ଛାଡପତ୍ରର ୪ ବର୍ଷ ପରେ ମୁହଁ ଖୋଲିଲେ ନାଗା ଚୈତନ୍ୟ, କହିଲେ-ମୋ ସହ ଅପରାଧି ଭଳି ବ୍ୟବହାର କାହିଁକି ?

ମୁମ୍ଵାଇ ୦୯।୦୨; ସାଉଥ ଷ୍ଟାର ନାଗା ଚୈତନ୍ୟ ଏବେ ଦ୍ୱିତୀୟ ବିବାହ କରିସାରିଛନ୍ତି। ସେ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କୁ ବିବାହ କରିଛନ୍ତି। ଏହାପୂର୍ବରୁ ସେ ଗୋଆରେ ସାଉଥ୍ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁଙ୍କୁ ବିବାହ କରିଥିଲେ। ହେଲେ ପରେ ସେମାନେ ପରସ୍ପରକୁ ଛାଡ଼ପତ୍ର ଦେଇ ଅଲଗା ହୋଇଯାଇଥିଲେ। ଛାଡ଼ପତ୍ର ପରେ ଚୈତନ୍ୟ ଓ ସାମନ୍ଥା ଏହା ପଛର କାରଣ ଜଣାଇନଥିଲେ। ଏବେ ଚୈତନ୍ୟ ନିଜର ଫିଲ୍ମ ପ୍ରମୋସନ ବେଳେ ଏହା ପଛର କାରଣ ଜଣାଇଛନ୍ତି।ନାଗା ନିକଟରେ ଏକ ପୋଡକାଷ୍ଟରେ ନଜର ଆସିଥିଲେ। ତାଙ୍କ କହିବା ମୁତାବକ, "ଆମେ ନିଜ ନିଜ ରାସ୍ତାରେ ଯିବାକୁ ଚାହୁଁଥିଲୁ। ନିଜ ନିଜ କାରଣରୁ, ଆମେ ଏହି ନିଷ୍ପତ୍ତି ନେଇଥିଲୁ। ହେଲେ ଛାଡ଼ପତ୍ର ପରେ ବି ଆମେ ପରସ୍ପରକୁ ସମ୍ମାନ କରୁଛୁ। ଆମେ ଆମ ଜୀବନରେ, ନିଜ ନିଜ ଲକ୍ଷ୍ୟ ହାସଲ କରିବାକୁ ଆଗକୁ ବଢ଼ୁଛୁ। ଆଉ କ'ଣ ବ୍ୟାଖ୍ୟା ଆବଶ୍ୟକ, ମୁଁ ବୁଝିପାରୁନାହିଁ। ମୁଁ ଆଶା କରୁଛି ଦର୍ଶକ ଏବଂ ଗଣମାଧ୍ୟମ ଏହାକୁ ସମ୍ମାନ ଦେବେ। ଆମେ ପୂର୍ବରୁ ଗୋପନୀୟତା ପାଇଁ ଅନୁରୋଧ କରିଥିଲୁ। ଏହି ପ୍ରସଙ୍ଗକୁ ନେଇ ଆମ ଗୋପନୀୟତାକୁ ସମ୍ମାନ ଦେବାକୁ ଆମେ ଅନୁରୋଧ କରିଥିଲୁ । କିନ୍ତୁ, ଦୁର୍ଭାଗ୍ୟବଶତଃ, ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଗଲା। ସମସ୍ତଙ୍କ ପାଇଁ ଏକ ମନୋରଞ୍ଜନ ହୋଇଗଲା। ଏହା କେବଳ ମୋ ଜୀବନରେ ଘଟିଛି ତାହା ନୁହେଁ, ତେବେ ମୋ ସହ କାହିଁକି ଜଣେ ଅପରାଧୀ ପରି ବ୍ୟବହାର କରାଯାଉଛି? ଆମେ ଦୁହେଁ

ଛାଡପତ୍ରର ୪ ବର୍ଷ ପରେ ମୁହଁ ଖୋଲିଲେ ନାଗା ଚୈତନ୍ୟ, କହିଲେ-ମୋ ସହ ଅପରାଧି ଭଳି ବ୍ୟବହାର କାହିଁକି ?

