ଜମ୍ମୁ- କାଶ୍ମୀର କଠୁଆରେ ୩ ସନ୍ଦିଗ୍ଧ ଆତଙ୍କବାଦୀ, ଆରମ୍ଭ ହେଲା ସର୍ଚ୍ଚ ଅପରେସନ
ନୂଆଦିଲ୍ଲୀ: ଜମ୍ମୁ- କାଶ୍ମୀରର କଠୁଆ ଜିଲ୍ଲାରେ ସୋମବାର ପୁଣି ତିନି ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସୂଚନା ମିଳିଛି। ଯାହା ପରେ ସୁରକ୍ଷା ବଳ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି।ସୁରକ୍ଷାବଳର ଅଧିକାରୀଙ୍କ ସୂଚନା ଅନୁସାରେ କଠୁଆର ହିରାନଗର ଅଞ୍ଚଳରେ ଜଣେ ନାଗରିକ ତିନି ସନ୍ଦିଗ୍ଧ ଲୋକଙ୍କୁ ଦେଖିଛନ୍ତି। ଏହି ଖବର ମିଳିବା ପରେ ନିକଟସ୍ଥ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ସେନା ଏବଂ ରାଜ୍ୟ ପୋଲିସ ମିଳିତ ଭାବରେ ଏହି ଖୋଜ ଅଭିଯାନ ଜାରି ରଖିଛନ୍ତି। ସେପଟେ ସର୍ଚ୍ଚ ଅପରେସନ ପାଇଁ ସୁରକ୍ଷା ବଳ ହୀରାନଗର ଅଞ୍ଚଳ ଏବଂ ଏହା ସହ ଜଡ଼ିତ ରାଜପଥରେ ସତର୍କତା ବଢ଼ାଇଛନ୍ତି। ପୋଲିସ ଅନୁଯାୟୀ, ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ବଳ ଟିମ୍ ଆଲର୍ଟ ରହିଛି। କେଉଁଠି କିଛିବି ସନ୍ଦିଗ୍ଧ ଗତିବିଧି ଦେଖାଗଲେ ତୁରନ୍ତ ସର୍ଚ୍ଚ ଅପରେସନ କରାଯାଉଛି। ସ୍ଥାନୀୟ ପୋଲିସ ଟିମ୍ର ମଧ୍ୟ ସହଯୋଗ ନିଆଯାଉଛି। ସୂଚନାଥାଉକି, ଜମ୍ମୁ-କାଶ୍ମୀରରେ ବର୍ତ୍ତମାନ ଭାରତୀୟ ସେନା, ପୋଲିସ ଏବଂ ସିଆରପିଏଫ୍ ମିଳିତ ଭାବରେ ଆତଙ୍କବାଦ ବିରୋଧୀ ସର୍ଚ୍ଚ ଅପରେସନ କରୁଛି। କଠୁଆ, କିଶ୍ତଓ୍ବାଡ଼ ଏବଂ ସମ୍ବା ଅଞ୍ଚଳରେ ଥିବା ଜଙ୍ଗଲରେ ସ୍ବତନ୍ତ୍ର ସର୍ଚ୍ଚ ଅପରେସନ କରାଯାଉଛି। କଠୁଆର ଲୋବାଙ୍ଗ ଏବଂ ସରଥଲ ଭଳି ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କୀ ଗତିବିଧିର ସୂଚନା ମିଳିବା ପରେ ୨୦୨୫ ମେ ୨୭ରୁ ମିଳି
ନୂଆଦିଲ୍ଲୀ: ଜମ୍ମୁ- କାଶ୍ମୀରର କଠୁଆ ଜିଲ୍ଲାରେ ସୋମବାର ପୁଣି ତିନି ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସୂଚନା ମିଳିଛି। ଯାହା ପରେ ସୁରକ୍ଷା ବଳ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି।
ସୁରକ୍ଷାବଳର ଅଧିକାରୀଙ୍କ ସୂଚନା ଅନୁସାରେ କଠୁଆର ହିରାନଗର ଅଞ୍ଚଳରେ ଜଣେ ନାଗରିକ ତିନି ସନ୍ଦିଗ୍ଧ ଲୋକଙ୍କୁ ଦେଖିଛନ୍ତି। ଏହି ଖବର ମିଳିବା ପରେ ନିକଟସ୍ଥ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ସେନା ଏବଂ ରାଜ୍ୟ ପୋଲିସ ମିଳିତ ଭାବରେ ଏହି ଖୋଜ ଅଭିଯାନ ଜାରି ରଖିଛନ୍ତି।
ସେପଟେ ସର୍ଚ୍ଚ ଅପରେସନ ପାଇଁ ସୁରକ୍ଷା ବଳ ହୀରାନଗର ଅଞ୍ଚଳ ଏବଂ ଏହା ସହ ଜଡ଼ିତ ରାଜପଥରେ ସତର୍କତା ବଢ଼ାଇଛନ୍ତି। ପୋଲିସ ଅନୁଯାୟୀ, ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ବଳ ଟିମ୍ ଆଲର୍ଟ ରହିଛି। କେଉଁଠି କିଛିବି ସନ୍ଦିଗ୍ଧ ଗତିବିଧି ଦେଖାଗଲେ ତୁରନ୍ତ ସର୍ଚ୍ଚ ଅପରେସନ କରାଯାଉଛି। ସ୍ଥାନୀୟ ପୋଲିସ ଟିମ୍ର ମଧ୍ୟ ସହଯୋଗ ନିଆଯାଉଛି।
ସୂଚନାଥାଉକି, ଜମ୍ମୁ-କାଶ୍ମୀରରେ ବର୍ତ୍ତମାନ ଭାରତୀୟ ସେନା, ପୋଲିସ ଏବଂ ସିଆରପିଏଫ୍ ମିଳିତ ଭାବରେ ଆତଙ୍କବାଦ ବିରୋଧୀ ସର୍ଚ୍ଚ ଅପରେସନ କରୁଛି। କଠୁଆ, କିଶ୍ତଓ୍ବାଡ଼ ଏବଂ ସମ୍ବା ଅଞ୍ଚଳରେ ଥିବା ଜଙ୍ଗଲରେ ସ୍ବତନ୍ତ୍ର ସର୍ଚ୍ଚ ଅପରେସନ କରାଯାଉଛି। କଠୁଆର ଲୋବାଙ୍ଗ ଏବଂ ସରଥଲ ଭଳି ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କୀ ଗତିବିଧିର ସୂଚନା ମିଳିବା ପରେ ୨୦୨୫ ମେ ୨୭ରୁ ମିଳିତ ଅଭିଯାନ ଚାଲିଛି। ଯାହା ୬ଷ୍ଠ ଦିନରେ ମଧ୍ୟ ଜାରି ରହିଛି।