ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ CEOଙ୍କ ନିକଟରେ ଫେରାଦ ହେଲା ବିଜେଡି
ଭୁବନେଶ୍ବର ୧୨।୪: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେଡି । ଖୋର୍ଦ୍ଧା ଜଙ୍କିଆ ଠାରେ ପ୍ରଶାନ୍ତ ଜଗଦ୍ଦେବ ଜଣେ ସାମ୍ବାଦିକଙ୍କ ସହ କିଛି ସାଧାରଣ ଲୋକଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ । ବିଜେପି ରାଲିରେ ସାଂସଦ ଅପରାଜିତା ଉପସ୍ଥିତ ଥିବା ବେଳେ ସ୍ଥାନୀୟ ଯୁବକ କିଛି ପ୍ରଶ୍ନ ପଚାରିବାରୁ ପ୍ରଶାନ୍ତ ଉତକ୍ଷୀପ୍ତ ହୋଇ ସେମାନଙ୍କୁ ଆକ୍ରମଣ କରିଥିଲେ । ଅପରାଜିତାଙ୍କ ସମ୍ମୁଖରେ ସବୁ ଘଟଣା ଘଟିଛି । ସାମ୍ବାଦିକ କି ସାଧାରଣ ଲୋକ ପ୍ରଶ୍ନ କଲେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କଲା ବିଜେଡି । ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଅପରାଜିତା ନୀରବ କ’ଣ ପାଇଁ । ପ୍ରଶାନ୍ତ ଗୁଣ୍ଡାରାଜକୁ ସାହସ ଦେଉଛନ୍ତି କି ଅପରାଜିତା ? ହିଂସାତ୍ମକ ଆଚାରଣ ପାଇଁ ବିଜେପି ତାଙ୍କୁ ଲାଇସେନ୍ସ ଦେଇଛି । ସାମ୍ବାଦିକ ଜଣଙ୍କ ଥାନାରେ ମାମଲା କରିବାରୁ ପୋଲିସକୁ ଫୋନ କରି ପ୍ରଶାନ୍ତ ଧମକାଇ ଥିବା ଅଭିଯୋଗ କରିଛନ୍ତି । ମାମଲା ରୁଜୁ କରିବାକୁ ପୋଲିସ ଅଧିକାରୀଙ୍କୁ ଇସିଆଇର ଭୟ ମଧ୍ୟ ଦେଖାଇଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି । ଗୁଣ୍ଡା ଆଭିମୁଖ୍ୟରୁ ବିଜେପି ବିରତ ରହୁ ମଧ୍ୟ ଚେତାବନୀ ଦେଇଛି ଦଳ ।You Can Read:ଦିଲ୍ଲୀ ଗଲେ ପିସିସି ସଭାପତି ଶରତ ପଟ୍ଟନାୟକ, କହିଲେ- ୧୫ ସୁଦ୍ଧା ଦ୍ବିତୀୟ
ଭୁବନେଶ୍ବର ୧୨।୪: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେଡି । ଖୋର୍ଦ୍ଧା ଜଙ୍କିଆ ଠାରେ ପ୍ରଶାନ୍ତ ଜଗଦ୍ଦେବ ଜଣେ ସାମ୍ବାଦିକଙ୍କ ସହ କିଛି ସାଧାରଣ ଲୋକଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ । ବିଜେପି ରାଲିରେ ସାଂସଦ ଅପରାଜିତା ଉପସ୍ଥିତ ଥିବା ବେଳେ ସ୍ଥାନୀୟ ଯୁବକ କିଛି ପ୍ରଶ୍ନ ପଚାରିବାରୁ ପ୍ରଶାନ୍ତ ଉତକ୍ଷୀପ୍ତ ହୋଇ ସେମାନଙ୍କୁ ଆକ୍ରମଣ କରିଥିଲେ ।
ଅପରାଜିତାଙ୍କ ସମ୍ମୁଖରେ ସବୁ ଘଟଣା ଘଟିଛି । ସାମ୍ବାଦିକ କି ସାଧାରଣ ଲୋକ ପ୍ରଶ୍ନ କଲେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କଲା ବିଜେଡି । ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଅପରାଜିତା ନୀରବ କ’ଣ ପାଇଁ । ପ୍ରଶାନ୍ତ ଗୁଣ୍ଡାରାଜକୁ ସାହସ ଦେଉଛନ୍ତି କି ଅପରାଜିତା ? ହିଂସାତ୍ମକ ଆଚାରଣ ପାଇଁ ବିଜେପି ତାଙ୍କୁ ଲାଇସେନ୍ସ ଦେଇଛି । ସାମ୍ବାଦିକ ଜଣଙ୍କ ଥାନାରେ ମାମଲା କରିବାରୁ ପୋଲିସକୁ ଫୋନ କରି ପ୍ରଶାନ୍ତ ଧମକାଇ ଥିବା ଅଭିଯୋଗ କରିଛନ୍ତି । ମାମଲା ରୁଜୁ କରିବାକୁ ପୋଲିସ ଅଧିକାରୀଙ୍କୁ ଇସିଆଇର ଭୟ ମଧ୍ୟ ଦେଖାଇଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି । ଗୁଣ୍ଡା ଆଭିମୁଖ୍ୟରୁ ବିଜେପି ବିରତ ରହୁ ମଧ୍ୟ ଚେତାବନୀ ଦେଇଛି ଦଳ ।
You Can Read:
ଦିଲ୍ଲୀ ଗଲେ ପିସିସି ସଭାପତି ଶରତ ପଟ୍ଟନାୟକ, କହିଲେ- ୧୫ ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟ ଟିକେଟ୍