ଛାଡପତ୍ର ଖବର ମଧ୍ୟରେ ରହସ୍ୟମୟୀ ପୋଷ୍ଟ ସେୟାର କଲେ ଚହଲ, ଦେଲେ ହିଣ୍ଟ୍

ମୁମ୍ଵାଇ ୦୨।୦୩; ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ । କିଛି ଦିନ ପୂର୍ବରୁ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ଠାରୁ ଛାଡପତ୍ର ପାଇଁ ଆବେଦନ କରିଥିଲେ। କିଛି ମାସ ଧରି ସୋସିଆଲ ମିଡିଆରେ ସେମାନଙ୍କ ଅଲଗା ହେବାର ଗୁଜବ ଜୋର ଧରିଥିଲା। ନିକଟରେ ସେମାନଙ୍କ ଛାଡପତ୍ର ମାମଲାର ଶୁଣାଣି ବାନ୍ଦ୍ରା ଫ୍ୟାମିଲି କୋର୍ଟରେ ହୋଇଥିଲା। ଯେଉଁଠାରେ ଚହଲ ଏବଂ ଧନଶ୍ରୀ ଉଭୟ ଉପସ୍ଥିତ ଥିଲେ। ଏନେଇ ଧନଶ୍ରୀଙ୍କ ଓକିଲ କହିଛନ୍ତି , ପ୍ରକ୍ରିୟା ଏବେ ବି ଚାଲିଛି। ଏହି ସମୟରେ ଚହଲ ଏକ ସୋସିଆଲ ମିଡିଆ ପୋଷ୍ଟ କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି।ଚହଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଦିବଂଗତ ଆମେରିକୀୟ ଲେଖିକା ମିଶେଲ ମ୍ୟାକନମାରାଙ୍କ ଏକ ଉକ୍ତି ସେୟାର କରିଛନ୍ତି। ସେ ଲେଖିଛନ୍ତି, ଏଠାରେ ସବୁକିଛି ବିଶୃଙ୍ଖଳିତ। ଦୟାକରି ଭଦ୍ର ହୁଅ। ଏଥିରୁ ଏହା ଅନୁମାନ କରାଯାଇପାରେ ଯେ ଚହଲ ବ୍ୟକ୍ତିଗତ ଭାବରେ ସୁସ୍ଥ ଅନୁଭବ କରୁନାହାଁନ୍ତି। କିଛି ଦିନ ପୂର୍ବରୁ, ଚହଲ ଧନଶ୍ରୀଙ୍କଠାରୁ ଛାଡପତ୍ର ଖବର ମଧ୍ୟରେ ଆଉ ଏକ ପୋଷ୍ଟ ମଧ୍ୟ ସେୟାର କରିଥିଲେ। ଏଥିରେ ସେ କହିଥିଲେ ଯେ ପରମେଶ୍ୱର ସର୍ବଦା ତାଙ୍କ ସହିତ ଅଛନ୍ତି।ନିକଟରେ ଧନଶ୍ରୀଙ୍କୁ ମଧ୍ୟ ଟ୍ରୋଲ କରାଯାଇଛି କାରଣ ସେ ଭରଣପୋଷଣ ପାଇଁ ୬୦ କୋଟି ଟଙ୍କା ଦାବି କରିବା ଖବର ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି। କିନ୍ତୁ ଧନଶ୍ରୀଙ୍କ ପରିବାର ଏପରି ସମସ୍ତ ଦାବିକୁ ମିଥ୍ୟା ବୋଲି କହିଛନ୍ତି ଏବଂ ସତ୍ୟ ନଜାଣି ମ

ଛାଡପତ୍ର ଖବର ମଧ୍ୟରେ ରହସ୍ୟମୟୀ ପୋଷ୍ଟ ସେୟାର କଲେ ଚହଲ, ଦେଲେ ହିଣ୍ଟ୍

ମୁମ୍ଵାଇ ୦୨।୦୩; ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ । କିଛି ଦିନ ପୂର୍ବରୁ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ଠାରୁ ଛାଡପତ୍ର ପାଇଁ ଆବେଦନ କରିଥିଲେ। କିଛି ମାସ ଧରି ସୋସିଆଲ ମିଡିଆରେ ସେମାନଙ୍କ ଅଲଗା ହେବାର ଗୁଜବ ଜୋର ଧରିଥିଲା। ନିକଟରେ ସେମାନଙ୍କ ଛାଡପତ୍ର ମାମଲାର ଶୁଣାଣି ବାନ୍ଦ୍ରା ଫ୍ୟାମିଲି କୋର୍ଟରେ ହୋଇଥିଲା। ଯେଉଁଠାରେ ଚହଲ ଏବଂ ଧନଶ୍ରୀ ଉଭୟ ଉପସ୍ଥିତ ଥିଲେ। ଏନେଇ ଧନଶ୍ରୀଙ୍କ ଓକିଲ କହିଛନ୍ତି , ପ୍ରକ୍ରିୟା ଏବେ ବି ଚାଲିଛି। ଏହି ସମୟରେ ଚହଲ ଏକ ସୋସିଆଲ ମିଡିଆ ପୋଷ୍ଟ କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି।

ଚହଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଦିବଂଗତ ଆମେରିକୀୟ ଲେଖିକା ମିଶେଲ ମ୍ୟାକନମାରାଙ୍କ ଏକ ଉକ୍ତି ସେୟାର କରିଛନ୍ତି। ସେ ଲେଖିଛନ୍ତି, ଏଠାରେ ସବୁକିଛି ବିଶୃଙ୍ଖଳିତ। ଦୟାକରି ଭଦ୍ର ହୁଅ। ଏଥିରୁ ଏହା ଅନୁମାନ କରାଯାଇପାରେ ଯେ ଚହଲ ବ୍ୟକ୍ତିଗତ ଭାବରେ ସୁସ୍ଥ ଅନୁଭବ କରୁନାହାଁନ୍ତି। କିଛି ଦିନ ପୂର୍ବରୁ, ଚହଲ ଧନଶ୍ରୀଙ୍କଠାରୁ ଛାଡପତ୍ର ଖବର ମଧ୍ୟରେ ଆଉ ଏକ ପୋଷ୍ଟ ମଧ୍ୟ ସେୟାର କରିଥିଲେ। ଏଥିରେ ସେ କହିଥିଲେ ଯେ ପରମେଶ୍ୱର ସର୍ବଦା ତାଙ୍କ ସହିତ ଅଛନ୍ତି।

ନିକଟରେ ଧନଶ୍ରୀଙ୍କୁ ମଧ୍ୟ ଟ୍ରୋଲ କରାଯାଇଛି କାରଣ ସେ ଭରଣପୋଷଣ ପାଇଁ ୬୦ କୋଟି ଟଙ୍କା ଦାବି କରିବା ଖବର ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି। କିନ୍ତୁ ଧନଶ୍ରୀଙ୍କ ପରିବାର ଏପରି ସମସ୍ତ ଦାବିକୁ ମିଥ୍ୟା ବୋଲି କହିଛନ୍ତି ଏବଂ ସତ୍ୟ ନଜାଣି ମିଥ୍ୟା ସୂଚନା ପ୍ରସାର ନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।