ଜଣାପଡ଼ିଲା କାରଣ, ୧୨ ବର୍ଷ ପୁରୁଣା ପ୍ରତିଶ୍ରୁତି ଭାଙ୍ଗିବା ଯୋଗୁ ଅବସର ନିଷ୍ପତ୍ତି ନେଲେ ଅଶ୍ୱିନ!
ନୂଆଦିଲ୍ଲୀ,୨୦।୧୨: ୧୮ ଡିସେମ୍ବର ୨୦୨୪ ଦିନ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ଲାଗି ଅଭୂଲା। କାରଣ ଏହି ଦିନ ଟିମ୍ ଇଣ୍ଡିଆ ବ୍ରିସବେନ୍ ଟେଷ୍ଟକୁ ଡ୍ର’ କରିବାରେ ସଫଳ ହୋଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ସନ୍ନ୍ୟାସ ଘୋଷଣା କରି ପୁରା ଦେଶକୁ ଚମକାଇଥିଲେ। ସିରିଜ ମଝିରେ ତାଙ୍କର ଏଭଳି ନିଷ୍ପତ୍ତିକୁ ନେଇ ଅନେକେ ପ୍ରଶ୍ନ ଉଠାଇଥିଲେ। ଏହାପରେ ସମସ୍ତେ ତାଙ୍କର ଏଭଳି ନିଷ୍ପତ୍ତି ପଛରେ କ’ଣ କାରଣ ତାହା ଜାଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ବୋଧହୁଏ ଏହାର ଅସଲ […] The post ଜଣାପଡ଼ିଲା କାରଣ, ୧୨ ବର୍ଷ ପୁରୁଣା ପ୍ରତିଶ୍ରୁତି ଭାଙ୍ଗିବା ଯୋଗୁ ଅବସର ନିଷ୍ପତ୍ତି ନେଲେ ଅଶ୍ୱିନ! appeared first on Dharitri Odia News.
ନୂଆଦିଲ୍ଲୀ,୨୦।୧୨: ୧୮ ଡିସେମ୍ବର ୨୦୨୪ ଦିନ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ଲାଗି ଅଭୂଲା। କାରଣ ଏହି ଦିନ ଟିମ୍ ଇଣ୍ଡିଆ ବ୍ରିସବେନ୍ ଟେଷ୍ଟକୁ ଡ୍ର’ କରିବାରେ ସଫଳ ହୋଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ସନ୍ନ୍ୟାସ ଘୋଷଣା କରି ପୁରା ଦେଶକୁ ଚମକାଇଥିଲେ। ସିରିଜ ମଝିରେ ତାଙ୍କର ଏଭଳି ନିଷ୍ପତ୍ତିକୁ ନେଇ ଅନେକେ ପ୍ରଶ୍ନ ଉଠାଇଥିଲେ। ଏହାପରେ ସମସ୍ତେ ତାଙ୍କର ଏଭଳି ନିଷ୍ପତ୍ତି ପଛରେ କ’ଣ କାରଣ ତାହା ଜାଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ବୋଧହୁଏ ଏହାର ଅସଲ କାରଣ ସେ ନିଜ ସହ କରିଥିବା ପ୍ରତିଶ୍ରୁତି, ଯାହାକୁ ସେ ପାଳନ କରିବାକୁ ବିଫଳ ହୋଇଛନ୍ତି।
ଅଶ୍ୱିନ ୧୨ ବର୍ଷ ପୂର୍ବେ ନିଜକୁ ଏକ ପ୍ରତିଶ୍ରୁତି ଦେଇଥିଲେ, ଯାହାକି ଚଳିତ ବର୍ଷ ଭାଙ୍ଗି ଯାଇଛି। ଏହା ତାଙ୍କ ସନ୍ନ୍ୟାସ ନେବାର କାରଣ ବୋଲି କୁହାଯାଇଛି। ଏହା ଥିଲା ଭାରତରେ ପୁଣି କୌଣସି ସିରିଜରେ ପରାଜିତ ନ ହେବା। ବିସିସିଆଇ ତରଫରୁ ଶେୟାର କରାଯାଇଥିବା ସ୍ବତନ୍ତ୍ର ଭିଡିଓରେ ନିଜେ ଅଶ୍ୱିନ ଏନେଇ କହିଛନ୍ତି। ୨୦୧୨ରେ ଇଂଲଣ୍ଡ ବିପକ୍ଷରେ ଘରୋଇ ସିରିଜରେ ଟିମ୍ ଇଣ୍ଡିଆ ପରାଜିତ ହୋଇଥିଲା। ଏହା ମୋ କ୍ୟାରିୟରର ଆରମ୍ଭ ଥିଲା। ନିଜକୁ କହିଥିଲି ଯେ ପୁଣି ଥରେ କେବେ ଆମେ ଘରେ ହାରିବୁ ନାହିଁ। ନିଜେ ମୁଁ ଏହି ପଣ ନେଇଥିଲି ବୋଲି ଅଶ୍ୱିନ କହିଛନ୍ତି।
ଗତ ମାସରେ ଅଶ୍ୱିନ ନିଜର ପ୍ରତିଜ୍ଞା ପୂରଣ କରି ପାରି ନ ଥିଲେ। କାରଣ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜରେ ପରାଜିତ ହୋଇଥିଲା। ଏହା କେବଳ ପରାଜୟ ନ ଥିଲା, ପ୍ରଥମ ଥର ଲାଗି ନ୍ୟୁଜିଲାଣ୍ଡ ଏଭଳି କାରନାମା କରି ଇତିହାସ ରଚିଥିଲା। ଏହି ପରାଜୟ ଅଶ୍ୱିନଙ୍କୁ ବଡ଼ ଧକ୍କା ପହଞ୍ଚାଇଥିଲା। ଏଥିଲାଗି ସେ ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି।
The post ଜଣାପଡ଼ିଲା କାରଣ, ୧୨ ବର୍ଷ ପୁରୁଣା ପ୍ରତିଶ୍ରୁତି ଭାଙ୍ଗିବା ଯୋଗୁ ଅବସର ନିଷ୍ପତ୍ତି ନେଲେ ଅଶ୍ୱିନ! appeared first on Dharitri Odia News.