ଜନ୍ମବେଦୀରେ ସରି ଆସୁଛି ମହାବାହୁଙ୍କ ଲୀଳାଖେଳା: ଦକ୍ଷିଣ ମୋଡ଼ ନେଲା ୩ ରଥ
ପୁରୀ,୧୨ା୭: ମହାପ୍ରଭୁଙ୍କ ଜନ୍ମବେଦୀରେ ସରି ଆସୁଛି ଲୀଳାଖେଳା। ଶ୍ରୀମନ୍ଦିର ବାହୁଡିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜ୍ଞାମାଳ ବିଜେ ପରେ ଶୁକ୍ରବାର ୩ ରଥର ଦକ୍ଷିଣ ମୋଡ଼ କରାଯାଉଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ସମ୍ପନ୍ନ ହେବା ପରେ ତିନିବାଡ଼ରୁ ଆଜ୍ଞାମାଳ ଆସି ତିନି ରଥରେ ପହଞ୍ଚି ଥିଲା। ପରେ ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରମ୍ପରା ଅନୁଯାୟୀ, ପ୍ରଥମେ ସୁଭଦ୍ରାଙ୍କ ଦେବଦଳନ ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରେ ବଳଭଦ୍ରଙ୍କ […] The post ଜନ୍ମବେଦୀରେ ସରି ଆସୁଛି ମହାବାହୁଙ୍କ ଲୀଳାଖେଳା: ଦକ୍ଷିଣ ମୋଡ଼ ନେଲା ୩ ରଥ appeared first on Dharitri Odia News.
ପୁରୀ,୧୨ା୭: ମହାପ୍ରଭୁଙ୍କ ଜନ୍ମବେଦୀରେ ସରି ଆସୁଛି ଲୀଳାଖେଳା। ଶ୍ରୀମନ୍ଦିର ବାହୁଡିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜ୍ଞାମାଳ ବିଜେ ପରେ ଶୁକ୍ରବାର ୩ ରଥର ଦକ୍ଷିଣ ମୋଡ଼ କରାଯାଉଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ସମ୍ପନ୍ନ ହେବା ପରେ ତିନିବାଡ଼ରୁ ଆଜ୍ଞାମାଳ ଆସି ତିନି ରଥରେ ପହଞ୍ଚି ଥିଲା। ପରେ ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ପରମ୍ପରା ଅନୁଯାୟୀ, ପ୍ରଥମେ ସୁଭଦ୍ରାଙ୍କ ଦେବଦଳନ ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ରଖାଯାଇଛି।
The post ଜନ୍ମବେଦୀରେ ସରି ଆସୁଛି ମହାବାହୁଙ୍କ ଲୀଳାଖେଳା: ଦକ୍ଷିଣ ମୋଡ଼ ନେଲା ୩ ରଥ appeared first on Dharitri Odia News.