ଚୋରା ଚାଲାଣ ବେଳେ ୫ ଶହ କେଜି ଗଞ୍ଜେଇ ଜବତ
ଦାରିଙ୍ଗିବାଡ଼ି : କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସକୁ ମିଳିଛି ବଡ଼ ସଫଳତା। ଚୋରାଚାଲାଣ ପାଇଁ ଜଙ୍ଗଲ ଭିତରେ ରଖାଯାଇଥିବାବେଳେ ୫ ସହ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି କିରୁକୁଟି ପଞ୍ଚାୟତର ବାରାଡକ୍ଲିୟୁ ଜଙ୍ଗଲ ଭିତରେ। ପ୍ରାୟ ୫ ଶହ ୨ କେଜି ଗଞ୍ଜେଇ ଜବତ କରିଛି ପୋଲିସ। ଏନେଇ (୬୦/୨୪) ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ । ତେବେ ଏତେଗୁଡିଏ ଗଞ୍ଜେଇ କାହାର ଓ […]

ଦାରିଙ୍ଗିବାଡ଼ି : କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସକୁ ମିଳିଛି ବଡ଼ ସଫଳତା। ଚୋରାଚାଲାଣ ପାଇଁ ଜଙ୍ଗଲ ଭିତରେ ରଖାଯାଇଥିବାବେଳେ ୫ ସହ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି କିରୁକୁଟି ପଞ୍ଚାୟତର ବାରାଡକ୍ଲିୟୁ ଜଙ୍ଗଲ ଭିତରେ। ପ୍ରାୟ ୫ ଶହ ୨ କେଜି ଗଞ୍ଜେଇ ଜବତ କରିଛି ପୋଲିସ। ଏନେଇ (୬୦/୨୪) ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ । ତେବେ ଏତେଗୁଡିଏ ଗଞ୍ଜେଇ କାହାର ଓ କେଉଁ ଅଞ୍ଚଳକୁ ଏହି ଗଞ୍ଜେଇ ଚାଲାଣ କରାଯାଇଥାନ୍ତା କୋଉମାନେ ଏଥିରେ ସମ୍ପୃକ୍ତି ଅଛନ୍ତି ଏନେଇ ତଦନ୍ତ ଜାରି ରହିଛି । ସୂଚନାଯୋଗ୍ୟ ଯେ, ସେହି ଅଞ୍ଚଳରେ ପୋଲିସ ପୂର୍ବରୁ ଏକାଧିକ ଥର ଗଞ୍ଜେଇ ଗଛ କାଟି ନଷ୍ଟ କରିସାରିଛି ତଥାପି କିଭଳି ଆହୁରି ଗଞ୍ଜେଇ ବାହାରୁଛି ସେନେଇ ପୋଲିସର ମୁଣ୍ଡବ୍ୟଥା ହୋଇଛି।