ଚିନ୍ତା ବଢ଼ାଇଲା IMD ଡିଜିଙ୍କ ଆକଳନ: ଏହି ସବୁ ଜିଲାରେ ପ୍ରବଳ ଛେଚିବ
ନୂଆଦିଲ୍ଲୀ/ଭୁବନେଶ୍ୱର,୨୭ା୫: ପଶ୍ଚିମ କେନ୍ଦ୍ରୀୟ ଓ ତା’ର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଲଘୁଚାପ ବର୍ଷା ମୌସୁମୀ ଅଗ୍ରସରକୁ ଆହୁରି ସକ୍ରିୟ କରିବ। ଅନ୍ୟପକ୍ଷେ ମୌସୁମୀ ବର୍ଷା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବଡ଼ ସୂଚନା ଦେଇଛନ୍ତି। ଜୁନ ମାସରେ ଅଧିକ […] The post ଚିନ୍ତା ବଢ଼ାଇଲା IMD ଡିଜିଙ୍କ ଆକଳନ: ଏହି ସବୁ ଜିଲାରେ ପ୍ରବଳ ଛେଚିବ appeared first on Dharitri Odia News.
ନୂଆଦିଲ୍ଲୀ/ଭୁବନେଶ୍ୱର,୨୭ା୫: ପଶ୍ଚିମ କେନ୍ଦ୍ରୀୟ ଓ ତା’ର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଲଘୁଚାପ ବର୍ଷା ମୌସୁମୀ ଅଗ୍ରସରକୁ ଆହୁରି ସକ୍ରିୟ କରିବ। ଅନ୍ୟପକ୍ଷେ ମୌସୁମୀ ବର୍ଷା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବଡ଼ ସୂଚନା ଦେଇଛନ୍ତି। ଜୁନ ମାସରେ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଛନ୍ତି। ଜୁନ୍ରେ ୧୦୬ ପ୍ରତିଶତ ବର୍ଷା ହେବା ନେଇ IMD ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ମେ ମାସରେ ଦେଶରେ ସ୍ବାଭାବିକଠୁ ଅଧିକ ବର୍ଷା ହୋଇଛି। ଉତ୍ତରପୂର୍ବାଞ୍ଚଳ ରାଜ୍ୟକୁ ଛାଡ଼ିଦେଲେ ଅନ୍ୟ ସ୍ଥାନରେ ଅଧିକ ବର୍ଷା ହୋଇଛି। କେରଳକୁ ୮ ଦିନ ଆଗୁଆ ମୌସୁମୀ ପ୍ରବେଶ କରିଛି। ଦକ୍ଷିଣ ଭାରତ ଏବଂ ମହାରାଷ୍ଟ୍ରରେ ମୌସୁମୀ ପହଞ୍ଚି ସାରିଛି। ମୌସୁମୀ ଅଗ୍ରସର ନେଇ ଦେଶରେ ପାଗ ଅନୁକୂଳ ରହିଥିବା IMD ଡିଜି ମହାପାତ୍ର ସୂଚନା ଦେଇଛନ୍ତି।
ସଚନା ଯୋଗ୍ୟ, ଲଘୁଚାପ ପ୍ରଭାବରେ ୩୧ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି ଘଡ଼ଘଡ଼ି ସହ ଦଲକା ଦଲକା ପବନ ବହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏନେଇ ୧୫ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
The post ଚିନ୍ତା ବଢ଼ାଇଲା IMD ଡିଜିଙ୍କ ଆକଳନ: ଏହି ସବୁ ଜିଲାରେ ପ୍ରବଳ ଛେଚିବ appeared first on Dharitri Odia News.