ଛତିଶଗଡ଼ରେ ସୁରକ୍ଷାବଳଙ୍କ ଏନକାଉଣ୍ଟର, ୩ ମହିଳା ନକ୍ସଲ ନିହତ

ନାରାୟଣପୁର : ଛତିଶଗଡ଼ ନକ୍ସଲ ପ୍ରଭାବିତ ଜିଲ୍ଲା ନାରାୟଣପୁରରେ ସୁରକ୍ଷାବଳ ଓ ନକ୍ସଲ ମୁହିଁମୁହିଁ ହୋଇଛନ୍ତି। ଉଭୟପଟରୁ ଗୁଳିବିନିମୟ ହୋଇଥିବା ବେଳେ ୩ ଜଣ ମହିଳା ନକ୍ସଲ ପ୍ରାଣ ହରାଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଜନୈକ ପୋଲିସ ଅଧିକାରୀ କହିଛନ୍ତି ଯେ ନାରାୟଣପୁର ଓ କାଙ୍କେର ଜିଲ୍ଲା ସୀମାର ଅବୁଝମାଡ଼ କ୍ଷେତ୍ରରେ ଏହି ଏନକାଉଣ୍ଟର ହୋଇଛି। ଅବୁଝମାଡରେ ନକ୍ସଲ ଲୁଚି ରହିଥିବାର ସୂଚନା ମିଳିଥିଲା। ସେହି ଅନୁସାରେ ସୁରକ୍ଷାବଳ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ବେଳେ ନକ୍ସଲ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ସର୍ଚ୍ଚ ଅପରେସନରେ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି), ଏସଟିଏଫ ଓ ବିଏସଏଫ ଜବାନ ସାମିଲ ଥିଲେ। ସୁରକ୍ଷାବଳ ପୂର୍ବାହ୍ନ ପ୍ରାୟ ୮ଟା ବେଳେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ନକ୍ସଲଙ୍କ ପଟରୁ ପ୍ରଥମେ ସୁରକ୍ଷାବଳଙ୍କୁ ଟାର୍ଗେଟ୍ କରାଯାଇଥିଲା। ସୁରକ୍ଷାବଳଙ୍କ ଜବାବି କାର୍ଯ୍ୟାନୁଷ୍ଠାନରେ ୩ ଜଣ ମହିଳା ନକ୍ସଲ ପ୍ରାଣ ହରାଇଥିବା ଅଧିକାରୀ କହିଛନ୍ତି। ଅଧିକାରୀ କହିଛନ୍ତି ଯେ ଉଭୟ ପଟରୁ ରହି ରହି ଗୁଳି ବିନିମୟ ହୋଇଥିଲା। ସୁରକ୍ଷାବଳ ଘଟଣାସ୍ଥଳରୁ ୩ ଜଣ ମହିଳା ନକ୍ସଲଙ୍କ ଶବ ସମେତ ସେମାନଙ୍କ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମଗ୍ରୀ ଜବତ କରିଛନ୍ତି। ଅଧିକାରୀଙ୍କ ଅନୁସାରେ ଏହି ଏନକାଉଣ୍ଟରରେ ସୁରକ୍ଷାବଳର ସମସ୍ତ ଜବାନ ସୁରକ୍ଷିତ ଅଛନ୍ତି। ଅଞ୍ଚଳରେ ତଲାସୀ ଅ

ଛତିଶଗଡ଼ରେ ସୁରକ୍ଷାବଳଙ୍କ ଏନକାଉଣ୍ଟର, ୩ ମହିଳା ନକ୍ସଲ ନିହତ

ନାରାୟଣପୁର : ଛତିଶଗଡ଼ ନକ୍ସଲ ପ୍ରଭାବିତ ଜିଲ୍ଲା ନାରାୟଣପୁରରେ ସୁରକ୍ଷାବଳ ଓ ନକ୍ସଲ ମୁହିଁମୁହିଁ ହୋଇଛନ୍ତି। ଉଭୟପଟରୁ ଗୁଳିବିନିମୟ ହୋଇଥିବା ବେଳେ ୩ ଜଣ ମହିଳା ନକ୍ସଲ ପ୍ରାଣ ହରାଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଜନୈକ ପୋଲିସ ଅଧିକାରୀ କହିଛନ୍ତି ଯେ ନାରାୟଣପୁର ଓ କାଙ୍କେର ଜିଲ୍ଲା ସୀମାର ଅବୁଝମାଡ଼ କ୍ଷେତ୍ରରେ ଏହି ଏନକାଉଣ୍ଟର ହୋଇଛି। 

ଅବୁଝମାଡରେ ନକ୍ସଲ ଲୁଚି ରହିଥିବାର ସୂଚନା ମିଳିଥିଲା। ସେହି ଅନୁସାରେ ସୁରକ୍ଷାବଳ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ବେଳେ ନକ୍ସଲ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ସର୍ଚ୍ଚ ଅପରେସନରେ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି), ଏସଟିଏଫ ଓ ବିଏସଏଫ ଜବାନ ସାମିଲ ଥିଲେ। ସୁରକ୍ଷାବଳ ପୂର୍ବାହ୍ନ ପ୍ରାୟ ୮ଟା ବେଳେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ନକ୍ସଲଙ୍କ ପଟରୁ ପ୍ରଥମେ ସୁରକ୍ଷାବଳଙ୍କୁ ଟାର୍ଗେଟ୍ କରାଯାଇଥିଲା। 

ସୁରକ୍ଷାବଳଙ୍କ ଜବାବି କାର୍ଯ୍ୟାନୁଷ୍ଠାନରେ ୩ ଜଣ ମହିଳା ନକ୍ସଲ ପ୍ରାଣ ହରାଇଥିବା ଅଧିକାରୀ କହିଛନ୍ତି। ଅଧିକାରୀ କହିଛନ୍ତି ଯେ ଉଭୟ ପଟରୁ ରହି ରହି ଗୁଳି ବିନିମୟ ହୋଇଥିଲା। ସୁରକ୍ଷାବଳ ଘଟଣାସ୍ଥଳରୁ ୩ ଜଣ ମହିଳା ନକ୍ସଲଙ୍କ ଶବ ସମେତ ସେମାନଙ୍କ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମଗ୍ରୀ ଜବତ କରିଛନ୍ତି। ଅଧିକାରୀଙ୍କ ଅନୁସାରେ ଏହି ଏନକାଉଣ୍ଟରରେ ସୁରକ୍ଷାବଳର ସମସ୍ତ ଜବାନ ସୁରକ୍ଷିତ ଅଛନ୍ତି। ଅଞ୍ଚଳରେ ତଲାସୀ ଅଭିଯାନ ଚଳାଯାଇଥିବା ବେଳେ ଏନକାଉଣ୍ଟର ସମ୍ପର୍କରେ ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି।