ଚୀନ ଛାଡୁଛନ୍ତି ଆମେରିକା କମ୍ପାନୀ, ନିବେଶକ ଅନୁକୂଳ ନୀତି ସୁହାଉଛି

ନୂଆଦିଲ୍ଲୀ ୨୩/୦୯: ଆମେରିକା ଏବଂ ଚୀନ ମଧ୍ୟରେ ବଢ଼ୁଥିବା ସମସ୍ୟା ଯୋଗୁ ଏବେ ଚୀନରେ ବ୍ୟବସାୟ ବାତାବରଣ ବଦଳୁଛି । ଏଭଳି ସ୍ଥିତିରେ ୫୦ ଆମେରିକୀୟ କମ୍ପାନି  ଚୀନରୁ ନିଜ କାରବାର ବନ୍ଦ କରିବାକୁ ଏବେ  ଯୋଜନା କରୁଛନ୍ତି । ଏହି କମ୍ପାନି ଗୁଡିକ ଚୀନରେ ୧୨ ଲକ୍ଷ କୋଟି ଟଙ୍କା ନିବେଶ କରିଛନ୍ତି । ଏହା  ମଧ୍ୟରୁ ୧୫ କମ୍ପାନି ଭାରତ ଆସିବାକୁ ଚାହୁଁଛନ୍ତି ।  ଆମେରିକା ଚାମ୍ବର ଅଫ୍‌ କମର୍ସ ୩୦୬ କମ୍ପାନିଙ୍କ ଏକ ରିପୋର୍ଟ ଜାରି କରିବା ସହ ଏଭଳି ଦାବି  କରିଛି । ଏହି ରିପାର୍ଟ ମୁତାବକ, ମେକ୍ସିକୋ,  ୟୁରୋପ ଏବଂ ଆମେରିକାକୁ ଛାଡି ଭାରତ ଏବେ ନିବେଶକଙ୍କ ପସନ୍ଦ ପାଲଟିଛି । ନିବେଶ  କ୍ଷେତ୍ରରେ ଗତ ବର୍ଷ ଭାରତ ୫ମ ସ୍ଥାନରେ  ଥିଲା । ଚଳିତ ବର୍ଷ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ଦକ୍ଷିଣ ପୂର୍ବ ଏସିଆ ରହିଛି । ଇଣ୍ଡୋନେସିଆ, ସିଙ୍ଗାପୁର ଏବଂ ମାଲେସିଆ ଭଳି  ଦେଶ ଗୁଡିକ ନିବେଶକଙ୍କର ପସନ୍ଦ ପାଲଟିଛି । ଚୀନ ଏବେ ନିବେଶକଙ୍କ ବିଶ୍ୱାସ ହରାଉଛି । ୩୦୬ କମ୍ପାନିଙ୍କୁ ନେଇ ପ୍ରସ୍ତୁତ ଏହି ରିପୋର୍ଟ ମୁତାବକ,  ୩୬% କମ୍ପାନିଙ୍କ ବାର୍ଷିକ ରାଜସ୍ୱ ୫୦ ହଜାର କୋଟି  ଟଙ୍କା ରହିଛି । ୮୮% କମ୍ପାନି ଗତ ୧୦ ବର୍ଷ ହେବ ଚୀନରେ ନିଜ ଉପସ୍ଥିତି ବଜାୟ ରଖିଛନ୍ତି ।  ୨୦% କମ୍ପାନିର ରାଜସ୍ୱ ୧୦ରୁ ୫୦  ହଜାର କୋଟି ଟଙ୍କା ରହିଛି । ୧୯% କମ୍ପାନିଙ୍କ  ନିକଟରେ ୨ ହଜାରରୁ ଉଦ୍ଧ୍ୱର୍ କର୍ମଚାରୀ  କାମ କରୁଛନ୍ତି । ଅନ୍

