ଜମିଜମାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟଣା, ବଡଭାଇ ଓ ପୁତୁରା କୋର୍ଟ ଚାଲାଣ

ଗୋପାଳପୁର: ସାମାନ୍ୟ କିଆ ଫୁଲ ତୋଳାକୁ କେନ୍ଦ୍ର କରି ଦୁଇ ଭାଇ ମଧ୍ୟରେ ଝଗଡ଼ା ଓ ଶେଷରେ ହତ୍ୟାକାଣ୍ଡର ରୂପ ନେବା ସହ ବଡ ଭାଇ ଓ ପୁତୁରାର କାତି ଓ କୁରାଢ଼ୀ ମାଡ଼ରେ ସାନ ଭାଇର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୁଲିସ ୨ଜଣଙ୍କୁ ଅଟକ ରଖିଥିଲା। ଆଜି ଅଟକ ରଖିଥିବା ଦୁଇ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ପଞ୍ଚାୟତର […]

ଜମିଜମାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟଣା, ବଡଭାଇ ଓ ପୁତୁରା କୋର୍ଟ ଚାଲାଣ

ଗୋପାଳପୁର: ସାମାନ୍ୟ କିଆ ଫୁଲ ତୋଳାକୁ କେନ୍ଦ୍ର କରି ଦୁଇ ଭାଇ ମଧ୍ୟରେ ଝଗଡ଼ା ଓ ଶେଷରେ ହତ୍ୟାକାଣ୍ଡର ରୂପ ନେବା ସହ ବଡ ଭାଇ ଓ ପୁତୁରାର କାତି ଓ କୁରାଢ଼ୀ ମାଡ଼ରେ ସାନ ଭାଇର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୁଲିସ ୨ଜଣଙ୍କୁ ଅଟକ ରଖିଥିଲା। ଆଜି ଅଟକ ରଖିଥିବା ଦୁଇ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ପଞ୍ଚାୟତର କୋଇଠା ଗାଁ ଓଡିଆରପି କଲୋନୀର ସୁରେନ୍ଦ୍ର ବେହେରା (୬୫) ଓ ତାଙ୍କ ପୁଅ ମୋହନ ବେହେରା (୩୨) ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ଘଟଣାରେ ବ୍ୟବହୃତ ଗୋଟିଏ କାତି, ଗୋଟିଏ କୁରାଢ଼ୀ ସମେତ ହତ୍ୟାକାରୀଙ୍କ ରକ୍ତ ଲଗା କପଡା ଓ ମୃତକଙ୍କ ରକ୍ତଭିଜା କପଡ଼ା ଜବତ କରିଛି। ପୁଲିସ ପକ୍ଷରୁ ୫୪/୨୪ ରେ ଏକ ମାମଲା ରୁଜୁ କରିବା ସହ ୩୦୨/୩୦୭/୩୪:ଆଇପିସି ରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି।