ଚିଟ୍ଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ନୋଟିସ୍
କଟକ: ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ନୋଟିସ୍। ଚିଟ୍ଫଣ୍ଡ ମାମଲାରେ ହାଇକୋର୍ଟଙ୍କ ନୋଟିସ। ସିବିଆଇର ଆବେଦନକୁ ଗ୍ରହଣ କରି ନୋଟିସ ଜାରି କଲେ ହାଇକୋର୍ଟ। ସୂଚନାଥାଉକି, ଦୁର୍ନୀତି ନିବାରଣ ଆଇନରୁ ହାଁସଦାଙ୍କୁ ଦୋଷମୁକ୍ତ ନିର୍ଦ୍ଦେଶକୁ ଚାଲେଞ୍ଜ କରି ସିବିଆଇ ଆବେଦନ କରିଥିଲା। ସୂଚନାଯୋଗ୍ୟ, ନବଦିଗନ୍ତ ଚିଟ୍ଫଣ୍ଡ୍ କମ୍ପାନୀ ସହ ସମ୍ପୃକ୍ତି ଅଭିଯୋଗରେ ରାମଚନ୍ଦ୍ର ହାଁସଦାଙ୍କୁ ସିବିଆଇ ଗିରଫ କରିଥିଲା । ଏହା ପରେ ୨୦୧୪ରେ ରାମଚନ୍ଦ୍ର ହାଁସଦାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। ଅବଶ୍ୟ ୨୦୧୮ରେ ତାଙ୍କୁ ସୁପ୍ରିମକୋର୍ଟରୁ ଜାମିନ୍ ମିଳିଥିଲା।
କଟକ: ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ନୋଟିସ୍। ଚିଟ୍ଫଣ୍ଡ ମାମଲାରେ ହାଇକୋର୍ଟଙ୍କ ନୋଟିସ। ସିବିଆଇର ଆବେଦନକୁ ଗ୍ରହଣ କରି ନୋଟିସ ଜାରି କଲେ ହାଇକୋର୍ଟ। ସୂଚନାଥାଉକି, ଦୁର୍ନୀତି ନିବାରଣ ଆଇନରୁ ହାଁସଦାଙ୍କୁ ଦୋଷମୁକ୍ତ ନିର୍ଦ୍ଦେଶକୁ ଚାଲେଞ୍ଜ କରି ସିବିଆଇ ଆବେଦନ କରିଥିଲା।
ସୂଚନାଯୋଗ୍ୟ, ନବଦିଗନ୍ତ ଚିଟ୍ଫଣ୍ଡ୍ କମ୍ପାନୀ ସହ ସମ୍ପୃକ୍ତି ଅଭିଯୋଗରେ ରାମଚନ୍ଦ୍ର ହାଁସଦାଙ୍କୁ ସିବିଆଇ ଗିରଫ କରିଥିଲା । ଏହା ପରେ ୨୦୧୪ରେ ରାମଚନ୍ଦ୍ର ହାଁସଦାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। ଅବଶ୍ୟ ୨୦୧୮ରେ ତାଙ୍କୁ ସୁପ୍ରିମକୋର୍ଟରୁ ଜାମିନ୍ ମିଳିଥିଲା।