ଚିତା ଭଳି ଝପଟି ପଡି ଏମିତି କ୍ୟାଚ ଧରିଲେ କ୍ରିକେଟର ଜେମ୍ସ ଆଣ୍ଡରସନ, ଭିଡିଓ ଦେଖି ପ୍ରଶଂସକ ଆଶ୍ଚର୍ଯ୍ୟ

ରାଞ୍ଚି,୨୬।୨: ରାଞ୍ଚି ଟେଷ୍ଟରେ ଭାରତୀୟ ଦଳର ୧୯୨ ରନ ଲକ୍ଷ୍ୟ ରହିଛି। ପ୍ରଥମ ୱିକେଟ ପାଇଁ ଟିମ ଇଣ୍ଡିଆର ଓପନର୍‌ ରୋହିତ ଶର୍ମା ଏବଂ ଯଶସ୍ବୀ ଜୈସୱାଲ ୮୪ ରନ ଯୋଡିଛନ୍ତି। ଏହା ପରେ ଯଶସ୍ବୀ ଜୈସୱାଲ ୪୪ ବଲରେ ୩୭ ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ଜୋ ରୁଟଙ୍କ ବଲରେ ଯଶସ୍ବୀ ଜୈସୱାଲଙ୍କ ଜେମ୍ସ ଆଣ୍ଡରସନ ଏକ ଚମତ୍କାର କ୍ୟାଚ ନେଇଥିଲେ। କିନ୍ତୁ ଜେମ୍ସ ଆଣ୍ଡରସନ ଯେପରି ଆଶ୍ଚର୍ଯ୍ୟଜନକ କ୍ୟାଚ ନେଇଥିଲେ, ବ୍ୟାଟ୍ସମ୍ୟାନଙ୍କ […] The post ଚିତା ଭଳି ଝପଟି ପଡି ଏମିତି କ୍ୟାଚ ଧରିଲେ କ୍ରିକେଟର ଜେମ୍ସ ଆଣ୍ଡରସନ, ଭିଡିଓ ଦେଖି ପ୍ରଶଂସକ ଆଶ୍ଚର୍ଯ୍ୟ appeared first on Dharitri Odia News.

ଚିତା ଭଳି ଝପଟି ପଡି ଏମିତି କ୍ୟାଚ ଧରିଲେ କ୍ରିକେଟର ଜେମ୍ସ ଆଣ୍ଡରସନ, ଭିଡିଓ ଦେଖି ପ୍ରଶଂସକ ଆଶ୍ଚର୍ଯ୍ୟ

ରାଞ୍ଚି,୨୬।୨: ରାଞ୍ଚି ଟେଷ୍ଟରେ ଭାରତୀୟ ଦଳର ୧୯୨ ରନ ଲକ୍ଷ୍ୟ ରହିଛି। ପ୍ରଥମ ୱିକେଟ ପାଇଁ ଟିମ ଇଣ୍ଡିଆର ଓପନର୍‌ ରୋହିତ ଶର୍ମା ଏବଂ ଯଶସ୍ବୀ ଜୈସୱାଲ ୮୪ ରନ ଯୋଡିଛନ୍ତି। ଏହା ପରେ ଯଶସ୍ବୀ ଜୈସୱାଲ ୪୪ ବଲରେ ୩୭ ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ଜୋ ରୁଟଙ୍କ ବଲରେ ଯଶସ୍ବୀ ଜୈସୱାଲଙ୍କ ଜେମ୍ସ ଆଣ୍ଡରସନ ଏକ ଚମତ୍କାର କ୍ୟାଚ ନେଇଥିଲେ। କିନ୍ତୁ ଜେମ୍ସ ଆଣ୍ଡରସନ ଯେପରି ଆଶ୍ଚର୍ଯ୍ୟଜନକ କ୍ୟାଚ ନେଇଥିଲେ, ବ୍ୟାଟ୍ସମ୍ୟାନଙ୍କ ସମେତ ପ୍ରଶଂସକମାନେ ଏହାକୁ ବିଶ୍ୱାସ କରିପାରି ନ ଥିଲେ।
ସୋସିଆଲ ମିଡିଆରେ ଜେମ୍ସ ଆଣ୍ଡରସନଙ୍କ କ୍ୟାଚ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଜେମ୍ସ ଆଣ୍ଡରସନ କ୍ରମାଗତ ଭାବରେ ଟ୍ରେଣ୍ଡ କରୁଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଜେମ୍ସ ଆଣ୍ଡରସନଙ୍କ କ୍ୟାଚ ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ସୂଚନାଯୋଗ୍ୟ, ଜେମ୍ସ ଆଣ୍ଡରସନ ଏକ ଆଶ୍ଚର୍ଯ୍ୟଜନକ କ୍ୟାଚ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ।। ଏହି କ୍ୟାଚର ଭିଡିଓ ସୋସିଆଲ ମିଡିଆରେ ଅନେକ ହେଡଲାଇନ ହାସଲ କରୁଛି ।