ଜଙ୍ଗଲରେ ନିଆଁ ଲଗାଇ ପୋଡୁ ଚାଷ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା

ଦାରିଙ୍ଗବାଡ଼ି,୧୦।୫(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନିଆଁ ଲିଭିବାର ନାଁ ଧରୁନି। କେତେବେକେ ଶିକାର ଉଦ୍ଦେଶ୍ୟରେ ତ କେତେବେଳେ ପୋଡୁ ଚାଷ ପାଇଁ ଜଙ୍ଗଲକୁ ଧ୍ବଂସ କରିବାକୁ ଦୁର୍ବୁତ୍ତମାନେ ପଛାଉନାହାନ୍ତି। ଏଭଳି ପରିସ୍ଥିତିରେ ଜଙ୍ଗଲ ବିଭାଗର ତଳିଆ କର୍ମଚାରୀଠୁ ଆରମ୍ଭ କରି ଉଚ୍ଚ ପଦାଧିକାରୀ ନିଆଁ ଲିଭାଇବାକୁ ନାକେଦମ ହେଉଛନ୍ତି। ଗୁରୁବାର ଉକ୍ତ ବନାଞ୍ଚଳ କୋଟଗଡ଼ ବ୍ଲକ ପକାରୀ ଜଙ୍ଗଲରେ ପୋଡୁ ଚାଷ ପାଇଁ ନିଆଁ ଲଗାଇଥିବା ବେଳେ ବନ ବିଭାଗ ମାଡ଼ି ବସି […] The post ଜଙ୍ଗଲରେ ନିଆଁ ଲଗାଇ ପୋଡୁ ଚାଷ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା appeared first on Dharitri Odia News.

ଜଙ୍ଗଲରେ ନିଆଁ ଲଗାଇ ପୋଡୁ ଚାଷ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା

ଦାରିଙ୍ଗବାଡ଼ି,୧୦।୫(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନିଆଁ ଲିଭିବାର ନାଁ ଧରୁନି। କେତେବେକେ ଶିକାର ଉଦ୍ଦେଶ୍ୟରେ ତ କେତେବେଳେ ପୋଡୁ ଚାଷ ପାଇଁ ଜଙ୍ଗଲକୁ ଧ୍ବଂସ କରିବାକୁ ଦୁର୍ବୁତ୍ତମାନେ ପଛାଉନାହାନ୍ତି। ଏଭଳି ପରିସ୍ଥିତିରେ ଜଙ୍ଗଲ ବିଭାଗର ତଳିଆ କର୍ମଚାରୀଠୁ ଆରମ୍ଭ କରି ଉଚ୍ଚ ପଦାଧିକାରୀ ନିଆଁ ଲିଭାଇବାକୁ ନାକେଦମ ହେଉଛନ୍ତି।

ଗୁରୁବାର ଉକ୍ତ ବନାଞ୍ଚଳ କୋଟଗଡ଼ ବ୍ଲକ ପକାରୀ ଜଙ୍ଗଲରେ ପୋଡୁ ଚାଷ ପାଇଁ ନିଆଁ ଲଗାଇଥିବା ବେଳେ ବନ ବିଭାଗ ମାଡ଼ି ବସି ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ଯୁଗାବାଡି ଗ୍ରାମର ରଞ୍ଜିତ ପ୍ରଧାନ ବୋଲି ବନାଞ୍ଚଳ ଅଧିକାରୀ ତଥା ବାଲିଗୁଡା ବନଉପଖଣ୍ଡ ଏସସିଏଫ ସତୀଶ କୁମାର ଧାରୁଆ କହିଛନ୍ତି। ସେ ଆହୁରି କହିଛନ୍ତି, ପୋଡୁ ଚାଷ ପାଇଁ ସେ ଜଙ୍ଗଲରେ ଗଛ କାଟି ନଷ୍ଟ କରିବା ସହ ନିଆଁ ଲାଗାଇ ଜଙ୍ଗଲକୁ ଧ୍ବଂସ କରୁଥିଲେ। ବନକର୍ମଚାରୀ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବେଳେ ରଞ୍ଜିତ ଧରାପଡ଼ିଲେ।

 

The post ଜଙ୍ଗଲରେ ନିଆଁ ଲଗାଇ ପୋଡୁ ଚାଷ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା appeared first on Dharitri Odia News.