ଚୀନ ଛାଡୁଛନ୍ତି ଆମେରିକା କମ୍ପାନୀ, ନିବେଶକ ଅନୁକୂଳ ନୀତି ସୁହାଉଛି

ନୂଆଦିଲ୍ଲୀ ୨୩/୦୯: ଆମେରିକା ଏବଂ ଚୀନ ମଧ୍ୟରେ ବଢ଼ୁଥିବା ସମସ୍ୟା ଯୋଗୁ ଏବେ ଚୀନରେ ବ୍ୟବସାୟ ବାତାବରଣ ବଦଳୁଛି । ଏଭଳି ସ୍ଥିତିରେ ୫୦ ଆମେରିକୀୟ କମ୍ପାନି  ଚୀନରୁ ନିଜ କାରବାର ବନ୍ଦ କରିବାକୁ ଏବେ  ଯୋଜନା କରୁଛନ୍ତି । ଏହି କମ୍ପାନି ଗୁଡିକ ଚୀନରେ ୧୨ ଲକ୍ଷ କୋଟି ଟଙ୍କା ନିବେଶ କରିଛନ୍ତି । ଏହା  ମଧ୍ୟରୁ ୧୫ କମ୍ପାନି ଭାରତ ଆସିବାକୁ ଚାହୁଁଛନ୍ତି ।  

ଆମେରିକା ଚାମ୍ବର ଅଫ୍‌ କମର୍ସ ୩୦୬ କମ୍ପାନିଙ୍କ ଏକ ରିପୋର୍ଟ ଜାରି କରିବା ସହ ଏଭଳି ଦାବି  କରିଛି । ଏହି ରିପାର୍ଟ ମୁତାବକ, ମେକ୍ସିକୋ,  ୟୁରୋପ ଏବଂ ଆମେରିକାକୁ ଛାଡି ଭାରତ ଏବେ ନିବେଶକଙ୍କ ପସନ୍ଦ ପାଲଟିଛି । ନିବେଶ  କ୍ଷେତ୍ରରେ ଗତ ବର୍ଷ ଭାରତ ୫ମ ସ୍ଥାନରେ  ଥିଲା । ଚଳିତ ବର୍ଷ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । 

ପ୍ରଥମ ସ୍ଥାନରେ ଦକ୍ଷିଣ ପୂର୍ବ ଏସିଆ ରହିଛି । ଇଣ୍ଡୋନେସିଆ, ସିଙ୍ଗାପୁର ଏବଂ ମାଲେସିଆ ଭଳି  ଦେଶ ଗୁଡିକ ନିବେଶକଙ୍କର ପସନ୍ଦ ପାଲଟିଛି । ଚୀନ ଏବେ ନିବେଶକଙ୍କ ବିଶ୍ୱାସ ହରାଉଛି । ୩୦୬ କମ୍ପାନିଙ୍କୁ ନେଇ ପ୍ରସ୍ତୁତ ଏହି ରିପୋର୍ଟ ମୁତାବକ,  ୩୬% କମ୍ପାନିଙ୍କ ବାର୍ଷିକ ରାଜସ୍ୱ ୫୦ ହଜାର କୋଟି  ଟଙ୍କା ରହିଛି । ୮୮% କମ୍ପାନି ଗତ ୧୦ ବର୍ଷ ହେବ ଚୀନରେ ନିଜ ଉପସ୍ଥିତି ବଜାୟ ରଖିଛନ୍ତି ।  

୨୦% କମ୍ପାନିର ରାଜସ୍ୱ ୧୦ରୁ ୫୦  ହଜାର କୋଟି ଟଙ୍କା ରହିଛି । ୧୯% କମ୍ପାନିଙ୍କ  ନିକଟରେ ୨ ହଜାରରୁ ଉଦ୍ଧ୍ୱର୍ କର୍ମଚାରୀ  କାମ କରୁଛନ୍ତି । ଅନ୍ୟ କମ୍ପାନି ଗୁଡିକରେ  ୫୦୦ରୁ ୨ ହଜାର ଯାଏ କର୍ମଚାରୀ ରହିଛନ୍ତି ।  ୪୭% କମ୍ପାନି ଆଗାମୀ ୫ ବର୍ଷରେ ଚୀନରେ କାରବାର ନେଇ ଆଶାବାଦୀ ରହିଛନ୍ତି । ମ୍ୟାନେଜମେଣ୍ଟ ସହ ଜଡିତ କମ୍ପାନି ଗୁଡିକ  ଏବେ ଭାରତକୁ ପ୍ରାଥମିକତା ଦେଉଛନ୍ତି । ଗତ  ବର୍ଷ ଚୀନରେ ନିବେଶ କରିବାକୁ ଇଛୁକ ଥିବା  ୪୦% ଆମେରିକା କମ୍ପାନି ଭାରତ ଆସିବା ଲାଗି  ମନ ବଳାଇଛନ୍ତି । 

