ଚିରାଗ ପାସଓ୍ବାନଙ୍କ ଦଳ ଭାଙ୍ଗିବାକୁ ଚାହୁଁଛନ୍ତି ମୋଦିଜୀ, ୩ଜଣ ଏମ୍‌ପି ରହିଛନ୍ତି ଯୋଗାଯୋଗରେ…

ପାଟନା,୨୯।୮:ବିହାରର ରାଜନୈତିକ ମାହୋଲ ମଧ୍ୟରେ ଚିରାଗ ପାସଓ୍ବାନ ଓ ଭାଜପା ମଧ୍ୟରେ ଚାପା ଗୁଞ୍ଜରଣ ଜାରି ରହିଛି। ତେବେ ଶୁଣିବାକୁ ମିଳୁଛି କି, ଚିରାଗ ପାସଓ୍ବାନଙ୍କ ୩ଜଣ ଏମପି ଭାଜପା ସହ ଯୋଗାଯୋଗରେ ଅଛନ୍ତି। ୩ଜଣ ଯାକ ଜଣ ଜଣ କରି ପିଏମ ମୋଦିଙ୍କୁ ସାକ୍ଷାତ କରି ସାରିଛନ୍ତି। ଏବେ ମୋଦିଜୀ ଏଲଜିପି ପାର୍ଟିକୁ ଭାଙ୍ଗି ଦଳର ଏମପିମାନଙ୍କୁ ନିଜ ପଟକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ଏହି ଦାବି କରିଛନ୍ତି ଆରଜେଡି ବିଧାୟକ ମୁକେଶ ରୋଶନ। ସେ […] The post ଚିରାଗ ପାସଓ୍ବାନଙ୍କ ଦଳ ଭାଙ୍ଗିବାକୁ ଚାହୁଁଛନ୍ତି ମୋଦିଜୀ, ୩ଜଣ ଏମ୍‌ପି ରହିଛନ୍ତି ଯୋଗାଯୋଗରେ… appeared first on Dharitri Odia News.

ଚିରାଗ ପାସଓ୍ବାନଙ୍କ ଦଳ ଭାଙ୍ଗିବାକୁ ଚାହୁଁଛନ୍ତି ମୋଦିଜୀ, ୩ଜଣ ଏମ୍‌ପି ରହିଛନ୍ତି ଯୋଗାଯୋଗରେ…

ପାଟନା,୨୯।୮:ବିହାରର ରାଜନୈତିକ ମାହୋଲ ମଧ୍ୟରେ ଚିରାଗ ପାସଓ୍ବାନ ଓ ଭାଜପା ମଧ୍ୟରେ ଚାପା ଗୁଞ୍ଜରଣ ଜାରି ରହିଛି। ତେବେ ଶୁଣିବାକୁ ମିଳୁଛି କି, ଚିରାଗ ପାସଓ୍ବାନଙ୍କ ୩ଜଣ ଏମପି ଭାଜପା ସହ ଯୋଗାଯୋଗରେ ଅଛନ୍ତି। ୩ଜଣ ଯାକ ଜଣ ଜଣ କରି ପିଏମ ମୋଦିଙ୍କୁ ସାକ୍ଷାତ କରି ସାରିଛନ୍ତି। ଏବେ ମୋଦିଜୀ ଏଲଜିପି ପାର୍ଟିକୁ ଭାଙ୍ଗି ଦଳର ଏମପିମାନଙ୍କୁ ନିଜ ପଟକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ଏହି ଦାବି କରିଛନ୍ତି ଆରଜେଡି ବିଧାୟକ ମୁକେଶ ରୋଶନ।

ସେ ଆହୁରି କହିଛନ୍ତି, ଭାରତୀୟ ଜନତା ପାର୍ଟିର ଏଭଳି କିଛି ଇତିହାସ ରହିଛି। ପ୍ରଥମେ ନିଜ ସହଯୋଗୀ ଦଳ ଭିଆଇପିର ୩ବିଧାୟକଙ୍କୁ ନିଜ ପାର୍ଟିକୁ ଆଣିଦେଲେ। ଏହାପରେ ଚିରାଗ ପାସଓ୍ବାନଙ୍କ ୫ଏମପିଙ୍କୁ ଆଣିଲେ। ସେହିପରି ନୀତିଶ କୁମାରଙ୍କ ପାର୍ଟିଙ୍କୁ ଭାଙ୍ଗିବା ପାଇଁ ପୁରା ଜୋର ଲଗାଇଦେଲେ। ଏବେ ଚିରାଗ ତାଙ୍କ ବିରୋଧରେ ଯାଇ ବିରୋଧୀଙ୍କୁ ସମର୍ଥନ କରୁଛନ୍ତି ତେଣୁ ତାଙ୍କ ପାର୍ଟି ଭାଙ୍ଗିବାକୁ ଲାଗି ପଡିଛନ୍ତି।

ମୁକେଶ ଆହୁରି କହିଛନ୍ତି, ଚିରାଗଙ୍କ ପାଖରେ ଏବେ ବି ସମୟ ଅଛି ସେ ତେଜସ୍ବୀଙ୍କୁ ସମର୍ଥନ ଦିଅନ୍ତୁ। ଯଦି ସେ ବିହାରର ବିକାଶ ପାଇଁ କାମ କରିବାକୁ ଚାହୁଁଛନ୍ତି ତେବେ ସେ ତେଜସ୍ବୀ ଯାଦବଙ୍କୁ ସମର୍ଥନ କରନ୍ତୁ।

ଯାହାକୁ କାଉଣ୍ଟର କରିଛନ୍ତି ଏଲଜେପି ନେତା। ଏଲଜେପି ନେତା ରାଜେଶ ବର୍ମା କହିଛନ୍ତି, ଆମର ପାର୍ଟି ଏକଜୁଟ ଅଛି। ଚିରାଗ ଆମକୁ ସୁଯୋଗ ଦେଇଛନ୍ତି ଆମେ ତାଙ୍କୁ ସମର୍ଥନ କରିଛୁ। ତାଙ୍କ ପ୍ରତି ବେଆଇନ ହେବୁ ନାହିଁ।

The post ଚିରାଗ ପାସଓ୍ବାନଙ୍କ ଦଳ ଭାଙ୍ଗିବାକୁ ଚାହୁଁଛନ୍ତି ମୋଦିଜୀ, ୩ଜଣ ଏମ୍‌ପି ରହିଛନ୍ତି ଯୋଗାଯୋଗରେ… appeared first on Dharitri Odia News.