ଚିଖିଲି ଗାଁକୁ ଛୁଇଁଲା ବନ୍ୟାଜଳ
ବରଗଡ଼,୧୨।୯(ପ୍ରେମାନନ୍ଦ ଖମାରୀ): ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ସାଙ୍ଗକୁ ଛତିଶଗଡ଼ର ଗାଙ୍ଗରେଲ, ସରଗୁଜା ଓ ସାରାଡିହି ଆଦି ଡ୍ୟାମରୁ ମହାନଦୀକୁ ମାତ୍ରାଧିକ ବର୍ଷାଜଳ ନିଷ୍କାସନ ଫଲରେ ମହାନଦୀର ଜଳପତ୍ତନ ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ହିରାକୁଦ ନଦୀବନ୍ଧର ଜଳ ପତ୍ତନ ବୃଦ୍ଧି ଘଟିଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ଜଳଭଣ୍ଡାରର ପଛୁଆ ପାଣିରେ ବରଗଡ଼ ଜିଲା ଅମ୍ବାଭୋନା ବ୍ଳକ ଅଧୀନ ଚିଖିଲି, ଅନ୍ତରାଡି, ଗଣ୍ଠିଆପାଲି, ଘୁଘୁରାପାଲି, ବେନିଆଁପାଲି, ବଡମାଲ ଆଦି ଗ୍ରାମର ଚାଷଜମି ଜଳମଗ୍ନ ହୋଇପଡିଛି। […] The post ଚିଖିଲି ଗାଁକୁ ଛୁଇଁଲା ବନ୍ୟାଜଳ appeared first on Dharitri Odia News.
ବରଗଡ଼,୧୨।୯(ପ୍ରେମାନନ୍ଦ ଖମାରୀ): ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ସାଙ୍ଗକୁ ଛତିଶଗଡ଼ର ଗାଙ୍ଗରେଲ, ସରଗୁଜା ଓ ସାରାଡିହି ଆଦି ଡ୍ୟାମରୁ ମହାନଦୀକୁ ମାତ୍ରାଧିକ ବର୍ଷାଜଳ ନିଷ୍କାସନ ଫଲରେ ମହାନଦୀର ଜଳପତ୍ତନ ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ହିରାକୁଦ ନଦୀବନ୍ଧର ଜଳ ପତ୍ତନ ବୃଦ୍ଧି ଘଟିଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ଜଳଭଣ୍ଡାରର ପଛୁଆ ପାଣିରେ ବରଗଡ଼ ଜିଲା ଅମ୍ବାଭୋନା ବ୍ଳକ ଅଧୀନ ଚିଖିଲି, ଅନ୍ତରାଡି, ଗଣ୍ଠିଆପାଲି, ଘୁଘୁରାପାଲି, ବେନିଆଁପାଲି, ବଡମାଲ ଆଦି ଗ୍ରାମର ଚାଷଜମି ଜଳମଗ୍ନ ହୋଇପଡିଛି।
ଧାନବିଲରେ ୫ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି। ବାଇଗଣ , ପୋଟଳ,ଅଦା, ଧନିଆପତ୍ର, ଲଙ୍କା, ଭେଣ୍ଡି,କଲରା, ଆଦି ପନିପରିବା ବନ୍ୟାଜଳରେ ଉବୁଟୁବୁ ହୋଇଛି। ମତ୍ସ୍ୟଜୀବୀମାନଙ୍କ ମାଛଧରା ଜାଲ ଓ ଡଙ୍ଗା ଭାସି ଯାଇଛି। ଚିଖିଲି ବନ୍ଧ ଓ ପୋଖରୀ, ଗାଡିଆରେ ବନ୍ୟାଜଳ ପଶିଯିବାରୁ ମାଛଚାଷ କରିଥିବା ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି। ଖବର ଲେଖା ଯିବା ପର୍ଯ୍ୟନ୍ତ ବନ୍ୟାଜଳ ଗାଁ ସୀମାକୁ ଛୁଇଁଛି। ଗାଁ ଭିତରକୁ ପଶି ନାହିଁ। ତଥାପି ଗ୍ରାମବାସୀ ବନ୍ୟା ଆଶଙ୍କାରେ ଭୟଭୀତ ରହିଛନ୍ତି।
The post ଚିଖିଲି ଗାଁକୁ ଛୁଇଁଲା ବନ୍ୟାଜଳ appeared first on Dharitri Odia News.