ଜଗତ୍‌ସିଂହପୁର ଜିଲାକୁ ମଦମୁକ୍ତ ଦାବିରେ ବିକ୍ଷୋଭ

ଜଗତ୍‌ସିଂହପୁର, ୩ା୧୦(ପ୍ରମୋଦ କୁମାର ନାୟକ): ସମ୍ପ୍ରତ୍ତି ଦେଶୀ, ବିଦେଶୀ ମଦ ସାଙ୍ଗକୁ ଗଞ୍ଜେଇ, ବ୍ରାଉନସୁଗାର, ଚରସ ଓ ହିରୋଇନ ଆଦି ମାରାତ୍ମକ ନିଶା ସମାଜକୁ ବିପଦଗାମୀ କରି ଦେଉଛି। ଏହା ବିଶେଷ କରି ପରିବାର ଓ ଦେଶର ଭବିଷ୍ୟତ କୁହାଯାଉଥିବା ଯୁବଗୋଷ୍ଠୀଙ୍କୁ କବଳିତ କରି ଚାଲିଛି। ଗଁା ଗଁାରେ ଚୋରା ତଥା ବେଆଇନ ମାଦକ ଦ୍ରବ୍ୟ କାରବାର ଚିନ୍ତାର କାରଣ ହୋଇଛି। ନିର୍ବାଚନ ସମୟରେ ଏହା ହଟାଇବାକୁ ରାଜନେତାମାନେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ବେଆଇନ […] The post ଜଗତ୍‌ସିଂହପୁର ଜିଲାକୁ ମଦମୁକ୍ତ ଦାବିରେ ବିକ୍ଷୋଭ appeared first on Dharitri Odia News.

ଜଗତ୍‌ସିଂହପୁର ଜିଲାକୁ ମଦମୁକ୍ତ ଦାବିରେ ବିକ୍ଷୋଭ

ଜଗତ୍‌ସିଂହପୁର, ୩ା୧୦(ପ୍ରମୋଦ କୁମାର ନାୟକ): ସମ୍ପ୍ରତ୍ତି ଦେଶୀ, ବିଦେଶୀ ମଦ ସାଙ୍ଗକୁ ଗଞ୍ଜେଇ, ବ୍ରାଉନସୁଗାର, ଚରସ ଓ ହିରୋଇନ ଆଦି ମାରାତ୍ମକ ନିଶା ସମାଜକୁ ବିପଦଗାମୀ କରି ଦେଉଛି। ଏହା ବିଶେଷ କରି ପରିବାର ଓ ଦେଶର ଭବିଷ୍ୟତ କୁହାଯାଉଥିବା ଯୁବଗୋଷ୍ଠୀଙ୍କୁ କବଳିତ କରି ଚାଲିଛି। ଗଁା ଗଁାରେ ଚୋରା ତଥା ବେଆଇନ ମାଦକ ଦ୍ରବ୍ୟ କାରବାର ଚିନ୍ତାର କାରଣ ହୋଇଛି। ନିର୍ବାଚନ ସମୟରେ ଏହା ହଟାଇବାକୁ ରାଜନେତାମାନେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲାଗି ପାରିଲା ନାହିଁ। ଯେଉଁ କାରଣରୁ ସମାଜ ଗୁରୁତର ଭାବେ ପ୍ରଭାବିତ ହେବା ସହ ବିକାଶ ବାଧାପ୍ରାପ୍ତ ହେଉଛି। ବ୍ୟକ୍ତିର ଆର୍ଥିକ, ମାନସିକ ଓ ଶାରୀରିକ କ୍ଷତି ଘଟୁଛି। ଏପରି କି ମୃତ୍ୟୁ ଘଟୁଛି। ତେଣୁ ସରକାର ଜଗତ୍‌ସିଂହପୁର ଜିଲାରୁ ସରକାରୀ, ବେସରକାରୀ ନିଶା ପ୍ରଚଳନ ବନ୍ଦ କରନ୍ତୁ। ନଚେତ ଜିଲାରେ ନିଶା ଜନିତ କ୍ଷୟକ୍ଷତି ପାଇଁ ସରକାର ତଥା ପ୍ରଶାସନ ଦାୟୀ ରହିବ। ବୁଧବାର ଜଗତ୍‌ସିଂହପୁର ମଦ ବିରୋଧୀ ଅଭିଯାନ ପକ୍ଷରୁ ଏଭଳି ଚେତାବନୀ ଦିଆଯାଇଛି। ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଅଭିଯାନ ପକ୍ଷରୁ ଜିଲାକୁ ନିଶା ମୁକ୍ତ କରିବା ପାଇଁ ବିକ୍ଷୋଭ କରାଯାଇଥିଲା। ପ୍ରଥମେ ଅଭିଯାନ ଆବାହିକା ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ଆହ୍ବାନକ୍ରମେ ଶତାଧିକ ମହିଳାପୁରୁଷ ଜଗତ୍‌ସିଂହପୁର ଥାନା ପରିସର ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଏକତ୍ରିତ ହୋଇଥିଲେ। ସେଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଶୋଭାଯାତ୍ରା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଆୟୋଜିତ ସମାବେଶରେ ମାଦକ ଦ୍ରବ୍ୟ ଚୋରା କାରବାର ଏବଂ ଏହାର କୁପରିଣାମ ଉପରେ ଅଭିଯାନ ନେତାମାନେ ଭାସଣ ଦେଇଥିଲେ। ସମାବେଶରେ ଜିଲାର ନାରୀ ନେତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସେମାନେ ହେଲେ ଗୀତାଞ୍ଜଳି ନନ୍ଦ, ସବିତା ସ୍ବାଇଁ, ପୁଷ୍ପଲତା ସାହୁ, ସସ୍ମିତା ସାହୁ, ଚାରୁଲତା ସାହୁ, କନକଲତା ମୁଦୁଲି, ଜୟନ୍ତୀ ସାହୁ, ସତ୍ୟଭାମା ବାରିକ, ନିବେଦିତା ଜେନା, ନମିତା ସାହୁ, ନମିତା ମହାନ୍ତି, ତପସ୍ବିତୀ ଭୋଳ, ସ୍ବର୍ଣ୍ଣଲତା ଦାସ, ଆରତୀ ଦାସ, ରଞ୍ଜିତା ମହାନ୍ତି, ସ୍ମିତା କର, ଅଞ୍ଜଳି ଜେନା, ସୁମିତ୍ରା ସାହୁ, ପୁଷ୍ପଲତା ପଣ୍ଡା, ସୁଲୋଚନା ପୁହାଣ, ସତ୍ୟଭାମା ବାରିକ, ପ୍ରଭାତି ପୋଥାଳ, ମନ୍ଦାକିନୀ ମହାନ୍ତି ଓ ଭକ୍ତିମୟୀ ଓଝା। ଏଥିସହ ବୈକୁଣ୍ଠ ବିଶ୍ୱାଳ, ରଘୁ ସ୍ବାଇଁ, ଗୋବିନ୍ଦ ଓଝା, ରମାରଞ୍ଜନ ସ୍ବାଇଁ, ଉମେଶ ଲେଙ୍କା, ଗୌରାଙ୍ଗ ହୋତା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟ ଓ ଜିଲାକୁ ସମ୍ପୂର୍ଣ୍ଣ ମଦମୁକ୍ତ ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା।

The post ଜଗତ୍‌ସିଂହପୁର ଜିଲାକୁ ମଦମୁକ୍ତ ଦାବିରେ ବିକ୍ଷୋଭ appeared first on Dharitri Odia News.