ଛତୁ ସଂଗ୍ରହ କରିବାକୁ ଯାଇଥିଲେ: ଘଟିଲା ଲ୍ୟାଣ୍ଡମାଇନ ବିସ୍ଫୋରଣ, ଆଉ ତା’ପରେ…

ମାଲକାନଗିରି,୧୪।୭: ଛତିଶଗଡ଼ ଉସୁର ଥାନା ଧନଗୋଲ ଗାଁ ନିକଟ ଜଙ୍ଗଲରେ ସୋମବାର ଏକ ବଡ଼ ଧରଣର ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୩ଜଣ ଗୁରୁତର ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ନାବାଳିକା ଥିବା ବେଳେ ସମସ୍ତେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ନାବାଳିକାଙ୍କ ସହ ଅନ୍ୟ ୨ଜଣ ନିକଟସ୍ଥ ଜଙ୍ଗଲକୁ ଛତୁ ସଂଗ୍ରହ କରିବାକୁ ଯାଇଥିଲେ। ସେତିକିବେଳେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ୩ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ପରିବାର ଲୋକେ […] The post ଛତୁ ସଂଗ୍ରହ କରିବାକୁ ଯାଇଥିଲେ: ଘଟିଲା ଲ୍ୟାଣ୍ଡମାଇନ ବିସ୍ଫୋରଣ, ଆଉ ତା’ପରେ… appeared first on Dharitri Odia News.

ଛତୁ ସଂଗ୍ରହ କରିବାକୁ ଯାଇଥିଲେ: ଘଟିଲା ଲ୍ୟାଣ୍ଡମାଇନ ବିସ୍ଫୋରଣ, ଆଉ ତା’ପରେ…

ମାଲକାନଗିରି,୧୪।୭: ଛତିଶଗଡ଼ ଉସୁର ଥାନା ଧନଗୋଲ ଗାଁ ନିକଟ ଜଙ୍ଗଲରେ ସୋମବାର ଏକ ବଡ଼ ଧରଣର ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୩ଜଣ ଗୁରୁତର ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ନାବାଳିକା ଥିବା ବେଳେ ସମସ୍ତେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ନାବାଳିକାଙ୍କ ସହ ଅନ୍ୟ ୨ଜଣ ନିକଟସ୍ଥ ଜଙ୍ଗଲକୁ ଛତୁ ସଂଗ୍ରହ କରିବାକୁ ଯାଇଥିଲେ। ସେତିକିବେଳେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ୩ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ଅନ୍ୟପକ୍ଷେ ମାଓବାଦୀମାନେ ଯବାନଙ୍କୁ ଟାର୍ଗେଟ କରି ଏହି ଲ୍ୟାଣ୍ଡମାଇନ ବିଛାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

The post ଛତୁ ସଂଗ୍ରହ କରିବାକୁ ଯାଇଥିଲେ: ଘଟିଲା ଲ୍ୟାଣ୍ଡମାଇନ ବିସ୍ଫୋରଣ, ଆଉ ତା’ପରେ… appeared first on Dharitri Odia News.