ଛତିଶଗଡ ବିନାମୁଣ୍ଡାରେ ସୁରକ୍ଷାବାହିନୀ-ମାଓବାଦୀ ଗୁଳିବିନିମୟ, ୩୦୩ ରାଇଫଲ ସହ ମାଓସାମଗ୍ରୀ ଜବତ
ଉମରକୋଟ ୧୦/୭: ଛତିଶଗଡ କାଙ୍କେର ଜିଲ୍ଲା ଛୋଟେବେଠିଆ ଥାନା ବିନାମୁଣ୍ଡାରେ ଏନ୍କାଉଣ୍ଟର । ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏନ୍କାଉଣ୍ଟରରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ଗୋଟିଏ ୩୦୩ ରାଇଫଲ,ବହୁ ମାଓ ସାମଗ୍ରୀ ଜବତ କରାଯାଇଛି । ଛୋଟେବେଠିଆ ଥାନା ଠାରୁ ୧୨ କିମି ମଧ୍ୟରେ ଥିବା ବିନାଗୁଣ୍ଡା ଅଞ୍ଚଳରେ ବସ୍ତର ଫାଇଟର୍ସ ସହ ବିଏସ୍ଏଫ୍ ୩୦ ଓ ୯୪ ତମ ଫୋର୍ସର ମିଳିତ ସୁରକ୍ଷାବାହିନୀର କମ୍ବିଂ ଅପରେସନ ଚାଲିଥିଲା । ସେଠାରେ ମାଓବାଦୀ ଥିବା ଜାଣିବା ପରେ ଜୋରଦାର ଗୁଳିଚାଳନା କରିଥିଲେ ସୁରକ୍ଷାବାହିନୀ । ପାଲଟା ଜବାବରେ ମାଓବାଦୀ ମଧ୍ୟ ଗୁଳିଚାଳନା କରିଥିଲେ । ଆଉ ସୁରକ୍ଷାବଳଙ୍କ ଗୁଳିରେ ଟଳିପଡିଥିଲେ ମହିଳା ମାଓବାଦୀ ରୀତା ମଦିୟମ । ତେବେ ସମସ୍ତ ସୁରକ୍ଷାବାହିନୀ ସୁରକ୍ଷିତ ଅଛନ୍ତି । ସବୁଠୁ ବଡ କଥା ହେୁଛି ମାଓବାଦୀଙ୍କ ଭିତରେ ୧୦ ଲକ୍ଷର ମୁଣ୍ଡ ଜାମିନ ଥିବା ହାର୍ଡକୋର ମାଓବାଦୀ ରାଜୁ ସଲାମ ଉପସ୍ଥିତ ଥିବା କହିଛନ୍ତି କାଙ୍କେର ଏସ୍ପି ।