ଜମି ବିବାଦରୁ ରକ୍ତାକ୍ତ ସଂଘର୍ଷ । ଗୋଷ୍ଠୀ ସଂଘର୍ଷରେ ୭ ଗୁରୁତର, କଟକ ବଡ଼ ମେଡିକାଲ ସ୍ଥାନାନ୍ତର ।

କନକ ବ୍ୟୁରୋ : କେନ୍ଦ୍ରାପଡ଼ାରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଆଳି ଥାନା ମାଣିକପାଟଣା ଗାଁରେ ଗତ ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା ।  ମାଣିକପାଟଣା ଗାଁର ସଞ୍ଜୟ ଦାସ ଓ ଶରତ ଦାସଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ତେବେ ଗତକାଲି ଏହି ବିବାଦ ଉଗ୍ର ରୂପ ନେଇଥିଲା l ଉଭୟ ପକ୍ଷ ଖଣ୍ଡା, ଭୁଜାଲିରେ ପରସ୍ପରକୁ ଆକ୍ରମଣ କରିଥିଲେ ।  

ଜମି ବିବାଦରୁ ରକ୍ତାକ୍ତ ସଂଘର୍ଷ । ଗୋଷ୍ଠୀ ସଂଘର୍ଷରେ ୭ ଗୁରୁତର, କଟକ ବଡ଼ ମେଡିକାଲ ସ୍ଥାନାନ୍ତର ।

କନକ ବ୍ୟୁରୋ : କେନ୍ଦ୍ରାପଡ଼ାରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଆଳି ଥାନା ମାଣିକପାଟଣା ଗାଁରେ ଗତ ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । 

ମାଣିକପାଟଣା ଗାଁର ସଞ୍ଜୟ ଦାସ ଓ ଶରତ ଦାସଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ତେବେ ଗତକାଲି ଏହି ବିବାଦ ଉଗ୍ର ରୂପ ନେଇଥିଲା l ଉଭୟ ପକ୍ଷ ଖଣ୍ଡା, ଭୁଜାଲିରେ ପରସ୍ପରକୁ ଆକ୍ରମଣ କରିଥିଲେ ।