ମୁମ୍ଵାଇ ୦୯।୦୨; ସାଉଥ ଷ୍ଟାର ନାଗା ଚୈତନ୍ୟ ଏବେ ଦ୍ୱିତୀୟ ବିବାହ କରିସାରିଛନ୍ତି। ସେ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କୁ ବିବାହ କରିଛନ୍ତି। ଏହାପୂର୍ବରୁ ସେ ଗୋଆରେ ସାଉଥ୍ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁଙ୍କୁ ବିବାହ କରିଥିଲେ। ହେଲେ ପରେ ସେମାନେ ପରସ୍ପରକୁ ଛାଡ଼ପତ୍ର ଦେଇ ଅଲଗା ହୋଇଯାଇଥିଲେ। ଛାଡ଼ପତ୍ର ପରେ ଚୈତନ୍ୟ ଓ ସାମନ୍ଥା ଏହା ପଛର କାରଣ ଜଣାଇନଥିଲେ। ଏବେ ଚୈତନ୍ୟ ନିଜର ଫିଲ୍ମ ପ୍ରମୋସନ ବେଳେ ଏହା ପଛର କାରଣ ଜଣାଇଛନ୍ତି।

ନାଗା ନିକଟରେ ଏକ ପୋଡକାଷ୍ଟରେ ନଜର ଆସିଥିଲେ। ତାଙ୍କ କହିବା ମୁତାବକ, "ଆମେ ନିଜ ନିଜ ରାସ୍ତାରେ ଯିବାକୁ ଚାହୁଁଥିଲୁ। ନିଜ ନିଜ କାରଣରୁ, ଆମେ ଏହି ନିଷ୍ପତ୍ତି ନେଇଥିଲୁ। ହେଲେ ଛାଡ଼ପତ୍ର ପରେ ବି ଆମେ ପରସ୍ପରକୁ ସମ୍ମାନ କରୁଛୁ। ଆମେ ଆମ ଜୀବନରେ, ନିଜ ନିଜ ଲକ୍ଷ୍ୟ ହାସଲ କରିବାକୁ ଆଗକୁ ବଢ଼ୁଛୁ। ଆଉ କ'ଣ ବ୍ୟାଖ୍ୟା ଆବଶ୍ୟକ, ମୁଁ ବୁଝିପାରୁନାହିଁ। 

ମୁଁ ଆଶା କରୁଛି ଦର୍ଶକ ଏବଂ ଗଣମାଧ୍ୟମ ଏହାକୁ ସମ୍ମାନ ଦେବେ। ଆମେ ପୂର୍ବରୁ ଗୋପନୀୟତା ପାଇଁ ଅନୁରୋଧ କରିଥିଲୁ। ଏହି ପ୍ରସଙ୍ଗକୁ ନେଇ ଆମ ଗୋପନୀୟତାକୁ ସମ୍ମାନ ଦେବାକୁ ଆମେ ଅନୁରୋଧ କରିଥିଲୁ । କିନ୍ତୁ, ଦୁର୍ଭାଗ୍ୟବଶତଃ, ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଗଲା। ସମସ୍ତଙ୍କ ପାଇଁ ଏକ ମନୋରଞ୍ଜନ ହୋଇଗଲା। ଏହା କେବଳ ମୋ ଜୀବନରେ ଘଟିଛି ତାହା ନୁହେଁ, ତେବେ ମୋ ସହ କାହିଁକି ଜଣେ ଅପରାଧୀ ପରି ବ୍ୟବହାର କରାଯାଉଛି? ଆମେ ଦୁହେଁ ଅଲଗା ହୋଇ ଆଗକୁ ବଢ଼ିଲୁ। ମୋତେ ପୁଣି ଥରେ ପ୍ରେମ ମିଳିଲା ଏବଂ ମୁଁ ବିବାହ କଲି। ଏଥିରେ ସମସ୍ୟା କ’ଣ?" ବୋଲି ପ୍ରଶ୍ନ କରିଛନ୍ତି ଚୈତନ୍ୟ।