ଚିହ୍ନଟ ହେଲେ ଦିବ୍ୟାଙ୍ଗ: ପାଇଲେ ସହାୟତା

ଦିଗପହଣ୍ଡି,୫।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ମଙ୍ଗଳବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକସ୍ତରୀୟ ଦିବ୍ୟାଙ୍ଗ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।ବ୍ଲକ ଅଧୀନ ୨୫ଟି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ଦିବ୍ୟାଙ୍ଗମାନଙ୍କୁ ବିଧାୟକ ସହାୟକ ଉପକରଣ ବଣ୍ଟନ କରିଥିଲେ। ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସଙ୍କ ତତ୍ତ୍ୱାବଧାନରେ ହୋଇଥିବା ଶିବିରରେ ବ୍ଲକ ସାମାଜିକ ସୁରକ୍ଷା […] The post ଚିହ୍ନଟ ହେଲେ ଦିବ୍ୟାଙ୍ଗ: ପାଇଲେ ସହାୟତା appeared first on Dharitri Odia News.

ଚିହ୍ନଟ ହେଲେ ଦିବ୍ୟାଙ୍ଗ: ପାଇଲେ ସହାୟତା

ଦିଗପହଣ୍ଡି,୫।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ମଙ୍ଗଳବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକସ୍ତରୀୟ ଦିବ୍ୟାଙ୍ଗ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।ବ୍ଲକ ଅଧୀନ ୨୫ଟି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ଦିବ୍ୟାଙ୍ଗମାନଙ୍କୁ ବିଧାୟକ ସହାୟକ ଉପକରଣ ବଣ୍ଟନ କରିଥିଲେ। ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସଙ୍କ ତତ୍ତ୍ୱାବଧାନରେ ହୋଇଥିବା ଶିବିରରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରଶ୍ମି ପ୍ରକାଶିନୀ ଜାନି ସଂଯୋଜନା କରିଥିଲେ। ବ୍ଲକର ୩୫୨ ଜଣ ଦିବ୍ୟାଙ୍ଗ ନାମ ପଞ୍ଜୀକରଣ କରି ବିଭିନ୍ନ ସରକାରୀ ସହାୟତା ପାଇଁ ଆବେଦନ କରିଥିଲେ। ସେଥିମଧ୍ୟରୁ ଶାରୀରିକ ଅକ୍ଷମ, ମୁକବଧିର, ଦୃଷ୍ଟିବାଧିତ, ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ଦିବ୍ୟାଙ୍ଗ ଥିଲେ। ଏହି ଅବସରରେ ପଞ୍ଜୀକରଣ ହୋଇଥିବା ଦିବ୍ୟାଙ୍ଗମାନେ ଟ୍ରାଇ ସାଇକେଲ, ହ୍ବିଲ ଚେୟାର, ଶ୍ରବଣ ଯନ୍ତ୍ର, ବସ୍‌ ଏବଂ ରେଳ ଟିକେଟ ରିହାତି, ବିଭିନ୍ନ ଭତ୍ତା, ଋଣ ସହାୟତା, ଆବାସ ଯୋଜନା ଏବଂ ରାଶନକାର୍ଡ ଯୋଗାଇ ଦେବାକୁ ଆବେଦନ କରିଥିଲେ। ଚିହ୍ନଟ ୩୦ ହିତାଧିକାରୀଙ୍କୁ ଟ୍ରାଇ ସାଇକେଲ,୧୫ ଜଣଙ୍କୁ ହୁଇଲ ଚେୟାର, ୬ ଜଣଙ୍କୁ ଆଶାବାଡି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ତହସିଲଦାର ଅନିତା କୁମାରୀ ସାହୁ , ବ୍ଳକ ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ, ସିଡିପିଓ ପୁଷ୍ପାଞ୍ଜଳି ଶତପଥୀ, ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ, ସରପଞ୍ଚ ଫନୀନ୍ଦ୍ର ଚନ୍ଦ୍ର ଗୋସ୍ବାମୀ, ଲିଙ୍ଗରାଜ ଦୋରା, ମନୋରଞ୍ଜନ ଗୌଡା, ତପନ ପ୍ରଧାନ, ପ୍ରତିନିଧି ଆଦିତ୍ୟ ସାହୁ, ଚିତ୍ରସେନ ଗୌଡ, ସନ୍ତୋଷ ଦୋରା ପ୍ରମୁଖ ଉପସ୍ଥିତ ଥିଲେ। ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ ପ୍ରଧାନ ଶିବିର ପରିଚାଳନା କରିଥିଲେ। ବ୍ଲକ ସାମାଜିକ ସୁରକ୍ଷା ସହାୟକ ପ୍ରେମାନନ୍ଦ ପାଣିଗ୍ରାହୀ, ସାଗର ରାଉଳ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

The post ଚିହ୍ନଟ ହେଲେ ଦିବ୍ୟାଙ୍ଗ: ପାଇଲେ ସହାୟତା appeared first on Dharitri Odia News.