ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ, କ୍ରୀଡ଼ାବିତ୍‌ ତଥା ବିଶିଷ୍ଟ ଲୋକଙ୍କ ସହିତ ମର୍ନି ଓ୍ବାକ୍‌ କରିବା ସହ ଚା’ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଷ୍ଟାଡିୟମରେ ମର୍ନି ଓ୍ବାକ୍‌ କରିବା ସହ ଆଲୋଚନା କରିଥିଲେ। କ୍ରୀଡା କ୍ଷେତ୍ରରେ ଭିତ୍ତି ଭୂମିର ଅଭାବ ଓ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ସ୍ବତନ୍ତ୍ର ଭାବେ ସାମିଲ ହେବାକୁ […] The post ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ… appeared first on Dharitri Odia News.

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ, କ୍ରୀଡ଼ାବିତ୍‌ ତଥା ବିଶିଷ୍ଟ ଲୋକଙ୍କ ସହିତ ମର୍ନି ଓ୍ବାକ୍‌ କରିବା ସହ ଚା’ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଷ୍ଟାଡିୟମରେ ମର୍ନି ଓ୍ବାକ୍‌ କରିବା ସହ ଆଲୋଚନା କରିଥିଲେ। କ୍ରୀଡା କ୍ଷେତ୍ରରେ ଭିତ୍ତି ଭୂମିର ଅଭାବ ଓ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ସ୍ବତନ୍ତ୍ର ଭାବେ ସାମିଲ ହେବାକୁ ବିଭିନ୍ନ ସଙ୍ଗଠନ, କ୍ଲବର ସଦସ୍ୟମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ସେହିପରି ଯେଉଁଠି ମୋହନ ବିଧାୟକ ଥିବା ସମୟରେ ଆଗରୁ ସବୁବେଳେ ଚା’ ପିଅନ୍ତି ସେଠାରେ ଚା’ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ବିଦେଶୀଙ୍କ ଦୋକାନରୁ ନାଲି ଚା’ ପିଇଥିଲେ। ଏହା ପୂର୍ବରୁ ବିଦେଶୀଙ୍କ ଚା’ ଦୋକାନକୁ ସୁସଜ୍ଜିତ କରି ନୂଆ ରୂପ ଦିଆଯାଇଥିଲା। ତାଙ୍କ ଦୋକାନରୁ ଆଗରୁ ନାଲି ଚା’ ପିଇଥିଲେ। ସେହିପରି ଆଜି କିନ୍ତୁ ମୁଖ୍ୟମନ୍ତ୍ରୀ ଭାବେ ଚା’ ପିଇଲେ। ଏଣୁ ବହୁତ୍ ଖୁସି ବୋଲି ବିଦେଶୀ କହିଥିଲେ। ଏହା ପରେ ଟିକି ଚା’ ଦୋକାନରେ ସମସ୍ତଙ୍କ ସହିତ ଚା’ ପିଇଥିଲେ। ସେଠାରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ଖେଲୋ ଇଣ୍ଡିଆ ଭଳି ଯୋଜନା କରି ରାଜ୍ୟରେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ସହ କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ ହେବ, ଅଧିକ ପ୍ରତିଭା ସୃଷ୍ଟି କରାଯିବ ସେ ନେଇ ସରକାର ପଦକ୍ଷେପ ନେଉଥିବା କହିଥିଲେ। ମୁଁ ବି ଜଣେ ଖେଳାଳି। ମୁଁ ଫୁଟବଲ୍‌, କ୍ରିକେଟ ଖେଳୁଥିଲି। ଭଲ ଭଲିବଲ ବି ଖେଳୁଥିଲି। ଏନେଇ କେନ୍ଦୁଝରରେ ଜାତୀୟସ୍ତରର ଷ୍ଟାଡ଼ିୟମ କରିବାକୁ ପ୍ରୟାସ ମଧ୍ୟ କରିଛନ୍ତି ଏବଂ ବିଧାୟକ ଥିବା ବେଳେ ଦାବି କରି ଆସୁଛି ବୋଲି କହିଥିଲେ। କିନ୍ତୁ ପୂର୍ବ ସରକାର ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ। ହେଲେ ଏବେ କେନ୍ଦୁଝରରେ ଷ୍ଟାଡ଼ିୟମ ହେବ। ପ୍ରତି ପଞ୍ଚାୟତରେ ହେବ ମିନି ଷ୍ଟାଡିୟମ। ଏନେଇ ଜିଲାପାଳ ଓ ଜିଲା ପ୍ରଶାସନ ସହ ଆଲୋଚନା ସରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

The post ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ… appeared first on Dharitri Odia News.