ଜଙ୍ଗଲରେ ମାଫିଆ ଗଚ୍ଛିତ ରଖିଥିଲେ ବିପୁଳ ଗଞ୍ଜେଇ: ଚାଲାଣ ପୂର୍ବରୁ…

ପଟ୍ଟାଙ୍ଗି,୧୭ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧିନରେ ରହିଥିବା ଘଞ୍ଚ ଜଙ୍ଗଲରେ ଗଚ୍ଛିତ ଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ। ସେପଟେ ପୋଲିସର ଏହିପରି ଅତର୍କିତ ଚଢ଼ାଉରେ ଗଞ୍ଜେଇ ମାଫିଆ ସମସ୍ତ ପ୍ଲାନିଂ ବିଫଳ ହୋଇଥିବା ସହ ଚଡ଼କ ପଡ଼ିଛି। ଅନ୍ୟ ପକ୍ଷରେ ପଟ୍ଟାଙ୍ଗି ଥାନା ଅଞ୍ଚଳରୁ ପ୍ରଚୁର ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିଲେ ମଧ୍ୟ ଏଥିରେ ପୋଲିସର ହାତ ଖାଲି ରହୁଥିବା ବେଳେ ଦୀର୍ଘ ମାସ ପରେ ପୋଲିସର […] The post ଜଙ୍ଗଲରେ ମାଫିଆ ଗଚ୍ଛିତ ରଖିଥିଲେ ବିପୁଳ ଗଞ୍ଜେଇ: ଚାଲାଣ ପୂର୍ବରୁ… appeared first on Dharitri Odia News.

ଜଙ୍ଗଲରେ ମାଫିଆ ଗଚ୍ଛିତ ରଖିଥିଲେ ବିପୁଳ ଗଞ୍ଜେଇ: ଚାଲାଣ ପୂର୍ବରୁ…

ପଟ୍ଟାଙ୍ଗି,୧୭ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧିନରେ ରହିଥିବା ଘଞ୍ଚ ଜଙ୍ଗଲରେ ଗଚ୍ଛିତ ଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ। ସେପଟେ ପୋଲିସର ଏହିପରି ଅତର୍କିତ ଚଢ଼ାଉରେ ଗଞ୍ଜେଇ ମାଫିଆ ସମସ୍ତ ପ୍ଲାନିଂ ବିଫଳ ହୋଇଥିବା ସହ ଚଡ଼କ ପଡ଼ିଛି। ଅନ୍ୟ ପକ୍ଷରେ ପଟ୍ଟାଙ୍ଗି ଥାନା ଅଞ୍ଚଳରୁ ପ୍ରଚୁର ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିଲେ ମଧ୍ୟ ଏଥିରେ ପୋଲିସର ହାତ ଖାଲି ରହୁଥିବା ବେଳେ ଦୀର୍ଘ ମାସ ପରେ ପୋଲିସର ଏହିପରି ଅତର୍କିତ ଚଢ଼ାଉ ଓ ବିପୁଳ ପରିମାଣର ଗଞ୍ଜେଇ ଜବତ ଅନେକ କିଛି ଚର୍ଚ୍ଚା ହେଉଥିବା ସହ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରୁଛି। ଏହିପରି ଘଟଣା ଦେଖିବାକୁ ମିଳିଛି ଉକ୍ତ ଥାନା ଅଧିନସ୍ଥ ଯୁବରାଜପେଟା ଗ୍ରାମର ଘଞ୍ଚ ଜଙ୍ଗଲରେ।
ସୂଚନା ମୁତାବକ ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ସାଡାମ ପଞ୍ଚାୟତ ଅଧିନରେ ରହିଥିବା ଯୁବରାଜପେଟା ଗ୍ରାମର ନିକଟସ୍ଥ ଜଙ୍ଗଲରେ ଚୋରା ଚାଲାଣ ପାଇଁ ଗଚ୍ଛିତ ହୋଇ ରହିଥିବା ରହିଥିବା ଗଞ୍ଜେଇ ସମ୍ପର୍କରେ ଖବର ପହଞ୍ଚି ଥିଲା ପୋଲିସ ନିକଟରେ। ଏହି ସମୟରେ ସୁନାବେଡ଼ା ଏସ୍‌ଡିପିଓ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ସୁନାବେଡ଼ା ଥାନାଧିକାରୀ ସୁସୁମା କଅଁର
ସେମିଳିଗୁଡ଼ା ଏବଂ ପଟ୍ଟାଙ୍ଗି ପୋଲିସକୁ ନେଇ ଗଠିତ ହୋଇଥିଲା ଏକ ଟିମ୍‌। ଉକ୍ତ ଟିମ୍‌ ରବିବାର ବିଳମ୍ବିତ ରାତିରେ ଅତର୍କିତ ଭାବେ ଉକ୍ତ ଜଙ୍ଗଲରେ ଚଢ଼ାଉ କରି ମାଜିଷ୍ଟ୍ରେଟ୍‌ ତଥା ପଟ୍ଟାଙ୍ଗି ବିଡିଓ ରାମକୃଷ୍ଣ ନାୟକଙ୍କ ଉପସ୍ଥିତରେ ଗଞ୍ଜେଇ ଭରି ହୋଇ ରହିଥିବା ୭୭ଟି ଜରି ବସ୍ତା ଜବତ କରିଥିଲା। ଯାହାକି ଜବତ ସମସ୍ତ ଗଞ୍ଜେଇ ୭ କ୍ୱିଣ୍ଟାଲ ୯୭ କେଜି ରହିଥିବା ଏସ୍‌ଡିପିଓ ଜେନା ସୂଚନା ଦେଇଥିବା ସହ ଜବତ ଗଞ୍ଜେଇକୁ ନେଇ ପଟ୍ଟାଙ୍ଗି ଥାନାରେ ଏକ କେସ୍‌ ନଂ ୨୩/୨୫ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।

The post ଜଙ୍ଗଲରେ ମାଫିଆ ଗଚ୍ଛିତ ରଖିଥିଲେ ବିପୁଳ ଗଞ୍ଜେଇ: ଚାଲାଣ ପୂର୍ବରୁ… appeared first on Dharitri Odia News.