ଜଙ୍ଗଲରେ ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ, ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ଆଠଗଡ ୧୨।୬: ଆଠଗଡ଼ ବନଖଣ୍ଡ ବଡମ୍ବା ରେଞ୍ଜ ଟାଙ୍ଗୁରି ସଂରକ୍ଷିତ ଜଙ୍ଗଲରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧା ଜଣଙ୍କ ହେଲେ ବଡମ୍ବା ଥାନା ଅନ୍ତର୍ଗତ ଖଲିମାଟି ଗ୍ରାମର ୭୦ ବର୍ଷୀୟ ଗୟାଧରୀ ଦେହୁରୀ । ସୂଚନାଯୋଗ୍ୟ ଯେ, ବୃଦ୍ଧା ଜଣଙ୍କ ମଙ୍ଗଳବାର ଲଇ ସଂଗ୍ରହ କରିବାକୁ ଟାଙ୍ଗୁରି ରିଜର୍ଭ ଜଙ୍ଗଲକୁ ଯାଇଥିଲେ । କିନ୍ତୁ ତାଙ୍କର ଫେରିବା ଡେରି ହେବା ଦେଖି ତାଙ୍କ ପରିବାର ଲୋକେ ଖୋଜାଖୋଜି କରିବା ସହ ବନ ବିଭାଗକୁ ଖବର ଦେଇଥିଲେ । ଶେଷରେ ତାଙ୍କ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ମୃତ ଦେହ ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ ବଡ଼ମ୍ବା ବନ ବିଭାଗ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବଡ଼ମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହିତ ହାତୀ ଆକ୍ରମଣରେ ମୃତ୍ୟୁ ଘଟଣାରେ ଥିବା ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସଦର ଫରେଷ୍ଟର କୃଷ୍ଣଚନ୍ଦ୍ର ସ୍ବାଇଁ କହିଛନ୍ତି ।You Can Read :ସହରମୁହାଁ ଜଙ୍ଗଲୀ ଜନ୍ତୁ, ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ଡ଼ି. ଡ୍ୟାମ୍ରେ ପସିଲା ଭାଲୁ  

ଜଙ୍ଗଲରେ ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ, ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ଆଠଗଡ ୧୨।୬: ଆଠଗଡ଼ ବନଖଣ୍ଡ ବଡମ୍ବା ରେଞ୍ଜ ଟାଙ୍ଗୁରି ସଂରକ୍ଷିତ ଜଙ୍ଗଲରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧା ଜଣଙ୍କ ହେଲେ ବଡମ୍ବା ଥାନା ଅନ୍ତର୍ଗତ ଖଲିମାଟି ଗ୍ରାମର ୭୦ ବର୍ଷୀୟ ଗୟାଧରୀ ଦେହୁରୀ । 

ସୂଚନାଯୋଗ୍ୟ ଯେ, ବୃଦ୍ଧା ଜଣଙ୍କ ମଙ୍ଗଳବାର ଲଇ ସଂଗ୍ରହ କରିବାକୁ ଟାଙ୍ଗୁରି ରିଜର୍ଭ ଜଙ୍ଗଲକୁ ଯାଇଥିଲେ । କିନ୍ତୁ ତାଙ୍କର ଫେରିବା ଡେରି ହେବା ଦେଖି ତାଙ୍କ ପରିବାର ଲୋକେ ଖୋଜାଖୋଜି କରିବା ସହ ବନ ବିଭାଗକୁ ଖବର ଦେଇଥିଲେ । ଶେଷରେ ତାଙ୍କ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ମୃତ ଦେହ ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ ବଡ଼ମ୍ବା ବନ ବିଭାଗ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବଡ଼ମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହିତ ହାତୀ ଆକ୍ରମଣରେ ମୃତ୍ୟୁ ଘଟଣାରେ ଥିବା ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସଦର ଫରେଷ୍ଟର କୃଷ୍ଣଚନ୍ଦ୍ର ସ୍ବାଇଁ କହିଛନ୍ତି ।

You Can Read :

ସହରମୁହାଁ ଜଙ୍ଗଲୀ ଜନ୍ତୁ, ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ଡ଼ି. ଡ୍ୟାମ୍ରେ ପସିଲା ଭାଲୁ