ଜଗନ୍ନାଥ କହିଲେ ସୁର ପୁରୀ ଯାଆନି
ଭୁବନେଶ୍ୱର,୧୬।୧: ଜଟଣୀ ବିଧାୟକ ସୁରେଶ ରାଉୟରାୟଙ୍କୁ ଜଗତର ନାଥ ଜଗନ୍ନାଥ ସ୍ବପ୍ନାଦେଶ ହୋଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ସମାରୋହରେ ସେଯୋଗ ନ ଦେବାକୁ ମନା କରିଛନ୍ତି। ଜଗନ୍ନାଥଙ୍କ ଲାଗୁନି ଡୋରି। ମୁଁ କିପରି ଯିବି ପୁରୀ ବୋଲି ସୁର କହିଛନ୍ତି। ଏହି କଥା ସେ ଗଣମାଧ୍ୟମରେ କହିଛନ୍ତି। ସେ ଆହୁରି କହିଛନ୍ତି, ମହାପ୍ରଭୁ ଭାବନାରେ ଆସି କହିଥିଲେ କାହିଁକି ସୁର ମିଛରେ ପୁ଼ରୀ ଯିବୁ? ସେଠି ୨ରୁ ୪ଟି ପାଇଖାନା, ୨ରୁ ୩ଟି ରାସ୍ତା ଓ […] The post ଜଗନ୍ନାଥ କହିଲେ ସୁର ପୁରୀ ଯାଆନି appeared first on Dharitri Odia News.
ଭୁବନେଶ୍ୱର,୧୬।୧: ଜଟଣୀ ବିଧାୟକ ସୁରେଶ ରାଉୟରାୟଙ୍କୁ ଜଗତର ନାଥ ଜଗନ୍ନାଥ ସ୍ବପ୍ନାଦେଶ ହୋଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ସମାରୋହରେ ସେଯୋଗ ନ ଦେବାକୁ ମନା କରିଛନ୍ତି। ଜଗନ୍ନାଥଙ୍କ ଲାଗୁନି ଡୋରି। ମୁଁ କିପରି ଯିବି ପୁରୀ ବୋଲି ସୁର କହିଛନ୍ତି। ଏହି କଥା ସେ ଗଣମାଧ୍ୟମରେ କହିଛନ୍ତି।
ସେ ଆହୁରି କହିଛନ୍ତି, ମହାପ୍ରଭୁ ଭାବନାରେ ଆସି କହିଥିଲେ କାହିଁକି ସୁର ମିଛରେ ପୁ଼ରୀ ଯିବୁ? ସେଠି ୨ରୁ ୪ଟି ପାଇଖାନା, ୨ରୁ ୩ଟି ରାସ୍ତା ଓ କିଛି ଲାଇଟ ଲାଗିଛି। ତା’ ଉପରେ ଭଳିକି ଭଳିକି ରଙ୍ଗ ଦିଆଯାଇଛି। ଯେପରି ଭୁବନେଶ୍ୱରରେ ବିଶ୍ୱକପ ହକି ବେଳେ ହୋଇଥିଲା, ପୁରୀରେ ସେପରି ହୋଇଛି।
ସୁର କହିଛନ୍ତି, ମୋ ହେତୁ ପାଇଲା ଦିନଠୁ ପ୍ରତ୍ୟେକ ରଥଯାତ୍ରା ଓ ଯାନିଯାତ୍ରାରେ ମୁଁ ପୁରୀ ଯାଇଛି। କୋଭିଡ ସମୟରେ ମଧ୍ୟ କଟାକଣା ଥିବା ସତ୍ତ୍ୱେ ମୁଁ ପୁରୀ ଯାଇଛି। ଏବେ କିନ୍ତୁ ପୁରୀ ଯିବାକୁ ଜଗନ୍ନାଥଙ୍କ ଡୋରି ଲାଗୁ ନାହିଁ। ମୋର ମଧ୍ୟ ଇଚ୍ଛା ହେଉ ନାହିଁ। କାହିଁକି ମୋର ଡୋରି ଲାଗୁନାହିଁ ମୁଁ ଜାଣି ନାହିଁ। ଡୋରି ତ ଲାଗୁ ନାହିଁ, ମୁଁ କିପରି ଯିବି? ଦେଖିବା ଆଗକୁ କ’ଣ ହେଉଛି?
The post ଜଗନ୍ନାଥ କହିଲେ ସୁର ପୁରୀ ଯାଆନି appeared first on Dharitri Odia News.