ମ୍ୟାନେଜମେଣ୍ଟ କନସଲଟିଂ  କ୍ଷେତ୍ରରେ ୫୪% କମ୍ପାନି ଭାରତ ଆସିବାକୁ  ଇଛା ପ୍ରକଟ କରିଥିବା ଏହି ରିପୋର୍ଟରେ ଦାବି  କରାଯାଇଛି । ସେହିଭଳି ପୋଷାକ ଏବଂ ବିନିର୍ମାଣ  କ୍ଷେତ୍ରରେ ଥିବା କମ୍ପାନି ଗୁଡିକ ମଧ୍ୟ ଭାରତ  ଆସିବା ଲାଗି ପ୍ରାଥମିକତା ଦେଉଛନ୍ତି । ରିପୋର୍ଟରେ ସାମିଲ ହୋଇଥିବା ୩୦୬ କମ୍ପାନି ମଧ୍ୟରୁ  ଅଧିକାଂଶ ଏହା ମାନିଛନ୍ତି ଯେ, ଭାରତରେ  ନିବେଶ ଲାଗି ଏକ ଅନୁକୂଳ ବାତାବରଣ ରହିଛି । ଭାରତରେ ରହିଥିବା ଏକ ବଡ ଉପଭୋକ୍ତା ବଜାର  କମ୍ପାନିଗୁଡିକ ଆକର୍ଷଣ କରୁଛି । 

କରୋନା ପରେ ଚୀନରେ ନିବେଶ ସ୍ଥିତିରେ ବଡ ପରିବର୍ତ୍ତନ ଆସିଛି । ଏବେ ଚୀନ ବଜାର  ବିଦେଶୀ କମ୍ପାନିଗୁଡିକ ଲାଗି ଏତେଟା ଆକର୍ଷଣୀୟ  ହୋଇନାହିଁ । ସି ଜିନପିଙ୍ଗଙ୍କ ସରକାର ବେକାରୀ  ଏବଂ ବୃଦ୍ଧ ହେଉଥିବା ଶ୍ରମଶକ୍ତି ସମସ୍ୟାକୁ ଲଢ଼ିବା  ଲାଗି ଏବେ ନୀତିରେ ପରିବର୍ତ୍ତନ କରୁଛନ୍ତି । ଏହି  ପରିବର୍ତ୍ତନ ଗୁଡିକ ଏବେ ନିବେଶକଙ୍କ ଭରଷାକୁ  ଦୋହଲାଇ ଦେଇଛି । 

ଚୀନରେ ୧୬ରୁ ୨୪ ବର୍ଷୀୟ ଯୁବବର୍ଗଙ୍କ  ମଧ୍ୟରେ ବେକାରୀ ହାର ୨୧.୩% ସ୍ତରରେ ପହଞ୍ଚିଯାଇଛି । ଯାହା ୩ ଦଶକ ମଧ୍ୟରେ ସର୍ବାଧିକ । ସେହିଭଳି ଜନସଂଖ୍ୟାର ଏକ  ବଡ ଭାଗ ବାର୍ଦ୍ଧକ୍ୟ ଆଡକୁ ଗତି କରୁଥିବାରୁ  ଏହା ଦେଶ ଲାଗି ସମସ୍ୟା ସୃଷ୍ଟି କରିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ଯାହା ଦ୍ୱାରା  ଉତ୍ପାଦନ ଉପରେ ପ୍ରଭାବ ପଡୁଛି । ଆର୍ôଥକ  ଓ ସାମାଜିକ ଚ୍ୟାଲେଞ୍ଜର ଚୀନର ଆର୍ôଥକ  ସ୍ଥିରତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।