ଜଙ୍ଗଲରେ ନିଆଁ ଏବଂ ଜଳଭାବ, ଜନବସତି ମୁହାଁ ବନ୍ୟଜନ୍ତୁ

ବୌଦ୍ଧ: ପ୍ରତିବର୍ଷ ଜଙ୍ଗଲରେ ଲାଗୁଛି ନିଆଁ । ହୁତୁହୁତୁ ହୋଇ ଜଳିଯାଉଛି ଜଙ୍ଗଲ ଆଉ ନଷ୍ଟ ହେଉଛି ବହୁ ମୂଲ୍ୟବାନ ଗଛଲତା । ତୃଣଭୋଜି ପ୍ରାଣିଙ୍କ ପାଇଁ ଆଉ ରହୁନି ଖାଦ୍ୟ । ଅନ୍ୟପଟେ ବୌଦ୍ଧ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ । ନିମ୍ନ ଗାମୀ ହେବାରେ ଲାଗିଛି ଜଳ ଉତ୍ସ । ଫଳରେ ଏବେ ଗାଁ ମୁହାଁ ହେବାରେ ଲାଗିଛନ୍ତି ବନ୍ୟଜନ୍ତୁ । ବିଶେଷ କରି ସମ୍ବର, କୁଟୁରା, ବାରହା, ମାଙ୍କଡ ପରି ବହୁ ତୃଣଭୋଜି […] The post ଜଙ୍ଗଲରେ ନିଆଁ ଏବଂ ଜଳଭାବ, ଜନବସତି ମୁହାଁ ବନ୍ୟଜନ୍ତୁ appeared first on KNews Odisha.

ଜଙ୍ଗଲରେ ନିଆଁ ଏବଂ ଜଳଭାବ, ଜନବସତି ମୁହାଁ ବନ୍ୟଜନ୍ତୁ

ବୌଦ୍ଧ: ପ୍ରତିବର୍ଷ ଜଙ୍ଗଲରେ ଲାଗୁଛି ନିଆଁ । ହୁତୁହୁତୁ ହୋଇ ଜଳିଯାଉଛି ଜଙ୍ଗଲ ଆଉ ନଷ୍ଟ ହେଉଛି ବହୁ ମୂଲ୍ୟବାନ ଗଛଲତା । ତୃଣଭୋଜି ପ୍ରାଣିଙ୍କ ପାଇଁ ଆଉ ରହୁନି ଖାଦ୍ୟ । ଅନ୍ୟପଟେ ବୌଦ୍ଧ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ । ନିମ୍ନ ଗାମୀ ହେବାରେ ଲାଗିଛି ଜଳ ଉତ୍ସ । ଫଳରେ ଏବେ ଗାଁ ମୁହାଁ ହେବାରେ ଲାଗିଛନ୍ତି ବନ୍ୟଜନ୍ତୁ । ବିଶେଷ କରି ସମ୍ବର, କୁଟୁରା, ବାରହା, ମାଙ୍କଡ ପରି ବହୁ ତୃଣଭୋଜି ପ୍ରାଣୀ ଖାଦ୍ୟ ଓ ଜଳସଙ୍କଟର ଶିକାର ହୋଇ ଗାଁ ମୁହାଁ ।

ସେହିଭଳି ମାଂସାସୀ ପ୍ରାଣୀ ଗୁଡିକ ପାଣି ପାଇଁ ହେଉଛନ୍ତି ଗାଁ ମୁହାଁ । ଜଙ୍ଗଲ ପାଖରେ ଥିବା ପୁରୁଣାକଟକ, ସଙ୍କୁଲେଇ, ହରଭଙ୍ଗା, କୁଶଙ୍ଗ, ଛତ୍ରଙ୍ଗ, କରଞ୍ଜକଟା, ତଳଗାଁ, ଆଡେଣୀଗଡ ପଞ୍ଚାୟତର ବହୁ ଗ୍ରାମକୁ ବିଭିନ୍ନ ସମୟରେ ବନ୍ୟଜନ୍ତୁ ଚାଲିଆସୁଥିବାବେଳେ ଏହାର ମୌକା ନେବାରେ ଲାଗୁଛନ୍ତି ଶିକାରୀ । ବନ୍ୟଜନ୍ତୁଙ୍କ ଏଭଳି ସମସ୍ୟା ପାଇଁ ପ୍ରତିବର୍ଷ ଜଙ୍ଗଲରେ ନିଆଁ ଲାଗିବା ହିଁ ପ୍ରମୁଖ କାରଣ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ଅନ୍ୟପଟେ ବେଳ ଥାଉ ଜଙ୍ଗଲକୁ ନିଆଁ ଦାଉରୁ ରୋକିବା ପାଇଁ ସ୍ଥାୟୀ ପ୍ରତିକାର କରାନଗଲେ ଆଗାମୀ ଦିନରେ ବନ୍ୟଜନ୍ତୁଙ୍କ ଅବସ୍ଥା ଶୋଚନୀୟ ହେବା ସୁନିଶ୍ଚିତ । ସରକାରୀ କାଗଜପତ୍ରରେ କି ଭାଷଣ ବାଜିରେ ନୁହେଁ ନିଷ୍ଠାର ସହିତ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନ ନେଲେ ବନ୍ୟଜନ୍ତୁଙ୍କ ଜୀବନ ଯିବ ।

Also read: ସମ୍ବଲପୁର: ନିଶା କଫ ସିରଫ ଚୋରି କରି ASI ନିଲମ୍ବିତ

The post ଜଙ୍ଗଲରେ ନିଆଁ ଏବଂ ଜଳଭାବ, ଜନବସତି ମୁହାଁ ବନ୍ୟଜନ୍ତୁ appeared first on KNews Odisha.