ଚିଦାମ୍ବରମ୍ ଷ୍ଟାଡିୟମରେ ଚେନ୍ନାଇ ପରାସ୍ତ; ୫ ଓ୍ବିକେଟରେ ବାଜି ମାରିନେଲା ହାଇଦ୍ରାବାଦ
ଚେନ୍ନାଇ: ଚିଦାମ୍ବରମ୍ ଷ୍ଟାଡିୟମରେ ପୁଣି ଥରେ ମାତ୍ ଖାଇଲା ଚେନ୍ନାଇ ସୁପର କିଙ୍ଗସ । ସନ୍ ରାଇଜର୍ସ ହାଇଦ୍ରାବାଦ ଠାରୁ ୫ ଓ୍ବିକେଟରେ ପରାସ୍ତ ହୋଇଛି ଦଳ । ଏସଆରଏଚ୍ ୧୫୫ ରନ୍ର ଟାର୍ଗେଟକୁ ସହଜରେ ଜିତି ନେଇଛି । ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ଚେନ୍ନାଇକୁ ଚେନ୍ନାଇରେ ହରାଇଛି ହାଇଦ୍ରାବାଦ । ଏହି ବିଜୟରେ ସହିତ ପାଏଣ୍ଟ ଟେବୁଲରେ ଦୁଇ ପଏଣ୍ଟ ହାସଲ କରିଛି । ଦଳ ପକ୍ଷରୁ ଇଶାନ କିଷାନ ସର୍ବାଧିକ ୪୪ ରନ୍ ସଂଗ୍ରହ କରିଛନ୍ତି । ଆଇପିଏଲର ୪୩ ତମ ମୁକାବିଲା ଚେନ୍ନାଇ ସୁପର କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ ଖେଳାଯାଇଛି । ଟସ୍ ଜିତି ପ୍ରଥମ ବୋଲିଂ ନିଷ୍ପତ୍ତି ନେଇଥିଲା ଏସଆରଏଚ । ଫଳରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ସିଏସକେର ଦୁଇ ଓପନର ସାଇକ୍ ରସିଦ୍ ଏବଂ ଆୟୂଷ ମାତ୍ରେ । ପ୍ରଥମ ବଲ୍ରେ ମହମ୍ମଦ ସାମିଙ୍କ ଶିକାର ହୋଇଥିଲେ ରସିଦ୍ । ଦ୍ବିତୀୟ ଓ୍ବିକେଟରେ ସାମ୍ କରନ ଆଉଟ୍ ହୋଇଥିଲେ । ଏହାପରେ ଆୟୂଷ ମାତ୍ରେ ୧୯ଟି ବଲରୁ ୩୦ ରନ୍ର ଇନିଂସ ଖେଳି ପାଟ୍ କମିନ୍ସଙ୍କ ଶିକାର ହୋଇଥିଲେ । ପରେ ରବିନ୍ଦ୍ର ଜାଡେଜା ଓ ଡିଓ୍ବେଲ୍ଡ ବ୍ରେଭିସଙ୍କ ମଧ୍ୟରେ ଏକ ଛୋଟ ପାର୍ଟନରସିପ୍ ହୋଇଥିଲା । ଜାଡେଜା ୨୧ ରନ୍ କରି ଆଉଟ୍ ହୋଇଥିଲେ । ବ୍ରେଭିସ ୨୫ଟି ବଲ୍ରୁ ୪୨ ରନ୍ ସଂଗ୍ରହ କରିଥିଲେ । ବ୍ରେଭିସ୍ ଆଉଟ୍ ହେବା ପରେ ଶିବମ୍ ଦୁବେ ଓ ଦୀପକ ହୁଡ଼ା ଦଳ ପାଇଁ କିଛି ଖାସ୍ କରିପାରିନଥିଲେ । ଏହାପରେ ଅଧିନାୟକ ମହେନ୍ଦ୍ର ସିଂହ
ଚେନ୍ନାଇ: ଚିଦାମ୍ବରମ୍ ଷ୍ଟାଡିୟମରେ ପୁଣି ଥରେ ମାତ୍ ଖାଇଲା ଚେନ୍ନାଇ ସୁପର କିଙ୍ଗସ । ସନ୍ ରାଇଜର୍ସ ହାଇଦ୍ରାବାଦ ଠାରୁ ୫ ଓ୍ବିକେଟରେ ପରାସ୍ତ ହୋଇଛି ଦଳ । ଏସଆରଏଚ୍ ୧୫୫ ରନ୍ର ଟାର୍ଗେଟକୁ ସହଜରେ ଜିତି ନେଇଛି । ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ଚେନ୍ନାଇକୁ ଚେନ୍ନାଇରେ ହରାଇଛି ହାଇଦ୍ରାବାଦ । ଏହି ବିଜୟରେ ସହିତ ପାଏଣ୍ଟ ଟେବୁଲରେ ଦୁଇ ପଏଣ୍ଟ ହାସଲ କରିଛି । ଦଳ ପକ୍ଷରୁ ଇଶାନ କିଷାନ ସର୍ବାଧିକ ୪୪ ରନ୍ ସଂଗ୍ରହ କରିଛନ୍ତି ।
