ଜମ୍ମୁ-କଶ୍ମୀରରେ କଂଗ୍ରେସର ୫ ଗ୍ୟାରେଣ୍ଟି

ଅନନ୍ତନାଗ, ୧୨।୯: କଂଗ୍ରେସ ପକ୍ଷରୁ ବୁଧବାର ଜମ୍ମୁ-କଶ୍ମୀରର ଜନସାଧାରଣଙ୍କୁ ୫ ଗାରେଣ୍ଟିର ପ୍ରତିଶ୍ରୁତି ଦିଆଯାଇଛି। ଦକ୍ଷିଣ କଶ୍ମୀରର ଅନନ୍ତନାଗରେ କଂଗ୍ରେସ-ନ୍ୟାଶନାଲ କନ୍‌ଫରେନ୍ସ(ଏନ୍‌ସି) ମେଣ୍ଟ ପାଇଁ ପ୍ରଚାର କରୁଥିବା ସମୟରେ ଏନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଘୋଷଣା କରିଛନ୍ତି। ଜମ୍ମୁ-କଶ୍ମୀରରେ କଂଗ୍ରେସ-ଏନ୍‌ସି ମେଣ୍ଟର ସରକାର ଆସିଲେ ମହିଳା ଉଦ୍ୟୋଗୀମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ ପ୍ରଦାନ କରାଯିବ। ସେହିପରି ପ୍ରତ୍ୟେକ ପରିବାରକୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ପ୍ରଦାନ […] The post ଜମ୍ମୁ-କଶ୍ମୀରରେ କଂଗ୍ରେସର ୫ ଗ୍ୟାରେଣ୍ଟି appeared first on Dharitri Odia News.

ଜମ୍ମୁ-କଶ୍ମୀରରେ କଂଗ୍ରେସର ୫ ଗ୍ୟାରେଣ୍ଟି

ଅନନ୍ତନାଗ, ୧୨।୯: କଂଗ୍ରେସ ପକ୍ଷରୁ ବୁଧବାର ଜମ୍ମୁ-କଶ୍ମୀରର ଜନସାଧାରଣଙ୍କୁ ୫ ଗାରେଣ୍ଟିର ପ୍ରତିଶ୍ରୁତି ଦିଆଯାଇଛି। ଦକ୍ଷିଣ କଶ୍ମୀରର ଅନନ୍ତନାଗରେ କଂଗ୍ରେସ-ନ୍ୟାଶନାଲ କନ୍‌ଫରେନ୍ସ(ଏନ୍‌ସି) ମେଣ୍ଟ ପାଇଁ ପ୍ରଚାର କରୁଥିବା ସମୟରେ ଏନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଘୋଷଣା କରିଛନ୍ତି। ଜମ୍ମୁ-କଶ୍ମୀରରେ କଂଗ୍ରେସ-ଏନ୍‌ସି ମେଣ୍ଟର ସରକାର ଆସିଲେ ମହିଳା ଉଦ୍ୟୋଗୀମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ ପ୍ରଦାନ କରାଯିବ। ସେହିପରି ପ୍ରତ୍ୟେକ ପରିବାରକୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ପ୍ରଦାନ କରାଯିବ ବୋଲି ଖାର୍ଗେ ଘୋଷଣା କରିଛନ୍ତି। ପ୍ରତି ପରିବାରର ମହିଳା ମୁଖିଆଙ୍କୁ ମାସିକ ୩ ହଜାର ଟଙ୍କା ପ୍ରଦାନ କରାଯିବ। ପବ୍ଲିକ ଡିଷ୍ଟ୍ରିବ୍ୟୁଶନ୍‌ ସିଷ୍ଟମ ମାଧ୍ୟମରେ ପ୍ରତି ବ୍ୟକ୍ତିଙ୍କ ପାଇଁ ୧୧ କିଲୋଗ୍ରାମ ଖାଦ୍ୟଶସ୍ୟ ଯୋଗାଇଦେବାର ବ୍ୟବସ୍ଥାକୁ ମଧ୍ୟ ପୁନଃ ସ୍ଥାପିତ କରାଯିବ ବୋଲି ଖାର୍ଗେ କହିଛନ୍ତି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ କାର୍ଯ୍ୟକାଳ ସମୟରେ ପ୍ରବାସୀ କଶ୍ମୀର ପଣ୍ଡିତଙ୍କୁ ପୁନଃ ଥଇଥାନ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତିକୁ କଂଗ୍ରେସ-ଏନ୍‌ସି ମେଣ୍ଟର ନୂତନ ସରକାର ଆସିଲେ ପୂରଣ କରାଯିବ ବୋଲି ଖାର୍ଗେ କହିଛନ୍ତି।

The post ଜମ୍ମୁ-କଶ୍ମୀରରେ କଂଗ୍ରେସର ୫ ଗ୍ୟାରେଣ୍ଟି appeared first on Dharitri Odia News.