‘ଜଓ୍ବାନ’କୁ ପଛରେ ପକାଇଲା ‘କଳ୍କୀ ୨୮୯୮ ଏଡି’
ମୁମ୍ବାଇ: ନାଗ୍ ଅଶ୍ୱିନ୍ଙ୍କ ନିର୍ଦ୍ଦେଶିତ ‘କଳ୍କୀ ୨୮୯୮ ଏଡି’ ଗତ ଜୁନ ୨୭ରେ ମୁକ୍ତିଲାଭ କରିଥିଲା, ଯାହା ଏବେ ଅନେକ ରେକର୍ଡ ଭାଙ୍ଗିପାରିଛି। ପ୍ରଭାସ, ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ, ଦିଶା ପଟାନି ଓ କମଲ ହାସନଙ୍କ ଅଭିନୀତ ଏହି ଫିଲ୍ମ ରିଲିଜ୍ ହେବାର ମାତ୍ର ୧୧ ଦିନ ମଧ୍ୟରେ ଦେଶବ୍ୟାପୀ ୫୦୦ କୋଟି ଟଙ୍କା ଆୟ କରି ରେକର୍ଡ ସୃଷ୍ଟି କରିପାରିଛି। ‘ବାହୁବଳୀ ୨’, ‘କେଜିଏଫ୍ ୨’ ଓ ଆର୍ଆର୍ଆର୍ ପରେ ୫୦୦ କୋଟି କ୍ଲବ୍ରେ ପ୍ରବେଶ […] The post ‘ଜଓ୍ବାନ’କୁ ପଛରେ ପକାଇଲା ‘କଳ୍କୀ ୨୮୯୮ ଏଡି’ appeared first on Dharitri Odia News.
ମୁମ୍ବାଇ: ନାଗ୍ ଅଶ୍ୱିନ୍ଙ୍କ ନିର୍ଦ୍ଦେଶିତ ‘କଳ୍କୀ ୨୮୯୮ ଏଡି’ ଗତ ଜୁନ ୨୭ରେ ମୁକ୍ତିଲାଭ କରିଥିଲା, ଯାହା ଏବେ ଅନେକ ରେକର୍ଡ ଭାଙ୍ଗିପାରିଛି। ପ୍ରଭାସ, ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ, ଦିଶା ପଟାନି ଓ କମଲ ହାସନଙ୍କ ଅଭିନୀତ ଏହି ଫିଲ୍ମ ରିଲିଜ୍ ହେବାର ମାତ୍ର ୧୧ ଦିନ ମଧ୍ୟରେ ଦେଶବ୍ୟାପୀ ୫୦୦ କୋଟି ଟଙ୍କା ଆୟ କରି ରେକର୍ଡ ସୃଷ୍ଟି କରିପାରିଛି। ‘ବାହୁବଳୀ ୨’, ‘କେଜିଏଫ୍ ୨’ ଓ ଆର୍ଆର୍ଆର୍ ପରେ ୫୦୦ କୋଟି କ୍ଲବ୍ରେ ପ୍ରବେଶ କରିବାରେ ‘କଳ୍କୀ ୨୮୯୮ ଏଡି’ ଚତୁର୍ଥ ଭାରତୀୟ ଦ୍ରୁତତମ ଚଳଚ୍ଚିତ୍ର ହୋଇପାରିଛି। ପୂର୍ବରୁ ‘ବାହୁବଳୀ ୨’ ମାତ୍ର ୭ ଦିନରେ ୫୦୦ କୋଟି କ୍ଲବ୍ରେ ପହଞ୍ଚିଥିବାବେଳେ ଉଭୟ ‘କେଜିଏଫ୍ ୨’ ଓ ଆର୍ଆର୍ଆର୍ ମାତ୍ର ୮ ଦିନରେ ଦେଶବ୍ୟାପୀ ୫୦୦ କୋଟିର ବ୍ୟବସାୟ କରିପାରିଥିଲେ। ତେବେ ଶାହରୁଖ୍ ଖାନ୍ଙ୍କ ‘ଜଓ୍ବାନ’ ଫିଲ୍ମ ୧୩ ଦିନ ଓ ରଣବୀର କପୁରଙ୍କ ‘ଆନିମଲ’ ଫିଲ୍ମ ୧୬ ଦିନ ମଧ୍ୟରେ ଦେଶବ୍ୟାପୀ ୫୦୦ କୋଟି ଟଙ୍କା ଆୟ କରିଥିବାବେଳେ ଏବେ ଏହି ୨ ଫିଲ୍ମର ରେକର୍ଡକୁ ‘କଳ୍କୀ ୨୮୯୮ ଏଡି’ ଭାଙ୍ଗିବାରେ ସଫଳ ହୋଇଛି।
ରବିବାର ରିଲିଜ୍ ହେବାର ୧୧ ତମ ଦିନରେ ଏହି ଫିଲ୍ମ ୪୪.୩ କୋଟି ଟଙ୍କାର ବ୍ୟବସାୟ କରିବା ସହ ଭାରତରେ ଏହାର ସମୁଦାୟ ବକ୍ସ ଅଫିସ କଲେକ୍ସନ ୫୧୦ କୋଟିରେ ପହଞ୍ଚିଛି। ସେହିପରି ରବିବାର ସୁଦ୍ଧା ‘କଳ୍କୀ ୨୮୯୮ ଏଡି’ ଫିଲ୍ମ ବିଶ୍ୱବ୍ୟାପୀ ୯୧୦ କୋଟି ଟଙ୍କା ସଂଗ୍ରହ କରିଛି। ତେବେ ଏହି ଫିଲ୍ମର ସିକ୍ୱେଲ ୩ ବର୍ଷ ପରେ ରିଲିଜ୍ ହେବ ବୋଲି ଫିଲ୍ମ ନିର୍ମାତାଙ୍କ ସୂତ୍ରରୁ ଜଣାପଡ଼ିଛି।
The post ‘ଜଓ୍ବାନ’କୁ ପଛରେ ପକାଇଲା ‘କଳ୍କୀ ୨୮୯୮ ଏଡି’ appeared first on Dharitri Odia News.