ଆଇପିଏଲର ୪୩ ତମ ମୁକାବିଲା ଚେନ୍ନାଇ ସୁପର କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ ଖେଳାଯାଇଛି । ଟସ୍ ଜିତି ପ୍ରଥମ ବୋଲିଂ ନିଷ୍ପତ୍ତି ନେଇଥିଲା ଏସଆରଏଚ । ଫଳରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ସିଏସକେର ଦୁଇ ଓପନର ସାଇକ୍ ରସିଦ୍ ଏବଂ ଆୟୂଷ ମାତ୍ରେ । ପ୍ରଥମ ବଲ୍ରେ ମହମ୍ମଦ ସାମିଙ୍କ ଶିକାର ହୋଇଥିଲେ ରସିଦ୍ । ଦ୍ବିତୀୟ ଓ୍ବିକେଟରେ ସାମ୍ କରନ ଆଉଟ୍ ହୋଇଥିଲେ । ଏହାପରେ ଆୟୂଷ ମାତ୍ରେ ୧୯ଟି ବଲରୁ ୩୦ ରନ୍ର ଇନିଂସ ଖେଳି ପାଟ୍ କମିନ୍ସଙ୍କ ଶିକାର ହୋଇଥିଲେ । ପରେ ରବିନ୍ଦ୍ର ଜାଡେଜା ଓ ଡିଓ୍ବେଲ୍ଡ ବ୍ରେଭିସଙ୍କ ମଧ୍ୟରେ ଏକ ଛୋଟ ପାର୍ଟନରସିପ୍ ହୋଇଥିଲା । ଜାଡେଜା ୨୧ ରନ୍ କରି ଆଉଟ୍ ହୋଇଥିଲେ । ବ୍ରେଭିସ ୨୫ଟି ବଲ୍ରୁ ୪୨ ରନ୍ ସଂଗ୍ରହ କରିଥିଲେ । ବ୍ରେଭିସ୍ ଆଉଟ୍ ହେବା ପରେ ଶିବମ୍ ଦୁବେ ଓ ଦୀପକ ହୁଡ଼ା ଦଳ ପାଇଁ କିଛି ଖାସ୍ କରିପାରିନଥିଲେ । ଏହାପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପଡ଼ିଆକୁ ଓହ୍ଲାଇ ମାତ୍ର ୬ଟି ବଲ୍ ଖେଳି ୧୦ ରନ୍ କରି ଆଉଟ୍ ହୋଇଥିଲେ । ହାଇଦ୍ରାବାଦ ବୋଲଙ୍କ ସାମ୍ନାରେ କୌଣସି ବ୍ୟାଟର ଦଳକୁ ସମ୍ଭାଳି ପାରିନଥିଲେ । ଫଳରେ ସିଏସରେ ୧୯.୫ ଓଭରରେ ଦଳ ୧୫୪ ରନ୍ କରି ଅଲଆଉଟ୍ ହୋଇଥିଲା । ହାଇଦ୍ରାବାଦ ପକ୍ଷରୁ ହର୍ଷଲ ପଟେଲ ସର୍ବାଧିକ ୪ଟି ୱିକେଟ ନେଇଛନ୍ତି ।
୧୫୫ ରନର ଲକ୍ଷ୍ୟକୁ ପିଛା କରି ସନ୍ ରାଇଜର୍ସ ହାଇଦ୍ରାବାଦ ୧୮.୪ ଓଭରରେ ୫ ଓ୍ବିକେଟ୍ ହରାଇ ମ୍ୟାଚକୁ ଜିତି ନେଇଛି । ଏସଆରଏଚ ପକ୍ଷରୁ ଟ୍ରାଭିସ୍ ହେଡ୍ ଓ ଅଭିଷେକ୍ ଶର୍ମା ଲକ୍ଷ୍ୟକୁ ପଛି କରିବାକୁ ପଡିଆ ଓହ୍ଲାଇଥିଲେ । ହେଲେ ଚେନ୍ନାଇ ସୁପର କିଙ୍ଗସ ପ୍ରାରମ୍ଭରୁ ଝଟକା ଦେଇଥିଲା । ଅଭିଷେକ୍ ଶର୍ମା ପ୍ରଥମ ଓଭରରେ ଖଲ୍ଲି ଅହମ୍ମଦଙ୍କ ଶିକାର ହୋଇଥିଲେ । ଏହାପରେ ହେଡଙ୍କୁ ସାଥ୍ ଦେଇଥିଲେ ଇଶାନ କିଷାନ । ଟ୍ରାଭିସ୍ ହେଡ୍ ୧୬ ବଲରେ ୧୯ ରନ୍ ଏବଂ ଇଶାନ କିଷାନ ୩୪ ବଲରେ ୪୪ରନ କରି ଆଉଟ୍ ହୋଇଥିଲେ । ପରେ ଅନିକେଟ୍ ବର୍ମା, କମିନ୍ଦୁ ମେଣ୍ଡିସ୍ ଓ ନିତିଶ ରେଡ୍ଡି ମିଳିତ ଭାବେ ଦଳକୁ ସମ୍ଭାଳି ନେଇଥିଲେ । ଫଳରେ ଦଳ ୧୮.୪ ଓଭରରେ ୫ ଓ୍ବିକେଟ୍ ହରାଇ ୧୫୪ ରନ୍ର ଟାର୍ଗେଟକୁ ସହଜରେ ଜିତି ନେଇଥିଲା । ହାଇଦ୍ରାବାଦ ପକ୍ଷରୁ ହର୍ଷିତ୍ ପଟେଲ୍ ୪ଟି ଓ୍ବିକେଟ୍ ଅକ୍ତିଆର୍ ମ୍ୟାନ୍ ଅଫ୍ ଦି ପ୍ଲେୟାର ହୋଇଛନ୍ତି ।