାରେ ପଡ଼ିଯାଆନ୍ତି । ବେଳେବେଳେ ଲୋକେ ଭାବନ୍ତି ପୂର୍ବ କମ୍ପାନୀର ସାଲାରୀ ଆକାଉଣ୍ଟ ବନ୍ଦ କରିଦେବେ ନା ତାକୁ ଚଲାଇବେ । ତାହାକୁ ସାଧାରଣ ସେଭିଂସ ଆକାଉଣ୍ଟ ଭାବେ ଚଳାଇବେ ନା ଆଉ ଏକ ନୂଆ ଆକାଉଣ୍ଟ ଖୋଲିବେ । ଆପଣ ଯଦି ଚାକିରି […] The post ଚାକିରି ସ୍ବିଚ୍‌ କଲେ ସାଲାରୀ ଆକାଉଣ୍ଟ କ’ଣ ହୁଏ? ଜାଣି ନିଅନ୍ତୁ… appeared first on Dharitri Odia News.

ଚାକିରି ସ୍ବିଚ୍‌ କଲେ ସାଲାରୀ ଆକାଉଣ୍ଟ କ’ଣ ହୁଏ? ଜାଣି ନିଅନ୍ତୁ…

ସମସ୍ତେ ଭଲ ସୁଯୋଗ ପାଇଲେ ବା ଅଧିକ ଦରମା ପାଇଲେ ଚାକିରି ପରିବର୍ତ୍ତନ କରିଥା’ନ୍ତି । ତେବେ ଏଭଳି କ୍ଷେତ୍ରରେ ସାଲାରୀ ଆକାଉଣ୍ଟ କ’ଣ ହୁଏ ? ଏହାକୁ ନେଇ ଅନେକ ଚିନ୍ତାରେ ପଡ଼ିଯାଆନ୍ତି । ବେଳେବେଳେ ଲୋକେ ଭାବନ୍ତି ପୂର୍ବ କମ୍ପାନୀର ସାଲାରୀ ଆକାଉଣ୍ଟ ବନ୍ଦ କରିଦେବେ ନା ତାକୁ ଚଲାଇବେ । ତାହାକୁ ସାଧାରଣ ସେଭିଂସ ଆକାଉଣ୍ଟ ଭାବେ ଚଳାଇବେ ନା ଆଉ ଏକ ନୂଆ ଆକାଉଣ୍ଟ ଖୋଲିବେ ।

ଆପଣ ଯଦି ଚାକିରି ଛାଡ଼ନ୍ତି ତେବେ ସାଲାରୀ ଆକାଉଣ୍ଟ ସେଭିଂସ ଆକାଉଣ୍ଟରେ ବଦଳିଯାଏ । ଦରମା ମିଳୁଥିବା ପର୍ଯ୍ୟନ୍ତ ତାହା ସାଲାରୀ ଆକାଉଣ୍ଟ ହୋଇ ରହିଥାଏ । କେତେକ ବ୍ୟାଙ୍କ ସାଲାରୀ ଆକାଉଣ୍ଟକିୁ କିଛିଦିନ ପରେ ସେଭିଙ୍ଗସ ଆକାଉଣ୍ଟରେ ବଦଳାଇ ଦିଅନ୍ତି । ଯେତେବେଳେ କି ଆଉ କିଛି ବ୍ୟାଙ୍କ ତାହାକୁ ସାଲାରୀ ଆକାଉଣ୍ଟ ଭାବେ ହିଁ ରଖିଥା’ନ୍ତି । ସାଲାରୀ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସର ଆବଶ୍ୟକତା ନ ଥାଏ । କିନ୍ତୁ ତାହା ବଦଳିଗଲେ ସର୍ବନିମ୍ନ ବାଲାନ୍ସର ଆବଶ୍ୟକତା ପଡ଼େ । ଆପଣ ଯଦି ସର୍ବନିମ୍ନ ବାଲାନ୍ସ ରଖି ନ ଥିବେ ତେବେ ବ୍ୟାଙ୍କ ନନ ମେଣ୍ଟେନାନ୍ସ ଫି’ ଚାର୍ଜ କରେ ।

ଆପଣ ଜବ ସ୍ବିଚ କଲେ ନୂଆ ନିଯୁକ୍ତିଦାତାଙ୍କ ନିକଟରେ ଆଉ ଏକ ସାଲାରୀ ଆକାଉଣ୍ଟ କରିପାରିବେ । ଆପଣଙ୍କ ନିଯୁକ୍ତିଦାତା ଯେଉଁ ବ୍ୟାଙ୍କର ପାର୍ଟନର ଥାଆନ୍ତି ସେଠାରେ ନୂଆ ସାଲାରୀ ଆକାଉଣ୍ଟ ଖୋଲନ୍ତି । ସାଲାରୀ ଆକାଉଣ୍ଟରେ ଜିରୋ ବାଲାନ୍ସ, ଭଲ ସୁଧ ହାର ଓ ଅତିରିକ୍ତ ସେବା ମଧ୍ୟ ଉପଲବ୍ଧ ଥାଏ । କିନ୍ତୁ ନୂଆ ଜାଗାରେ ଚାକିରି କଲେ ସାଲାରୀ ଆକାଉଣ୍ଟ ବନ୍ଦ କରିବାର କିଛି ଆବଶ୍ୟକତା ନାହିଁ । କିନ୍ତୁ ତାହାକୁ ନିୟମିତ ଭାବେ ଦେଖିବା ଦରକାର ।

ଯେଉଁମାନେ ଇଏମଆଇ, ଏସଆଇପି, ଇନ୍ସୁରାନ୍ସ ପ୍ରିମିୟମ ଓ ୟୁଟିୟିଟି ବିଲକୁ ସାଲାରୀ ଆକାଉଣ୍ଟ ସହ ଅଟୋ ଡେବିଟ କରନ୍ତି ସେମାନେ ସମସ୍ୟାରେ ପଡ଼ିଥା’ନ୍ତି । ଯଦି ସାଲାରୀ ଆକାଉଣ୍ଟ ସେଭିଂସ ଆକାଉଣ୍ଟରେ ବଦଳିଯାଏ ଓ ଆପଣ ନୂଆ ସାଲାରୀ ଆକାଉଣ୍ଟ ଖୋଲନ୍ତି ତେବେ ଅଟୋ ଡେବିଟ ଇନଷ୍ଟ୍ରକ୍ସସନକୁ ଅପଡେଟ କରିବାର ଆବଶ୍ୟକତା ରହିଛି । ଯଦି ସେଭଳି ନକରନ୍ତି ତେବେ ଫାଇନ, ଲେଟ ଫି ଆଦି ପଡ଼ିଯିବ ।

The post ଚାକିରି ସ୍ବିଚ୍‌ କଲେ ସାଲାରୀ ଆକାଉଣ୍ଟ କ’ଣ ହୁଏ? ଜାଣି ନିଅନ୍ତୁ… appeared first on Dharitri Odia News.