ଛେଳି ଚୋରି କରିବା ଅଭିଯୋଗରେ ଯୁବକଙ୍କୁ ପିଟିପିଟି ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ
ପାଟଣା,୧୪ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଶଙ୍ଖୁଆ ଗ୍ରାମରେ ଛେଳି ଚୋରିକୁ ନେଇ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଲୋକେ ଶୁକ୍ରବାର ରାତିରେ ପିଟିପିଟି ମାରି ଦେବା ପରେ ମୃତଦେହକୁ ରାସ୍ତାକଡ଼ରେ ପକାଇ ଦେଇଛନ୍ତି। ମୃତକ ଜଣକ ହେଉଛନ୍ତି ଶଙ୍ଖୁଆ ଗ୍ରାମର ପରମାନନ୍ଦ ନାଏକଙ୍କ ପୁଅ ବିପିନ ବିହାରୀ ନାଏକ। ଶଙ୍ଖୁଆ ଗୋରାଣ୍ଡିଯୋଡ଼ି ରାସ୍ତାର ଶଙ୍ଖୁଆ ହାଇସ୍କୁଲ ନିକଟରେ ମୃତଦେହ ପଡ଼ି ରହିଥିବା ବେଳେ ଘଟଣାସ୍ଥଳରେ ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ ଓ […] The post ଛେଳି ଚୋରି କରିବା ଅଭିଯୋଗରେ ଯୁବକଙ୍କୁ ପିଟିପିଟି ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ appeared first on Dharitri Odia News.
ପାଟଣା,୧୪ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଶଙ୍ଖୁଆ ଗ୍ରାମରେ ଛେଳି ଚୋରିକୁ ନେଇ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଲୋକେ ଶୁକ୍ରବାର ରାତିରେ ପିଟିପିଟି ମାରି ଦେବା ପରେ ମୃତଦେହକୁ ରାସ୍ତାକଡ଼ରେ ପକାଇ ଦେଇଛନ୍ତି। ମୃତକ ଜଣକ ହେଉଛନ୍ତି ଶଙ୍ଖୁଆ ଗ୍ରାମର ପରମାନନ୍ଦ ନାଏକଙ୍କ ପୁଅ ବିପିନ ବିହାରୀ ନାଏକ। ଶଙ୍ଖୁଆ ଗୋରାଣ୍ଡିଯୋଡ଼ି ରାସ୍ତାର ଶଙ୍ଖୁଆ ହାଇସ୍କୁଲ ନିକଟରେ ମୃତଦେହ ପଡ଼ି ରହିଥିବା ବେଳେ ଘଟଣାସ୍ଥଳରେ ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ ଓ ସାହାରପଡ଼ା ଫାଣ୍ଡି ଅଧିକାରୀ ପାତ୍ର ଓରାମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଛେଳି ଚୋରି କରିଥିବା ଅଭିଯୋଗରେ ତାଙ୍କୁ କିଛି ଲୋକ ପିଟିପିଟି ମାରିଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ସୂଚନା ଥାଉକି, ରଜପର୍ବ କେନ୍ଦୁଝରର ଏକ ଗଣପର୍ବ ହୋଇଥିବା ବେଳେ ପ୍ରବଳ ଖାସି ମାଂସର ଚାହିଦା ସହ ଆସର ହୁଏ।
The post ଛେଳି ଚୋରି କରିବା ଅଭିଯୋଗରେ ଯୁବକଙ୍କୁ ପିଟିପିଟି ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ appeared first on Dharitri Odia News.