ଛଡ଼ାଇ ନେଲେ ମୋବାଇଲ: ଜବରଦସ୍ତ ପାସୱାଡ ମାଗି ନେଇଗଲେ ଟଙ୍କା

ବ୍ରହ୍ମପୁର,୧୫।୨(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ଯୁବକଙ୍କ ମୋବାଇଲ ଫୋନ ଛଡ଼ାଇ ନେଇ ଦୁର୍ବୃତ୍ତମାନେ ଧମକାଇ ଫୋନ ପେ’ ମାଧ୍ୟମରେ ୨୦ହଜାର ଟଙ୍କା ନେଇଯାଇଥିବା ବଡବଜାର ଥାନାରେ ଅଭିଯୋଗ ହୋଇଛି। ଆଇନାବନ୍ଧ ନିକଟ ଝରଣାନଗର ଅଞ୍ଚଳର ଡ଼ି. ଆଶିଷ ବୁଧବାର ତାଙ୍କ କାମକୁ ଯାଉଥିବା ବେଳେ କରଣସାହି ନିକଟରେ ୩ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଗାଳିଗୁଲଜ କରିବା ସହ ମୋବାଇଲ ଫୋନ ଛଡାଇ ନେଇଥିଲେ। ପ୍ରତିବାଦ କରିବାରୁ ଆଶିଷଙ୍କୁ ସେମାନେ ବାଇକରେ ପାଣ୍ଡବନଗର ଶ୍ମଶାନକୁ ନେଇଯାଇଥିଲେ। ସେଠାରେ ମାଡ […] The post ଛଡ଼ାଇ ନେଲେ ମୋବାଇଲ: ଜବରଦସ୍ତ ପାସୱାଡ ମାଗି ନେଇଗଲେ ଟଙ୍କା appeared first on Dharitri Odia News.

ଛଡ଼ାଇ ନେଲେ  ମୋବାଇଲ: ଜବରଦସ୍ତ ପାସୱାଡ ମାଗି ନେଇଗଲେ ଟଙ୍କା

ବ୍ରହ୍ମପୁର,୧୫।୨(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ଯୁବକଙ୍କ ମୋବାଇଲ ଫୋନ ଛଡ଼ାଇ ନେଇ ଦୁର୍ବୃତ୍ତମାନେ ଧମକାଇ ଫୋନ ପେ’ ମାଧ୍ୟମରେ ୨୦ହଜାର ଟଙ୍କା ନେଇଯାଇଥିବା ବଡବଜାର ଥାନାରେ ଅଭିଯୋଗ ହୋଇଛି। ଆଇନାବନ୍ଧ ନିକଟ ଝରଣାନଗର ଅଞ୍ଚଳର ଡ଼ି. ଆଶିଷ ବୁଧବାର ତାଙ୍କ କାମକୁ ଯାଉଥିବା ବେଳେ କରଣସାହି ନିକଟରେ ୩ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଗାଳିଗୁଲଜ କରିବା ସହ ମୋବାଇଲ ଫୋନ ଛଡାଇ ନେଇଥିଲେ। ପ୍ରତିବାଦ କରିବାରୁ ଆଶିଷଙ୍କୁ ସେମାନେ ବାଇକରେ ପାଣ୍ଡବନଗର ଶ୍ମଶାନକୁ ନେଇଯାଇଥିଲେ। ସେଠାରେ ମାଡ ମାରିବା ସହ ମାରଣାସ୍ତ୍ର ଦେଖାଇ ମୋବାଇଲ ପାସୱାଡ ମାଗିଥିଲେ। ଆଶିଷ ଭୟରେ ପାସୱାଡ କହିବା ପରେ ପୁଣି ଫୋନ ପେ’ପାସୱାଡ ମାଗି ନେଇ ତାଙ୍କ ଆକାଉଣ୍ଟରୁ ଅନ୍ୟ ଏକ ଅଜଣା ଆକାଉଣ୍ଟକୁ ୨୦ହଜାର ଟଙ୍କା ପଠାଇ ଦେଇଥିଲେ। ପୋଲିସକୁ ଜଣାଇଲେ ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ। ଏନେଇ ଥାନାରେ ଆଶିଷଙ୍କ ଏତଲା କ୍ରମେ ପୋଲିସ ଏକ ମାମଲା(ନଂ.୫୫/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଝଛି।

The post ଛଡ଼ାଇ ନେଲେ ମୋବାଇଲ: ଜବରଦସ୍ତ ପାସୱାଡ ମାଗି ନେଇଗଲେ ଟଙ୍କା appeared first on Dharitri Odia News.