ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟେନ୍ସନ୍ରେ ଟିମ୍ ଇଣ୍ଡିଆ: ଏବେ ହେବ କ’ଣ…
ନୂଆଦିଲ୍ଲୀ,୫।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ଏହି ସିରିଜ ପାଇଁ ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳରେ ସାମିଲ କରାଯାଇଛି ବୋଲି ବିସିସିଆଇ ଘୋଷଣା କରିବା ପରେ ଭାରତୀୟ ଦଳ ପାଇଁ ଅପଡେଟ ଦଳ ପ୍ରକାଶ ପାଇଛି। ତେବେ ଦଳରେ ଏକ ଉଲ୍ଲେଖନୀୟ କଥା ହେଉଛି ଯଶପ୍ରୀତ ବୁମ୍ରାଙ୍କ ନାମ ନଥିବାରୁ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରାଙ୍କ ମନରେ ପ୍ରଶ୍ନ ଉଠିଛି। […] The post ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟେନ୍ସନ୍ରେ ଟିମ୍ ଇଣ୍ଡିଆ: ଏବେ ହେବ କ’ଣ… appeared first on Dharitri Odia News.
ନୂଆଦିଲ୍ଲୀ,୫।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ଏହି ସିରିଜ ପାଇଁ ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳରେ ସାମିଲ କରାଯାଇଛି ବୋଲି ବିସିସିଆଇ ଘୋଷଣା କରିବା ପରେ ଭାରତୀୟ ଦଳ ପାଇଁ ଅପଡେଟ ଦଳ ପ୍ରକାଶ ପାଇଛି।
ତେବେ ଦଳରେ ଏକ ଉଲ୍ଲେଖନୀୟ କଥା ହେଉଛି ଯଶପ୍ରୀତ ବୁମ୍ରାଙ୍କ ନାମ ନଥିବାରୁ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରାଙ୍କ ମନରେ ପ୍ରଶ୍ନ ଉଠିଛି। ତାଙ୍କ ଚିନ୍ତା ବାସ୍ତବରେ ସମସ୍ତଙ୍କ ଚିନ୍ତା ବଢାଇଦେଇଛି ।
ସୂଚନାଯୋଗ୍ୟ, ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ ପାଇଁ ବୁମରାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲା। ତେବେ ନୂଆ ଦଳ ପ୍ରକାଶ ପାଇବା ପରେ ତୃତୀୟ ଦିନିକିଆରୁ ବୁମ୍ରାଙ୍କ ନାମ ମଧ୍ୟ ବାଦ ପଡ଼ିଥିଲା।
ଟିମ ଇଣ୍ଡିଆର ଅପଡେଟେଡ ସ୍କ୍ବାଡ ଜାରି ହେବା ପରେ ଆକାଶ ଚୋପ୍ରା ତାଙ୍କର ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି, ବୁମରାଙ୍କ ନାମ ଅପଡେଟ ସ୍କ୍ବାଡରେ ନାହିଁ। ଶେଷ ଦିନିକିଆ ପାଇଁ ମଧ୍ୟ ନୁହେଁ। ସିରାଜ ପୂର୍ବରୁ ଦଳରେ ନାହାନ୍ତି। ଇଂଲଣ୍ଡ ସିରିଜ୍ରେ ରାଣାଙ୍କୁ ଡେବ୍ୟୁ କରିବାର ଉପାୟ ଖୋଜନ୍ତୁ। ଯଦିଓ, ମୁଁ ଜାଣିନାହିଁ କିପରି… ଅର୍ଶଦୀପ କେବଳ କିଛି ଦିନିକିଆ ଖେଳିଛନ୍ତି ଏବଂ ଶାମି ଫେରିବା ରାସ୍ତାରେ ଅଛନ୍ତି। ତିନି ଜଣ ସିମର ଖେଳିବେ?
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବା ତିନି ମ୍ୟାଚ ଦିନିକିଆ ସିରିଜର ଆରମ୍ଭ ୬ ଫେବୃଆରୀରୁ ହେବ। ସେହିପରି ସିରିଜର ଶେଷ ମୁକାବଲା ୧୨ ଫେବୃଆରୀରେ ଖେଳାଯିବ।
The post ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟେନ୍ସନ୍ରେ ଟିମ୍ ଇଣ୍ଡିଆ: ଏବେ ହେବ କ’ଣ… appeared first on Dharitri Odia News.