ଚିଲିକାରେ କମିଲା ବିଦେଶୀ ପକ୍ଷୀ ସଂଖ୍ୟା
ଖୋର୍ଦ୍ଧା,୧୮ା୧: ଚଳିତବର୍ଷ ଚିଲିକାରେ କମିଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା। ଚଳିତ ବର୍ଷ ୧୧ ଲକ୍ଷ ୨୭ ହଜାର ୨୨୮ ପକ୍ଷୀଙ୍କ ସଂଖ୍ୟା ରହିଛି। ତେବେ ଗତବର୍ଷ ତୁଳନାରେ ୧୦ ହଜାର ୫୩୧ କମ୍ ବିଦେଶୀ ପକ୍ଷୀ ରହିଥିବା ଗଣନାରୁ ଜଣାପଡ଼ିଛି। ପକ୍ଷୀଙ୍କ ସଂଖ୍ୟା କମିଥିଲେ ବି ପକ୍ଷୀ ପ୍ରଜାତିଙ୍କ ସଂଖ୍ୟା ବଢ଼ିଛି। ଏଥର ୯ ପ୍ରଜାତି ପକ୍ଷୀଙ୍କ ଆଗମନ ହୋଇଥିବା ଡିଏଫ୍ଓଙ୍କ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସମଗ୍ର ଚିଲିକାରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚିଲିକାକୁ ଆଗମନ […] The post ଚିଲିକାରେ କମିଲା ବିଦେଶୀ ପକ୍ଷୀ ସଂଖ୍ୟା appeared first on Dharitri Odia News.
ଖୋର୍ଦ୍ଧା,୧୮ା୧: ଚଳିତବର୍ଷ ଚିଲିକାରେ କମିଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା। ଚଳିତ ବର୍ଷ ୧୧ ଲକ୍ଷ ୨୭ ହଜାର ୨୨୮ ପକ୍ଷୀଙ୍କ ସଂଖ୍ୟା ରହିଛି। ତେବେ ଗତବର୍ଷ ତୁଳନାରେ ୧୦ ହଜାର ୫୩୧ କମ୍ ବିଦେଶୀ ପକ୍ଷୀ ରହିଥିବା ଗଣନାରୁ ଜଣାପଡ଼ିଛି। ପକ୍ଷୀଙ୍କ ସଂଖ୍ୟା କମିଥିଲେ ବି ପକ୍ଷୀ ପ୍ରଜାତିଙ୍କ ସଂଖ୍ୟା ବଢ଼ିଛି। ଏଥର ୯ ପ୍ରଜାତି ପକ୍ଷୀଙ୍କ ଆଗମନ ହୋଇଥିବା ଡିଏଫ୍ଓଙ୍କ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ସମଗ୍ର ଚିଲିକାରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚିଲିକାକୁ ଆଗମନ କରିଥିବା ବିଦେଶାଗତ ଏବଂ ଦେଶୀୟ ପକ୍ଷୀଙ୍କ ଗଣନା ଚାଲିଥିଲା। ଏଥିରେ ଅବସରପ୍ରାପ୍ତ ଜଙ୍ଗଲ ବିଭାଗ ଅଧିକାରୀ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କର୍ମଚାରୀ, ଓୟୁଏଟିର ଅଧାପକ, ପ୍ରଫେସର, ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଛାତ୍ରୀଛାତ୍ର, ଶିକ୍ଷାବିତ ଏବଂ ଛାତ୍ରୀଛାତ୍ର ଓ ଅଣ ସରକାରୀ ସଂସ୍ଥା, ବମ୍ବେ ନାଚ୍ୟୁରାଲ ହିଷ୍ଟ୍ରି ଅଫ ସୋସାଇଟିର ବରିଷ୍ଠ ଗବେଷକ, ବିଶେଷଜ୍ଞ ଗଣନାକାରୀ ଯୋଗଦେଇଥିଲେ।
ଚଳିତ ବର୍ଷ ପକ୍ଷୀ ଗଣନା ପାଇଁ ସମଗ୍ର ଚିଲିକାକୁ ୨୧ଟି ଭାଗରେ ବିଭକ୍ତ କରାଯାଇ ୨୧ଟି ଦଳ ଗଠନ କରାଯାଇଥିଲା।। ପ୍ରତି ଦଳରେ ଜଣେ ପକ୍ଷୀ ବିଶାରଦଙ୍କ ସମେତ ୩ ରୁ ୫ ଜଣ ଲେଖାଏ ପକ୍ଷୀ ବିଶେଷଜ୍ଞ ରହିଥିଲେ। ଏଥିରେ ମୋଟ ୧୩୦ ଜଣ ଏହି ଗଣନାରେ ଭାଗ ନେଇଥିଲେ।
ପ୍ରତି ଦଳରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ କାର୍ଯ୍ୟରତ ଜଣେ ସରକାରୀ କର୍ମଚାରୀ ଗାଇଡ଼ ଭାବେ ରହିଥିଲେ।। ସେମାନଙ୍କୁ ଗଣନା ପାଇଁ ଆବଶ୍ୟକ ମାନଚିତ୍ର ଓ ତାର ଗନ୍ତବ୍ୟସ୍ଥଳ ଚିତ୍ର ଓ ଅନ୍ୟାନ୍ୟ ଜରୁରୀ ଉପକରଣ ଦିଆଯାଇଥିଲା।
The post ଚିଲିକାରେ କମିଲା ବିଦେଶୀ ପକ୍ଷୀ ସଂଖ୍ୟା appeared first on Dharitri Odia News.